Voice of Eastern India

ଏମିତି ବି ଆସେ ମୃତ୍ୟୁ ! ତାସ୍ ଖେଳରେ ସେମିପାଇନାଲ ଜିତିଲେ, ଫାଇନାଲ ବେଳେ ଚାଲିଗଲା ଜୀବନ


ଭୁବନେଶ୍ଵର: ତାସ ଖେଳ ପ୍ରତିଯୋଗିତାରେରେ ସେମିଫାଇନାଲ୍ ଜିତିଲେ। ଖୁସିରେ ଗଦ୍ ଗଦ୍ ଜିତି ହୋଇଉଠିଲେ। ଫାଇନାଲ୍ ବି ଜିତିବେ ବୋଲି ଦମ୍ଭୋକ୍ତି ଦେଖାଇ ଦେଖାଇଲେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ହଠାତର ହୃଦ୍ଘାତ ଯୋଗୁ ଟଳିପଡ଼ିଲେ। ଜାଗମରା ରଜ ମହୋତ୍ସବରେ ତାସ ପ୍ରତିଯୋଗିତାରୁ ଏଭଳି ଦୁଃଖଦ ଖବର ସାମନାକୁ ଆସିଛି। ମୃତକ ରାଜକିଶୋର ଗୁରୁ (୬୫)। ଘର ଜାଗମରା ଗାଁରେ । ସେ ଜଣେ ସମାଜସେବୀ।

ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ଦେବ ଯୁବ ସଂଗଠନ ପକ୍ଷରୁ ରଜ ଉତ୍ସବ ଆରମ୍ଭ ହୋଇଛି। ପୁରୁଷଙ୍କ ବର୍ଗରେ କ୍ୟାରମ୍, ତାସ ଖେଳ ସହ ମହିଳାଙ୍କ ପାଇଁ ଝୋଟି ରଙ୍ଗୋଲି, ମ୍ୟୁଜିକାଲ ଚେୟାର ଓ ତାସ ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଖେଳ ପଡ଼ିଆ ସାରା ଆନନ୍ଦ ଉତ୍ସବର ମାହୋଲ ଥିଲା। ତାସ ଖେଳ ପାଇଁ ୩୨ଜଣ ପୁରୁଷ ଓ ୧୬ଜଣ ମହିଳା ଭାଗ ନେଇଥିଲେ।

ଅପରାହ୍ଣ ୨ଟା ସୁଦ୍ଧା ତାସ ଖେଳର ସେମି ଫାଇନାଲ ସରିଯାଇଥିଲା। ଫାଇନାଲ୍ ପାଇଁ ବେଶ୍ ଉତ୍ସାହିତ ଥିଲେ ରାଜକିଶୋର। କିନ୍ତୁ ତାଙ୍କ ଅକାଳ ବିୟୋଗ ଯୋଗୁ ତାସ ପ୍ରତିଯୋଗିତା ଅଧାରୁ ବନ୍ଦ କରାଯାଇଥିଲା। ସଂଗଠନର ସଦସ୍ୟମାନେ ତାଙ୍କୁ ନିକଟସ୍ଥ ହସ୍ପିଗଲକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ରାଜକିଶୋରଙ୍କ ବିୟୋଗ ଯୋଗୁ ଜାଗମରା ଗାଁରେ ଶୋକର ଛାୟା ଖେଳିଯାଇଛି।



Source link

Leave A Reply

Your email address will not be published.