Voice of Eastern India

ବଲାଙ୍ଗିରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ସେପ୍ଟେମ୍ବର ୧୫ରେ ମାଁ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହେବ ନବାନ୍ନ


ବଲାଙ୍ଗିର ୭।୮: ବଲାଙ୍ଗିରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ, ମହାଦେବ ମନ୍ଦିର ପ୍ରାଙ୍ଗଣରେ ପ୍ରତି ବର୍ଷଭଳି ଆନୁଷ୍ଠାନିକ ଭାବରେ ଘୋଷଣା ହୋଇଛି ତାରିଖ ସମୟ । ଏନେଇ ପଣ୍ଡିତ ମହାସଭାରେ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶିନକ୍ଷତ୍ରକୁ ନେଇ ଲଗ୍ନ ବାହାର କରାଯାଇଛି ।

ତେବେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି । ଆସନ୍ତା ମାସ ସେପ୍ଟେମ୍ବର ୧୫ ତାରିଖ ମଙ୍ଗଳବାର ଦିନ ସକାଳ ୦୯/୩୬ ରୁ ୧୦/୧୦ ମିନିଟ୍ ମଧ୍ୟରେ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିହେବ । ଏହାପରେ ସମଗ୍ର ଜିଲ୍ଲାରେ ଗାଁଠୁ ସହର ସବୁଠି ପାଳନ ହେବ ନୂଆଁଖାଇ ।

​​​​​​​

କାହିଁ କେଉଁ କାଳରୁ ଏହି ମହାନ ପରମ୍ପରା । କୃଷିଭିତ୍ତିକ ଆଦ୍ୟ ପରମ୍ପରାକୁ ପାଳି ଆସିଛନ୍ତି ବଲାଙ୍ଗିରବାସୀ । ଭାଇଚାରା ସଦଭାବନା ଓ ଏକତା ବାର୍ତ୍ତା ଦେଉଛନ୍ତି ଏହି ନୂଆଁଖାଇ ପର୍ବ । ଏନେଇ ଆଜି ନୂଆଁଖାଇ ଲଗ୍ନକୁ ନେଇ ସୂଚନା ଦେଇଛନ୍ତି ରାଜପୁରୋହିତ । ଯାହାକି ପାଟଣା ମହାରାଜ କାର୍ଯ୍ୟାଳୟରୁ ସ୍ଥିର ହେବା ପରେ ଦିଆଯାଇଛି ସୂଚନା ।



Source link

Leave A Reply

Your email address will not be published.