ବଲାଙ୍ଗିର ୭।୧୧: ବଲାଙ୍ଗିର ସହରରେ ଏବେ ମାତିଛନ୍ତି ଲୁଟେରା ଓ ନିଶା ମଫିଆ । କେତେ ବେଳେ କାହା ଘରେ ପଶି ଲୁଟୁଛନ୍ତି ତ ଆଉ କେତେବେଳେ କାହା ଠାରୁ ଡକାୟତି କରୁଛନ୍ତି । ଏହା ଭିତରେ ଏବେ ସକ୍ରିୟ ନିଶା ମଫିଆ । ବଲାଙ୍ଗିରରେ ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ ପାଇଁ ଡିଲ କରୁଥିବା ବେଳେ ଧରିଛି ପୋଲିସ । ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ପୋଲିସ । ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ବଲାଙ୍ଗିର ସହର ସହ ନିକଟ ଗାଁର ଜିତେନ୍ଦ୍ର ସାହୁ, ମୌସୁମ ତ୍ରିପାଠୀ ।
ସହରର ରାଜୀବ ନଗର ପଡ଼ାରେ ଗଞ୍ଜେଇ ଡିଲ୍ କରୁଥିବା ବେଲେ ସୂତ୍ରରୁ ଖବର ପାଇ ଧରିଥିଲା ପୋଲିସ । ପୂର୍ବରୁ ମଧ୍ୟ କଫ୍ ସିରପ୍ ଓ ଗଞ୍ଜେଇ ଚାଲାଣ ନେଇ ଅଭିଯୋଗ ରହିଛି ଏମାନଙ୍କ ନାମରେ । ସେହିପରି ଚନ୍ଦ୍ରସେନିନଗରରେ ଏକ ଘରୁ ରାତିରେ ଚୋରି କରିଥିଲେ । ଲକ୍ଷ୍ମୀଜୋର ଥାନା ପୋଲିସ ଦୁଇ ଦିନ ଭିତରେ ଯାହା ଚୋରି କରିଥିଲେ ସେସବୁକୁ ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନେ ବଲାଙ୍ଗିର ତାଲପାଲିପଡାର ବୋଲି ସଦର ଏସଡିପିଓ କହିଛନ୍ତି । ସୁନା ୩୧ଗ୍ରାମ, ରୁପା ୬ଗ୍ରାମ, ୩ଟା ମୋବାଇଲ ଫୋନ, ମୋଟରସାଇକେଲ ସହ ନଗଦ ୪୧ ହଜାର ଟଙ୍କା ଜବତ କରିଛି ପୋଲିସ ।
Also Read:-ନୂଆ ଭତ୍ତା ହିତାଧିକାରୀଙ୍କ ପାଇଁ ଖୁସି ଖବର, ୫ ଲକ୍ଷରୁ ଅଧିକଙ୍କୁ ଏକାଥରକେ ମିଳିବ ଟଙ୍କା
ସନ୍ଧ୍ୟାରେ ରେକି କରୁଥିଲେ ଚୋର । ରାତିରେ ଘରେ କେହି ନଥିବା ସମୟରେ ଘରେ କଳାକନା ବୁଲାଉଥିଲେ ଦୁର୍ବୃତ୍ତ। ତେବେ ଗତ ଦୁଇ ଦିନ ତଳେ କୁଖ୍ୟାତ ଲୁଟେରାକୁ ଧରିଥିଲା ପୋଲିସ । ବଲାଙ୍ଗିରରେ ଧୀରେ ଧୀରେ ଅପରାଧୀଙ୍କ ଅପରାଧ ବଢୁଥିବା ବେଳେ ପୋଲିସ କାର୍ଯ୍ୟକଳାପକୁ ନେଇ ଉଠିଛି ପ୍ରଶ୍ନ । ସେହିପରି ବଲାଙ୍ଗିରରେ ବନ୍ଧୁକ କାରବାର ଓ ବନ୍ଧୁକ ବ୍ୟବହାରକୁ ନେଇ ବଢିଛି ଚିନ୍ତା ।
