Voice of Eastern India

ସୋଆ କ୍ୟାମ୍ପସ-୨ରେ ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର: ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର: ପ୍ରଖ୍ୟାତ ବ୍ୟକ୍ତିତ୍ୱ ତଥା ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱରସ୍ଥିତ ସୋଆ (SOA) କ୍ୟାମ୍ପସ-୨ ପରିସରକୁ ଅଣାଯାଇଛି । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ପ୍ରଶଂସକମାନେ ଉପସ୍ଥିତ ରହି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ସୋଆ କ୍ୟାମ୍ପସରେ ରଖାଯାଇଛି । ବୁଧବାର ସକାଳ ୯ଟା ପର୍ଯ୍ୟନ୍ତ ସାଧାରଣ ଲୋକ ଏବଂ ଶୁଭେଚ୍ଛୁମାନେ ତାଙ୍କର ଶେଷ ଦର୍ଶନ କରିପାରିବେ ।

ଏହାପୂର୍ବରୁ ପାର୍ଥିବ ଶରୀର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟର ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଦୁଃଖଦ ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Also Read: ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ​​​​​​​

ସୂଚନାଥାଉକି, ମଙ୍ଗଳବାର ରାତି ପ୍ରାୟ ୯ଟା ୧୫ ସମୟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଡାକ୍ତର ମହାପାତ୍ରଙ୍କ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ହୋଇ ସେ ଗତ ସେପ୍ଟେମ୍ବର ୨୭ ତାରିଖରୁ ଚିକିତ୍ସିତ ହେଉଥିଲେ । ଡା. ମହାପାତ୍ରଙ୍କ ବିୟୋଗରେ ଦେଶ ତଥା ଓଡ଼ିଶା ଓ ଡାକ୍ତରୀ ମହଲ​‌ରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।

 



Source link

Leave A Reply

Your email address will not be published.