Voice of Eastern India

ଭୂକମ୍ପ ପୂର୍ବରୁ ଗୁଗଲ ଦେଇଥିଲା ଚେତାବନୀ, ଫୋନରେ ବାଜିଲା ସାଇରନ : ଆପଣଙ୍କ ମୋବାଇଲରେ ବି ଅଛି ଏହି ଫିଚର୍ସ


କାରାକସ,୨୬|୦୬ଭେନେଜୁଏଲାରେ ମୃତ୍ୟୁର ତାଣ୍ଡବ ରଚିଛି ଭୂକମ୍ପ । ତେବେ ଏହି ବିନାଶକାରୀ ପ୍ରାକୃତିକ ଘଟଣାର କିଛି ସେକେଣ୍ଡ ପୂର୍ବରୁ ଆଣ୍ଡ୍ରଏଡ୍ ୟୁଜରଙ୍କୁ ଗୁଗଲ୍ ତରଫରୁ ଚେତାବନୀ ମିଳିଥିଲା। ଏଥିରେ ଭୂକମ୍ପର ତୀବ୍ରତା ଆକଳନ ଏକ ଛୋଟ ପ୍ରଦର୍ଶିତ ହୋଇଥିଲା । ୟୁଜରଙ୍କଠୁ ଏହା କେତେ ଦୂରରେ ଅଛି, ତାହା ମଧ୍ୟ ସୂଚନା ଦେଇଥିଲା ଏବଂ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଏକ ଛୋଟ ମଉକା ଦେଇଥିଲା । ଏହାର ୩୯ ସେକେଣ୍ଡ ପରେ ୭.୫ ତୀବ୍ରତାର ଭୂକମ୍ପ ଆସିଲା। ପ୍ରକୃତିର ଏହି ତାଣ୍ଡବରେ ଶତାଧିକ ଲୋକ ପ୍ରାଣ ହରାଇଲେ । ହଜାର ହଜାର ଆହତ ହେଲେ।

ଗୁଗଲର ଆଣ୍ଡ୍ରଏଡ୍ ଆର୍ଥକ୍ୱେକ୍ ଆଲର୍ଟ ସିଷ୍ଟମ୍ କିଛି ସେକେଣ୍ଡ ପୂର୍ବରୁ ଭୂକମ୍ପ ଗିତିବିଧି ଚିହ୍ନଟ କରିଥିଲା। ଏହି କମ୍ ସମୟ ଅନେକ ଜୀବନ ବଞ୍ଚାଇଥିବା ବିଶ୍ଵାସ କରାଯାଉଛି। ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ସେମାନଙ୍କ ଫୋନରେ ଏକ ସତର୍କ ଘଣ୍ଟି ବାଜିଲା । ତା’ ପରେ ସେମାନେ ପ୍ରାଣ ବିକଳରେ ବାହାରକୁ ଦୌଡ଼ିଲେ ।

Also Read :- Venezuela Earthquake : ‘ଆମେ ଆଉ ବଞ୍ଚିବୁନି, ଘର ଦୋହଲୁଛି…କେତେବେଳେ ବି ଭାଙ୍ଗିଯିବ’ : ଛାତିଥରା କଥା କହିଲେ ସାମ୍ବାଦିକା

ଗୁଗଲର ଏହି ଭୂକମ୍ପ ଚେତାବନୀ ପ୍ରଣାଳୀ କେମିତି କାମ କରେ ?

ଗୁଗଲ୍ ଅନୁସାରେ, ଭୂକମ୍ପ ଚିହ୍ନଟରେ ସାହାଯ୍ୟ କରିବା ଲାଗି ଏହି ପ୍ରଣାଳୀ ଆଣ୍ଡ୍ରଏଡ୍ ପ୍ଲାଟଫର୍ମର ପହଞ୍ଚକୁ ଉପଯୋଗ କରିଥିଲା। ପ୍ରତ୍ୟେକ ଆଣ୍ଡ୍ରଏଡ୍ ଫୋନ୍ ଏକ ଛୋଟ ସିସମୋମିଟର ଭଳି। ଲକ୍ଷ ଲକ୍ଷ ଅନ୍ୟ ଆଣ୍ଡ୍ରଏଡ୍ ଫୋନ୍ ଯୋଡ଼ିହେଲେ, ବିଶ୍ୱର ସର୍ବବୃହତ ଭୂକମ୍ପ ଚିହ୍ନଟ ନେଟୱର୍କ ପ୍ରସ୍ତୁତ କରନ୍ତି। ସବୁ ସ୍ମାର୍ଟଫୋନରେ ଆକକ୍ସେଲେରୋମିଟର ରହିଛି, ଯାହା ଆସନ୍ନ ଭୂକମ୍ପର ସଙ୍କେତ ଚିହ୍ନଟ କରିପାରେ । ଯଦି ଏହା ତାକୁ ଭୂକମ୍ପ ରୂପେ ଦେଖେ, ତେବେ ତୁରନ୍ତ ଗୁଗଲ୍ର ଭୂକମ୍ପ ଚିହ୍ନଟ ସର୍ଭରକୁ ସଙ୍କେତ ଦିଏ । ଘଟଣାସ୍ଥଳ ବିଷୟରେ ମଧ୍ୟ ମୋଟାମୋଟି ଅନ୍ଦାଜ୍ କରି ସୂଚନା ଦିଏ। ସମାନ ସଙ୍କେତ ଅନେକ ଫୋନରୁ ମିଳିଲେ, ସର୍ଭର୍ ସମସ୍ତ ସୂଚନାକୁ ଯୋଡ଼ି ଭୂକମ୍ପ ଆସୁଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରେ। ଆଲୋକର ବେଗରେ ଏହି ସଙ୍କେତ ପଠାଯାଏ, ଯାହା ଭୂକମ୍ପର ବେଗଠୁ ଦ୍ରୁତ । ଫଳରେ ଲୋକ ଭୂକମ୍ପ ପୂର୍ବରୁ ଚେତାବନୀ ପାଇଯାଆନ୍ତି। ସିସମୋଲୋଜି ଓ ବିପତ୍ତି ବିଶେଷଜ୍ଞ ରିଚାର୍ଡ ଆଲେନ, କିଙ୍ଗକାଇ କଙ୍ଗ ଓ ଲୁସି ଜୋନ୍ସ ମିଳିତ ଭାବେ ଏହି ଭୂକମ୍ପ ଚିହ୍ନଟକାରୀ ଉପାୟ ବିକଶିତ କରିଛନ୍ତି ।



Source link

Leave A Reply

Your email address will not be published.