ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅବସରକୁ ନେଇ କଳ୍ପନାଜଳ୍ପନାକୁ ଖଣ୍ଡନ କଲେ ରାଜୀବ ଶୁକ୍ଳା। ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଓପନର୍ ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ ଭବିଷ୍ୟତକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି ବିସିସିଆଇ। ଇଂଲଣ୍ଡ ଗସ୍ତ ସମୟରେ ରୋହିତଙ୍କ ଅବସର ନେଇ ନିଆଯାଉଥିବା ଚର୍ଚ୍ଚାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା।
ଇଂଲଣ୍ଡ ବିପକ୍ଷ ସିରିଜ୍ ସମୟରେ ରୋହିତ ଶର୍ମାଙ୍କ ଫର୍ମ ଏବଂ ଅନ୍ତର୍ଜାତୀୟ କ୍ୟାରିଅର୍ ନେଇ ସୋସିଆଲ୍ ମିଡିଆ ଓ ଗଣମାଧ୍ୟମରେ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛଦ ପକାଇଛନ୍ତି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା।ଆଗ୍ରାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି ଯେ, ରୋହିତ ଶର୍ମାଙ୍କ ଅବସରକୁ ନେଇ କୌଣସି ପ୍ରଶ୍ନ ହିଁ ଉଠୁନାହିଁ।
Also Read: ହରାରେ T20Iରେ ଚମକିଲେ ମୟଙ୍କ ଯାଦବ, ପ୍ରଥମ ବଲ୍ରେ ଓ୍ବିକେଟ ନେଇ ରଚିଲେ ବିରଳ ଇତିହାସ
ସୂଚନାଯୋଗ୍ୟ ଯେ, ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଲର୍ଡ୍ସ ମଇଦାନରେ ଏକ ଚମତ୍କାର ଶତକ (୧୩୮ ରନ୍) ହାସଲ କରି ରୋହିତ ନିଜର ସମାଲୋଚକମାନଙ୍କୁ କଡ଼ା ଜବାବ ଦେଇଥିଲେ।ଖାଲିସେତିକି ନୁହେଁ ସେ ଲର୍ଡ୍ସରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓପନର୍ ଭାବେ ଇତିହାସ ମଧ୍ୟ ରଚିଛନ୍ତି। ରୋହିତ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ତାଙ୍କର ମୁଖ୍ୟ ଫୋକସ୍ କେବଳ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ନିଜର ପ୍ରୟାସ ଜାରି ରଖିବା। ବର୍ତ୍ତମାନ ବିସିସିଆଇର ଏହି ବୟାନ ପରେ ରୋହିତଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି …
ମ୍ୟାଚରେ ବିଜୟ ହାସଲ କଲା ପରେ ରୋହିତ ସ୍ପଷ୍ଠ କରିଛନ୍ତି ଯେ ,ବାହାର କୋଳାହଳ ମୋତେ ମୋ ଦାଇତ୍ୱ ବୋଧ ଠାରୁ ଦୁରେଇ ଦେଇନି। ମୋ କାମ ବ୍ୟାଟ ସହିତ ଓ ଖେଳ ମାଧ୍ୟମରେ ମୋ ଦେଶକୁ ଏବଂ ମୋ ଦଳକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର । ତା ଛଡ଼ା ମୁଁ ଆଉ କୌଣସି କଥାକୁ ନେଇ ବ୍ୟସ୍ତ ନାହିଁ ବୋଲି କହିଛନ୍ତି ହିଟମ୍ୟାନ।
