ଜୟପୁର: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ। ମତ୍ସ୍ୟ ପୋଖରୀ ଯୋଜନାରେ ଏକ ପୋଖରୀର ଟ୍ରେସ୍ ମ୍ୟାପ୍ ପାଇଁ ୪ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ବୋରିଗୁମ୍ମା ତହସିଲ ଅନ୍ତର୍ଗତ କୋଷାଗୁଡାର ରାଜସ୍ୱ ନିରୀକ୍ଷକ ଶୈଳବାଳା ନାୟକ।
ଅଭିଯୋଗ ଅନୁସାରେ, ଜଣେ ହିତାଧିକାରୀ ମତ୍ସ୍ୟ ପୋଖରୀ ଯୋଜନାରେ ଏକ ପୋଖରୀ ଖୋଳିବାକୁ ଆବେଦନ କରିଥିଲେ। ସବସିଡ୍ ପାଇବାକୁ ହେଲେ ଏହାର ଟ୍ରେସ ମ୍ୟାପ ଦରକାର। ହେଲେ ୪ ହଜାର ଟଙ୍କା ନଦେଲେ ଟ୍ରେସ ମ୍ୟାପ ଦେବେନି ବୋଲି ରାଜସ୍ୱ ନିରୀକ୍ଷକ ହିତାଧିକାରୀଙ୍କୁ କହିଥିଲେ। ଏନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଯାହା ପରେ ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ହିତାଧିକାରୀଙ୍କ ମାଧ୍ୟମରେ ରାଜସ୍ୱ ନିରୀକ୍ଷଙ୍କୁ ଧରିଥିଲେ। ତେବେ ଲାଞ୍ଚ ନେବା ଘଟଣାକୁ ଅସ୍ବୀକାର କରିଛନ୍ତି ଶୈଳବାଳା ନାୟକ ।
