ନୂଆଦିଲ୍ଲୀ: ଜାପାନର ପ୍ରସିଦ୍ଧ ସୁପରବାଇକ୍ ନିର୍ମାତା କାୱାସାକି ଭାରତୀୟ ବଜାରରେ 2027 Kawasaki Ninja 300କୁ ଲଞ୍ଚ କରିଛି। ନୂଆ ମଡେଲର ଏକ୍ସ-ଶୋରୁମ ମୂଲ୍ୟ ୩.୩୪ ଲକ୍ଷ ଟଙ୍କା ରଖାଯାଇଛି, ଯାହା ପୂର୍ବ ମଡେଲ ତୁଳନାରେ ୧୭,୦୦୦ ଟଙ୍କା ଅଧିକ। ପୁରୁଣା ମଡେଲ ତୁଳନାରେ ନୂଆ ମଡେଲ ମହଙ୍ଗା ହୋଇଥିଲେ ମଧ୍ୟ ଯାନ୍ତ୍ରିକ କ୍ଷେତ୍ରରେ ବିଶେଷ କିଛି ବଡ଼ ପରିବର୍ତ୍ତନ କରାଯାଇନାହିଁ।
ଏଥିରେ ନୂଆ କ’ଣ?
2027 Ninja 300ରେ ମୁଖ୍ୟତଃ କସମେଟିକ୍ ଅପଡେଟ୍ ଦିଆଯାଇଛି। ବାଇକରେ ନୂଆ ଗ୍ରାଫିକ୍ସ ଏବଂ ରିଫ୍ରେଶ୍ଡ ଲାଇମ୍ ଗ୍ରୀନ୍ କଲର୍ ସ୍କିମ୍ ଦିଆଯାଇଛି। ଏହା ସହ ନୂଆ ଟାୟାର୍ ବ୍ୟବହାର କରାଯାଇଛି, ଯାହା ରାସ୍ତାରେ ଭଲ ଗ୍ରିପ୍ ଓ ସ୍ଥିରତା ପ୍ରଦାନ କରିବ।
ଇଞ୍ଜିନରେ କୌଣସି ପରିବର୍ତ୍ତନ ନାହିଁ
ନୂଆ ନିଞ୍ଜା-୩୦୦ରେ ପୂର୍ବ ମଡେଲର ଭଳି ୨୯୬ ସିସି, ଲିକ୍ୱିଡ୍-କୁଲ୍ଡ, ପ୍ୟାରାଲେଲ୍-ଟ୍ୱିନ୍ ଇଞ୍ଜିନ ଦିଆଯାଇଛି। ଏହି ଇଞ୍ଜିନ ୬-ସ୍ପିଡ୍ ଗିୟରବକ୍ସ ସହ ଆସୁଛି, ଯାହା ପୂର୍ବଭଳି ଶକ୍ତିଶାଳୀ ପରଫର୍ମାନ୍ସ ଦେବ। କମ୍ପାନୀ ଇଞ୍ଜିନ କିମ୍ବା ପରଫର୍ମାନ୍ସରେ କୌଣସି ଯାନ୍ତ୍ରିକ ପରିବର୍ତ୍ତନ କରିନାହିଁ।
ପୂର୍ବଭଳି ଡିଜାଇନ୍, କେବେ ଆରମ୍ଭ ହେବ ବିକ୍ରି ?
ବାଇକ୍ରେ ଟ୍ୱିନ୍ ପ୍ରୋଜେକ୍ଟର୍ ହେଡଲ୍ୟାମ୍ପ, ସ୍ପୋର୍ଟି ଫୁଲ୍ ଫେୟାରିଂ, ଶାର୍ପ ବଡି ଲାଇନ୍ ଏବଂ ଆକର୍ଷଣୀୟ ଟେଲ୍ ସେକ୍ସନ୍ ପୂର୍ବଭଳି ରହିଛି। ଏହାର ସ୍ପୋର୍ଟି ଡିଜାଇନ୍ ଯୁବ ବାଇକପ୍ରେମୀଙ୍କୁ ଆକର୍ଷିତ କରିବ। କମ୍ପାନୀ ସୂଚନା ଅନୁସାରେ, ନୂଆ ନିଞ୍ଜା-୩୦୦ର ଡେଲିଭରି ଜୁଲାଇ ଶେଷ ସୁଦ୍ଧା ଆରମ୍ଭ ହେବ। ଭାରତରେ ଏହା କାୱାସାକି ଡିଲରଶିପ୍ ମାଧ୍ୟମରେ ବିକ୍ରି କରାଯିବ।
Also Read- ଇ-୨୦ ପେଟ୍ରୋଲ ବ୍ୟବହାର କଲେ ଇନସୁରାନ୍ସ କ୍ଲେମ୍ ବାତିଲ୍ ହେବ କି ନାହିଁ ? ସ୍ପଷ୍ଟୀକରଣ ଦେଲା ପେଟ୍ରୋଲିୟମ ମନ୍ତ୍ରଣାଳୟ
ଦାମରେ ୧୭,୦୦୦ ଟଙ୍କା ବୃଦ୍ଧି ହୋଇଥିଲେ ମଧ୍ୟ, ନୂଆ ନିଞ୍ଜା-୩୦୦ ଭାରତର ସବୁଠୁ ଲୋକପ୍ରିୟ ଏଣ୍ଟ୍ରି-ଲେଭେଲ୍ ଟ୍ୱିନ୍-ସିଲିଣ୍ଡର୍ ସ୍ପୋର୍ଟସ୍ ବାଇକଗୁଡିକ ମଧ୍ୟରୁ ଗୋଟିଏ। ଯେଉଁମାନେ ପ୍ରିମିୟମ୍ ସୁପରବାଇକ ଚଲାଇବା ଅନୁଭବ ନେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ Ninja 300 ଏବେ ମଧ୍ୟ ଏକ ଆକର୍ଷଣୀୟ ବିକଳ୍ପ ହୋଇ ରହିଛି।
