Voice of Eastern India

୧୫ ଅଗଷ୍ଟରେ ଇତିହାସ ରଚିବ ଟିମ୍ ଇଣ୍ଡିଆ: ଶ୍ରୀଲଙ୍କା ବିପକ୍ଷରେ ଖେଳିବ ୬୦୦ତମ ଟେଷ୍ଟ, ଜାଣନ୍ତୁ ଗତ ୫୯୯ ମ୍ୟାଚ୍‌ର ରେକର୍ଡ


ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ  ହେବାକୁ ଯାଉଛି। ଶ୍ରୀଲଙ୍କା ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଗାଲେ ସ୍ଥିତ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ନିଜର ୬୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଏହି ମାଇଲଖୁଣ୍ଟ ଛୁଇଁବାରେ ଭାରତ ବିଶ୍ୱର ତୃତୀୟ ଦେଶ ଭାବେ ଉପଲବ୍ଧି ହାସଲ କରିବ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସ୍ମରଣୀୟ ମ୍ୟାଚ୍‌କୁ ଜିତି ଶ୍ରୀଲଙ୍କା ମାଟିରେ ବିଜୟରୁ ସିରିଜ୍ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ଏ  ପର୍ଯ୍ୟନ୍ତ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବାର ରେକର୍ଡ ଇଂଲଣ୍ଡ ନାଁରେ ରହିଛି। ୧୮୭୭ରୁ ଏ ପର୍ଯ୍ୟନ୍ତ ଇଂଲଣ୍ଡ ୧୦୭୭ ଟେଷ୍ଟ ମ୍ୟାଚ୍ ଖେଳିଛି। ଅନ୍ୟପଟେ ଭାରତ ୧୯୩୨ରୁ ଅଦ୍ୟାବଧି ୫୯୯ ଟେଷ୍ଟ ମ୍ୟାଚ୍ ଖେଳିଛି।

ଟେଷ୍ଟ କ୍ରିକେଟରେ ଭାରତର ପ୍ରଦର୍ଶନ ଓ ରେକର୍ଡ

୧୯୩୨ ମସିହାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିବା ଭାରତୀୟ ଦଳ ଏପର୍ଯ୍ୟନ୍ତ ମୋଟ ୫୯୯ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛି। ଏହି ଦୀର୍ଘ ଯାତ୍ରାରେ ଭାରତର ରେକର୍ଡ ନିମ୍ନଲିଖିତ ଭାବେ ରହିଛି:

ମୋଟ ମ୍ୟାଚ୍: ୫୯୯

ବିଜୟ: ୧୮୬

ପରାଜୟ: ୧୮୮

ଡ୍ର : ୨୨୪

ଟାଇ : ୧

ବିଶ୍ୱର ସବୁଠାରୁ ଅଧିକ ଟେଷ୍ଟ ଖେଳିଥିବା ଶୀର୍ଷ ଦେଶ

ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିବାର ରେକର୍ଡ ଇଂଲଣ୍ଡ ନାମରେ ରହିଛି।

ଇଂଲଣ୍ଡ: ୧୦୯୭ ମ୍ୟାଚ୍ (୪୦୫ ବିଜୟ, ୩୩୬ ପରାଜୟ)

ଅଷ୍ଟ୍ରେଲିଆ: ୮୮୨ ମ୍ୟାଚ୍ (୪୨୬ ବିଜୟ, ୨୩୫ ପରାଜୟ)

ଭାରତ: ୫୯୯ ମ୍ୟାଚ୍ (୧୮୬ ବିଜୟ, ୧୮୮ ପରାଜୟ)

ୱେଷ୍ଟଇଣ୍ଡିଜ୍: ୫୯୬ ମ୍ୟାଚ୍ (୧୮୭ ବିଜୟ, ୨୨୩ ପରାଜୟ)

ପାକିସ୍ତାନ: ୪୭୧ ମ୍ୟାଚ୍ (୧୫୨ ବିଜୟ, ୧୫୨ ପରାଜୟ)

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ସୂଚୀ (୨୦୨୬)

ପ୍ରଥମ ଟେଷ୍ଟ: ୧୫ ରୁ ୧୯ ଅଗଷ୍ଟ (ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍, ଗାଲେ)

ଦ୍ୱିତୀୟ ଟେଷ୍ଟ: ୨୩ ରୁ ୨୭ ଅଗଷ୍ଟ (ସିଂହଲିଜ୍ ସ୍ପୋର୍ଟସ୍ କ୍ଲବ୍, କୋଲମ୍ବୋ)

ଭାରତୀୟ ଦଳ

ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ରିଷଭ ପନ୍ତ (ୱିକେଟକିପର), ସାଇ ସୁଦର୍ଶନ (ଫିଟ୍‌ନେସ୍ ଆଧାରରେ), ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ ନବୀ ଡାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପଡିକ୍କଲ ଏବଂ ସାରାଂଶ ଜୈନ।



Source link

Leave A Reply

Your email address will not be published.