Voice of Eastern India

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା, ସିନ୍ଦୂରା ୨୦୨୪ ମସିହା ପାଇଁ ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର


ଭୁବନେଶ୍ୱର ୨୬।୦୬: ବାଜି ମାରିଲା ସିନ୍ଦୂରା । ୨୦୨୪ ମସିହା ପାଇଁ ଶ୍ରେଷ୍ଠ ଶିକ୍ଷା ଭିତ୍ତିକ ଚଳଚ୍ଚିତ୍ର ଭାବେ ହାତେଇଛି ପୁରସ୍କାର । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ଅବସରରେ ଏହାକୁ ଘୋଷଣା କରାଯାଇଛି । କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ରାସାୟନିକ ସାର ଓ କୀଟନାଶକ ଦ୍ୱାରା ମଣିଷ ର ସ୍ୱାସ୍ଥ୍ୟ ଉପରେ ପଡୁଥିବା କୁପ୍ରଭାବ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମିତ। ଯାହାର ନିର୍ଦ୍ଦେଶକ ଓ ଲେଖକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ ବିରଞ୍ଚି ନାରାୟଣ ପଣ୍ଡା ।

ଅପ୍ରେଲ ୫ ତାରିଖରେ ମୁକ୍ତିଲାଭ କରଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁରା । ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ବ୍ୟାନର ପ୍ରସ୍ତୁତ ତଥା ଦିଲ୍ଲୀପ ଦାଶ ନିବେଦିତ ଷଷ୍ଠ ଅବଦାନ ସିନ୍ଦୁରା । ଯାହାର କାହାଣୀ ରଚନା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ବିରଞ୍ଚି ନାରାୟଣ ପଣ୍ଡା । ଚଳଚ୍ଚିତ୍ରର କାହାଣୀ ଚାଷରେ ବ୍ୟବହୃତ ହେଉଥିବା ପେଷ୍ଟିସାଇଡ୍ର ନକରାତ୍ମକ ପ୍ରଭାବ ଉପରେ ପର୍ଯ୍ୟବେସିତ ।

ଫିଲ୍ମରେ ଗୋଟିଏ ପଟେ ନାୟକ ୟୁଟ୍ୟୁବର ଆକାଶ ଗୋଲଡେନ ବଟନ୍ ହାସଲ କରିବାକୁ ସ୍ଵପ୍ନ ଦେଖୁଛନ୍ତି । ଅନ୍ୟପଟେ ନାୟିକା ଭୂମି ଚାଷରେ ପେଷ୍ଟିସାଇଡ୍ର ବା ସାର ବ୍ୟବହାର ବିରୋଧରେ ସଚେତନତାର ମଙ୍ଗ ଧରିଛନ୍ତି । ପେଷ୍ଟିସାଇଡ ବିରୋଧୀ ସଚେତନତା ଓ ଅଭିଷେକ-ସୁପ୍ରିୟାଙ୍କ ପ୍ରେମ କାହାଣୀ କିପରି ଏହି ଚଳଚ୍ଚିତ୍ରର କାହାଣୀର ଭାରସାମ୍ୟ ରକ୍ଷା କରିଛି, ତାହା ଏଥିରେ ଦେଖିବାକୁ ମିଳିବ ।

ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ବିଜୟ କୁମାର ଦାସ । କାର୍ଯ୍ୟକାରୀ ନିର୍ଦ୍ଦେଶନା ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ଜିତେନ୍ଦ୍ର ଜେନା । କାର୍ଯ୍ୟକାରୀ ପ୍ରଯୋଜକ ଶାନ୍ତି ସ୍ୱରୂପ ଶତପଥି, ଚିତ୍ରତ୍ତୋଳନ ନାରାୟଣ ଦୀକ୍ଷିତ, ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ ଏବଂ ଜୟା ବିଶ୍ୱାସ ।

ସେହିପରି ଆହୁରି ଅନେକ ଚଳଚିତ୍ର ଏବଂ ଅଭିନେତା ଅଭିନେତ୍ରୀଙ୍କୁ ପୁରସ୍କୃତ କରାଯାଇଛି । 

୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର – ମିଳିତ ଭାବେ, ‘ପୁଷ୍କରା’, ‘ମାଇଁ ସ୍ବିଟ୍ ହାଉସ୍ ଓ୍ବାଇଫ୍

୨୦୨୩ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ – ପିନାକୀ ସିଂ

୨୦୨୩ ପାଇଁ ଶ୍ରେଷ୍ଠ ଅଭିନେତା – ହରିହର ମହାପାତ୍ର, ‘ଭଗିଆ ଭାରିଜା’

୨୦୨୩ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ – ମିଳିତ ଭାବେ, ନୈନା ଦାସ, ସୁପ୍ରିୟା ନାୟକ

୨୦୨୪ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର – ଆଶ୍ରମ

୨୦୨୪ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ – ଅଶୋକ ପତି

୨୦୨୪ ପାଇଁ ଶ୍ରେଷ୍ଠ ଅଭିନେତା – ତନ୍ମୟ ମହାନ୍ତି (ବାବୁସାନ୍)

୨୦୨୪ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ – ଦେବଯାନୀ ବେଘୁରିଆ

୨୦୨୩ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ – ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ

୨୦୨୪ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ – ନମ୍ରତା ଦାସ



Source link

Leave A Reply

Your email address will not be published.