ନୂଆଦିଲ୍ଲୀ, ୦୫/୧୧ : ବିରାଟ କୋହଲି । କ୍ରିକେଟର କିଙ୍ଗ୍ । ବିଶ୍ୱକ୍ରିକେଟର ମଡର୍ଣ୍ଣ ମାଷ୍ଟର୍ । ଖାତାରେ ଅନେକ ରେକର୍ଡ । ଅନେକ ଥର ନିଜ ବ୍ୟାଟରେ ଅସମ୍ଭବକୁ କରିଛନ୍ତି ସମ୍ଭବ । ଜିତାଇଛନ୍ତି ମ୍ୟାଚ୍ । ଚେଜ୍ କରିଛନ୍ତି ବିଶାଳ ଟାର୍ଗେଟ୍ । ଯାହା ତାଙ୍କୁ କରିଛି ଅନନ୍ୟ, ଅପ୍ରତିଦ୍ୱନ୍ୱୀ । ସୋସିଆଲ ମିଡିଆ ଭାଷାରେ ସେ ହେଲେ ଦି ଗୋଟ୍ । ଆଜିର ସମୟରେ କ୍ରିକେଟର ସେ ସବୁଠୁ ବଡ଼ ବ୍ରାଣ୍ଡ୍ ଆମ୍ବାସଡର ।
Also Read :- ଭୂମିକମ୍ପରେ ଥରିଲା ଚାଇନା : ରିକ୍ଟର ସ୍କେଲରେ ତୀବ୍ରତା ୪.୪
ସହଜ ନଥିଲା ବିରାଟଙ୍କ ଯାତ୍ରା । ସଫଳତାର ଶିଖରରେ ପହଁଚିବା ପାଇଁ କରିବାକୁ ପଡିଥିଲା ସଙ୍ଘର୍ଷ । ଜୀବନରେ ଆସିଥିଲା ଅନେକ ଉତଥାନ ଏବଂ ପତନ । ତଥାପି ହାର୍ ମାନି ନଥିଲେ ସେ । ଚିକୁରୁ ପାଲଟି ଥିଲେ କିଙ୍ଗ୍ ବିରାଟ । ବିରାଟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଥିଲା ୨୦୦୬ ମସିହା । ସେତେବେଳେ ତାଙ୍କୁ ହୋଇଥିଲା ୧୮ ବର୍ଷ । ସେହି ସମୟରେ ଚାଲିଥିଲା ରଣଜୀ ମୁକାବିଲା । ଦିଲ୍ଲୀ ପାଇଁ ସେତେବେଳେ ଖେଳୁଥିବା ବିରାଟ । ମ୍ୟାଚ୍ ଥିଲା କର୍ଣ୍ଣାଟକ ସହ । ଡିସେମ୍ବର ୧୮ ତାରିଖରେ ମ୍ୟାଚ୍ ପୂର୍ବରୁ ବିରାଟଙ୍କୁ ମିଳିଥିଲା ବାପାଙ୍କ ମୃତ୍ୟୁ ଖବର । ଘରକୁ ଯାଇଥିଲେ ବିରାଟ । କିନ୍ତୁ ସମସ୍ତଙ୍କୁ ଚକିତ କରିଥିଲା ତାଙ୍କ କମ୍ ବ୍ୟାକ୍ । ବାପାଙ୍କ ଶେଷକୃତ୍ୟରେ ସାମିଲ ହୋଇ ତା ପର ଦିନ ଗ୍ରାଉଣ୍ଡକୁ ଫେରିଥିଲେ ଚେଜ୍ ମାଷ୍ଟ୍ର୍ । ଖେଳିଥିଲେ ୯୦ ରନର ଇନିଂସ । ଯାହା ପାଇଁ ଦିଲ୍ଲୀ ଏଡାଇ ପାରିଥିଲା ଫଲୋ ଅନ୍ । ସେବେଠୁ ବିରାଟ ଯେ ଦିନେ ବିରାଟ ଖେଳାଳି ହେବେ ତାହା ବାରି ପାରିଥିଲେ ଅନେକ । ଏହାପରେ ଅଣ୍ଡର୍ ୧୯ ବିଶ୍ନକପରେ ଦମ୍ ଦେଖାଇଥିଲେ କୋହଲି ।
ବିରାଟଚ ଖେଳିଛନ୍ତି ଅନେକ ଲଢୁଆ ଇନିଂସ । ତାଙ୍କ ପାଇଁ ୨୦୨୪ରେ ଟି୨୦ ଚାମ୍ପିଅନ୍ ହୋଇଥିଲା ଦଳ । ଫାଇନାଲ ମୁକାବିଲାରେ ସେ ଖେଳିଥିଲେ ଲଢୁଆ ପାଳି । ଟୁର୍ଣ୍ଣାମେଣ୍ଟ୍ ସାରା ସେ ହୋଇଥିଲେ ଫ୍ଲପ୍ । ଆଶା ହରାଇଥିଲେ ଫ୍ୟାନ୍ସ । କିନ୍ତୁ ଫାଇନାଲରେ କରିସ୍ମା କରିଥିଲା ତାଙ୍କ ବ୍ୟାଟ୍ । ଯାହା ଦଳର ମେଣ୍ଟାଇଥିଲା ଟ୍ରଫି ଭୋକ । ସେହିପରି ୨୦୨୨ ମସିହାର ଟି୨୦ ବିଶ୍ୱକପ୍ । ସାମ୍ନାରେ ପାକିସ୍ତାନ ଟିମ୍ । ଟାର୍ଗେଟ୍ ଥିଲା ୧୬୦ । ସହଜ ଟାର୍ଗେଟ୍ କିନ୍ତୁ ୩୧ ରନରେ ଚାରି ଓ୍ୱିକେଟ୍ ହରାଇ ସାରିଥିଲା ଟିମ୍ ଇଣ୍ଡିଆ । କ୍ରିଜରେ ଠିଆ ହୋଇଥିଲେ ବିରାଟ । ମାନି ନଥିଲେ ହାର୍ । ପାକିସ୍ତାନୀ ପେସ୍ ଆଟାକକୁ କରିଥିଲେ ପ୍ରହାର । ଶେଷ ୮ ବଲରେ ଦରକାର ଥିଲା ୨୮ ରନ୍ । ଲାଗୁଥିଲା ହାରିଯିବ ଭାରତ । ହେଲେ ବିରାଟ ନିଜ ଦମରେ ପାକ୍ ମୁଠାରୁ ଛଡାଇ ଆଣିଥିଲେ ବିଜୟ ।
ଏହି ଗୋଟିଏ କି ଦୁଇଟି ମୁକାବିଲା ନୁହେଁ । ଏମିତି ଆହୁରି ମ୍ୟାଚ୍ । ଅନେକ ଟୁର୍ଣ୍ଣାମେଣ୍ଟ । ସଫଳ ଅଧିନାୟକ ନହେଲେ ବି ଅନେକ ସଫଳ ଅଧିନାୟକଙ୍କ ପଛର ବଡ କାରଣ ବିରାଟ । ଏମଏସ ଧୋନୀ ହୁଅନ୍ତୁ ବା ରୋହିତ ଶର୍ମା । ଉଭୟଙ୍କୁ ଟ୍ରଫି ଉପହାର କରିବା ଥିଲା ବିରାଟଙ୍କ ସଉକ୍ । ରେକର୍ଡ ବୁକକୁ ଦେଖିଲେ ବହୁତ ଆଗରେ ରନ୍ ମେସିନ୍ । ତାଙ୍କ ଖାତାରେ ସବୁଠୁ ଅଧିକ ଦିନିକିଆ ଶତକର ରେକର୍ଡ୍ । ଯାହାକୁ ଭାଙ୍ଗିବା ସହଜ ନୁହେଁ । ଏପରିକି ଗୋଟିଏ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭୬୫ ରନ୍ କରିଛନ୍ତି ସେ । ଯାହା ସେଟ୍ କରିଛି ବିଗ୍ ମାଇଲଷ୍ଟୋନ୍ । ଆହୁରି ମଧ୍ୟ ଦ୍ରୁତ ୧୮ ହଜାର, ୧୩ ହଜାର ଏବଂ ୧୫ ହଜାର ରନ୍ କ୍ଲବରେ ସାମିଲ ହୋଇଥିବା ଖେଳାଳି ମଧ୍ୟ ସେ । ଭାରତର ସବୁଠୁ ସଫଳ ଟେଷ୍ଟ୍ ଅଧିନାୟକ ଭାବେ ତାଙ୍କ ନାଁ ଆଗରେ । ତାଙ୍କ ନେତୃତ୍ୱରେ ଭାରତ ଖେଳିଥିଲା ୬୮ ମ୍ୟାଚ୍ । ଆଉ ୪୦ ମ୍ୟାଚରେ ହାସଲ କରିଥିଲା ଭିକ୍ଟ୍ରି ।
ଆଇପିଏଲରେ ବି ଚାଲେ ବିରାଟଙ୍କ ମ୍ୟାଜିକ୍ । ଗୋଟିଏ ସିଜିନରେ ସର୍ବାଧିକ ୯୭୩ ରନ୍ ହାସଲ କରିଥିବା ବ୍ୟାଟର ବିରାଟ । ଯାହା ଅନେକ ଯୁବ ଖେଳାଳିଙ୍କ ପାଇଁ ଇନସପିରେସନ୍ । ତେବେ ଆଜି ତାଙ୍କର ଜନ୍ମ ଦିନ । ଭାରତୀୟ କ୍ରିକେଟକୁ ସଚିନଙ୍କ ପରେ ନୂଆ ପରିଚୟ ଦେଇଥିବା କ୍ରିକେଟର ବିରାଟ । ନୂଆ ସାହାରା ପାଲଟିଥିବା କ୍ରିକେଟର ବି ବିରାଟ । ଏବେ ସେ କ୍ୟାରିଅରର ଶେଷ ପର୍ଯ୍ୟାୟରେ । ତଥାପି ୨୦୨୮ ଅଲମ୍ପିକ୍ସରେ ସେ କ୍ରିକେଟ୍ ର ପୋଷ୍ଟର ବୟ । ଦଳ ପ୍ରତି ତାଙ୍କର ତ୍ୟାଗ, ଡେଡିକେସନ୍ କୁ ସବୁଦିନ ପାଇଁ ମନେ ରଖିବେ କୋଟି କୋଟି ଫ୍ୟାନ୍ସ୍ ।
