Dishani Chakraborty Engagement: ସରିଲା ନିର୍ବନ୍ଧ, ପଡ଼ିବ ହାତଗଣ୍ଠି: ଜାଣନ୍ତୁ କିଏ ଏହି ଡିସ୍କୋ ଡ୍ୟାନ୍ସରଙ୍କ ଜ୍ବାଇଁ ?
ନୂଆଦିଲ୍ଲୀ ୧୬।୦୬: ଭାରତୀୟ ସିନେମା ଜଗତର ଜଣାଶୁଣା ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଘରେ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଡିସ୍କୋ ଡ୍ୟାନ୍ସର ମିଥୁନଙ୍କ ଝିଅ ଦିଶାନୀ । ନିକଟରେ ନିର୍ବନ୍ଧ ସରିଥିବାବେଳେ ବିବାହ ବନ୍ଧନରେ ବାନ୍ଧିହେଲେ । ସେ ତାଙ୍କ ବୟଫ୍ରେଣ୍ଡ ମାଇଲ୍ସ ମାଣ୍ଟଜାରିସଙ୍କୁ ବିବାହ କରିବାକୁ ଯାଉଛନ୍ତି। ନିର୍ବନ୍ଧ ସରିଥିବାବେଳେ ସେମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ଏମିତିକି ଉଭୟ ଲିପ୍ ଲକ୍ କରିଥିବାର ଫଟୋ ମଧ୍ୟ ସେୟାର କରିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି।
ଉଭୟ ବେଳାଭୂମି ପାଖରେ ଫଟୋ ସୁଟ୍ କରିଥିବାବେଳେ ଏହାକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।ଏହି ଦମ୍ପତି ସେମାନଙ୍କର ନିର୍ବନ୍ଧ ସାର୍ବଜନୀନ କରିବା ପରଠାରୁ ସେମାନଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଶଂସକମାନେ ସେମାନଙ୍କ ପୋଷ୍ଟରେ କମେଣ୍ଟ କରି ସେମାନଙ୍କୁ ଶୁଭକାମନା ଦେଉଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି, ଏହି ଦମ୍ପତି ସେମାନଙ୍କ ବିବାହ ତାରିଖ ସହିତ ଲେଖିଛନ୍ତି, "୦୬.୧୨.୨୦୨୬।
ମିଥୁନଙ୍କ ଜ୍ବାଇ ମାଇଲ୍ସ ହେଉଛନ୍ତି ଆମେରିକାର । ତାଙ୍କ ଇନଷ୍ଟାଗ୍ରାମ ବାୟୋ ଅନୁସାରେ, ସେ ଜଣେ ଷ୍ଟେଡିକ୍ୟାମ୍ ଅପରେଟର ଭାବରେ କାମ କରନ୍ତି। ଦିଶାନୀ ମଧ୍ୟ ଆମେରିକାରେ ରହନ୍ତି। ସେ ମିଥୁନ ଚକ୍ରବର୍ତ୍ତୀ ଏବଂ ତାଙ୍କ ପତ୍ନୀ ଯୋଗିତା ବାଲିଙ୍କ ପାଳିତ କନ୍ୟା। ସେ ଚାରି ଭାଇଭଉଣୀଙ୍କ ମଧ୍ୟରୁ ସାନ। ତାଙ୍କ ବାପାଙ୍କ ପରି, ଦିଶାନୀ ଅଭିନୟରେ କ୍ୟାରିଅର କରୁଛନ୍ତି। ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
Source link
