Voice of Eastern India

ଚିନ୍ତାରେ ଉଦ୍ଧବ : ଶିବସେନା ସାଂସଦଙ୍କୁ ଦିଆଯାଉଛି ୧୫ କୋଟିର ଅଫର ! ଗୁରୁତର ଅଭିଯୋଗ ଆଣିଲେ ସଞ୍ଜୟ


ମୁମ୍ବାଇ,|୦୬ପୁଣିଥରେ ଚର୍ଚ୍ଚାରେ ମହାରାଷ୍ଟ୍ର ପଲିଟିକ୍ସ । ଏଠାରେ ଉଦ୍ଧବ ଠାକରେଙ୍କ ଶିବସେନାକୁ ବଡ ଝଟକା ଲାଗିବାକୁ ଯାଉଛି । ଉଦ୍ଧବଙ୍କ ଦଳର ଏମପି ଏବଂ ଏମଏଲଏମାନେ ଫୋନ୍ ରିସିଭ୍ କରୁନାହାଁନ୍ତି । ଦଳର ୬ ଜଣ ସାଂସଦ ବିଦ୍ରୋହ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି । ଯାହାକୁ ନେଇ ୟୁବିଟି ବା ଉଦ୍ଧବ ଶିବସେନାର ସାଂସଦ ସଞ୍ଜୟ ରାଓ୍ୱତ ବଡ ଦାବି କରିଛନ୍ତି ।

ସଞ୍ଜୟ କହିଛନ୍ତି ଯେ, ସାଂସଦମାନଙ୍କୁ କିଣିବା ପାଇଁ ପ୍ରୟାସ କରାଯାଉଛି । ସବୁ ଟଙ୍କାର ଖେଳ ଅଟେ । ମହାରାଷ୍ଟ୍ରର ସାଂସଦମାନଙ୍କୁ ୧୫ କୋଟି ଟଙ୍କାର ଅଫର ମିଳିଛି । ଏହାସହ ସେ ଦେବେନ୍ଦ୍ର ଫଡନାବୀସଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ।

Also Read :-Mamata Banerjee: ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ମମତା, ଭବାନୀପୁର ରେଜଲ୍ଟକୁ ଚ୍ୟାଲେଞ୍ଜ କରି ଗଲେ ହାଇକୋର୍ଟ

ମହାରାଷ୍ଟ୍ରରେ ଚାଲିଥିବା ରାଜନୀତି ମଧ୍ୟରେ ଏକନାଥ ସିନ୍ଦେ ଦିଲ୍ଲୀ ଗସ୍ତ କରିଛନ୍ତି । କୁହାଯାଉଛି ଯେ, ୟୁବିଟିର ୬ ଜଣ ସାଂସଦ ଏକ ଭିନ୍ନ ଗୋଷ୍ଠୀ କରିପାରନ୍ତି । ସେମାନେ ବିଜେପିରେ ସାମିଲ ହେବାର ସମ୍ଭାବନା ମଧ୍ୟ ରହିଛି । ଅନେକ ବିଦ୍ରୋହୀ ସାଂସଦ ମଧ୍ୟ ଚାର୍ଟାର୍ଡ ଫ୍ଲଇଟରେ ଦିଲ୍ଲୀ ଗସ୍ତ କରିଛନ୍ତି ।

ସୂତ୍ରାନୁସାରେ, ଉଦ୍ଧବଙ୍କ ଗୋଷ୍ଠୀର ଅନେକ ସାଂସଦ ଦିଲ୍ଲୀରେ ଶ୍ରୀକାନ୍ତ ସିନ୍ଦେଙ୍କ ବାସଭବନରେ ବୈଠକ କରିବେ । ଏଥିରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପସ୍ଥିତ ରହିବେ । ସକାଳ ୯ଟାରେ ବୈଠକ ହେବା ନେଇ ନିଷ୍ପତ୍ତି ହୋଇଛି । ଏହାପରେ ସମସ୍ତେ ବାଚସ୍ପିତ ଓମ୍ ବିର୍ଲାଙ୍କୁ ସାକ୍ଷାତ କରିବେ ।



Source link

Leave A Reply

Your email address will not be published.