ନୂଆଦିଲ୍ଲୀ,୦୭/୦୮: ସ୍କୁଲରେ ଗୁଳିକାଣ୍ଡ । ଜୀବନ ହାରିଲେ ୮ରୁ ଅଧିକ । ଏପରି ଭୟଙ୍କର ଘଟଣାଘଟିଛି ଥାଇଲାଣ୍ଡର ଏକ ସ୍କୁଲରେ । ଏଠାରେ ଜଣେ ଛାତ୍ର ରାଇଫଲ୍ ଆଣି ଗୁଳିଚାଳନା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
ରିପୋର୍ଟ ଅନୁସାରେ, ଥାଇଲାଣ୍ଡର ନୋଥାବୁରୀ ପ୍ରାନ୍ତର ବ୍ୟାଙ୍ଗ୍ କ୍ରୁଆଇ ଜିଲ୍ଲାରେ ଥିବା ଏକ ସ୍କୁଲ ପରିସରରେ ଜଣେ ଛାତ୍ର ହଠାତ ଗୁଳିମାଡ କରିଥିଲେ । ଏକ ରାଇଫଲରୁ ସେ ଗୁଳି ଚାଳନା କରିଥିଲେ । ଯେଉଁଥିରେ୮ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀ ରହିଛନ୍ତି । ଘଟଣା ଭିଆଇବା ପରେ ଛାତ୍ରଜଣଙ୍କ ନିଜକୁ ମଧ୍ୟ ସୁଟ୍ କରି ଆତ୍ମହତ୍ୟା କରିଥିଲେ ।
ସବୁଠାରୁ ବଡ଼ କଥା ହେଉଛି ଯେ, ସ୍କୁଲରେ ଆତଙ୍କ ଖେଳାଇବା ପୂର୍ବରୁ ଛାତ୍ର ଜଣଙ୍କ ତାଙ୍କ ଜେଜେ ବାପା ଏବଂ ଜେଜେ ମାଆଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ସେ ସ୍କୁଲରେ ପହଁଚିଥିଲେ । ଏଠାରେ ସେ ୨୬ ରାଉଣ୍ଡ ଫାୟାରିଂ କରିଥିଲେ । ବଳକା ୩୪ଟି ଗୁଳିକୁ ପୋଲିସ ଜବତ କରିଛି ।
🚨BREAKING: A school shooting incident at Debsirin Nonthaburi in Thailand has left several injured and at least one casualty. Authorities confirm the student suspect is deceased and the scene is secured. pic.twitter.com/E52kGoIwYg
— Catch Up (@CatchUpFeed) August 7, 2026
ଆକ୍ରମଣ ସମୟର ଭିଡିଓ ଭାଇରାଲ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଯେ, ଛାତ୍ରଜଣଙ୍କ ମନଇଚ୍ଛା ଗୁଳି ଫୁଟାଉଛନ୍ତି । ଏହା ଦେଖି ଅନ୍ୟମାନେ ଡେସ୍କ ତଳେ ଲୁଚି ଯାଇଛନ୍ତି । କିନ୍ତୁ ଗୁଳିର ଶବ୍ଦ ଶୁଣାଯାଉଛି । ସ୍ଥାନୀୟ ପୋଲିସ କମାଣ୍ଡର ଡିକ୍ରାପି କୋଙ୍ଗଡେ କହିଛନ୍ତି ଯେ, ଅନେକ ପ୍ରାଣ ହରାଇଛନ୍ତି । ଆହତ ବି ହୋଇଛନ୍ତି । ଗୁଳିମାଡ଼ କରିଥିବା ଛାତ୍ର ନିଜକୁ ସୁଟ୍ କରି ଆତ୍ମହତ୍ୟା କରିଛନ୍ତି । ସ୍କୁଲରେ ଦୁଇ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ରହିଥିଲେ ।
ଜଣେ ୧୮ ବର୍ଷୀୟ ଛାତ୍ର କହିଛନ୍ତି ଯେ, ସେ ପ୍ରଥମେ କିଛି ଏକ ଶବ୍ଦ ଶୁଣିଥିଲେ । ପ୍ରଥମେ ସେ ବାଣ ବୋଲି ଭାବିଥିଲେ । ପରେ କିନ୍ତୁ ଗୁଳି ଫୁଟିଥିବା ଜଣାପଡିଥିଲା । ଏହା ପରକୁ ପର ଅନେକ ରାଉଣ୍ଡ ଗୁଳି ଚାଳନା ହୋଇଥିଲା ବୋଲି ସେ କହିଛନ୍ତି ।
