Voice of Eastern India

ବଦଳୁଥିବା ଦୁନିଆରେ ପ୍ରତିଦିନ କିଛି ନୂଆ ଶିଖୁଥିବା ବ୍ୟକ୍ତି ହିଁ ଜିତନ୍ତି : ପିଏମ୍ ମୋଦୀ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆଇଆଇଟି ଦିଲ୍ଲୀର ୫୭ତମ ସମାନବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ପ୍ରତ୍ୟେକ ପିଢ଼ିର ନିଜସ୍ୱ ଆହ୍ୱାନ ଏବଂ ଦାୟିତ୍ୱ ରହିଥାଏ । ଏହି ପିଢ଼ି ପାଇଁ ଆଗାମୀ ସମୟରେ ଆହୁରି ଅଧିକ ଆହ୍ୱାନପୂର୍ଣ୍ଣ ହୋଇପାରେ । ଏଥିପାଇଁ ଧ୍ୟାନରେ ରଖନ୍ତୁ ଯେ ଆଗାମୀ ୩୫ ବର୍ଷରେ ଆପଣମାନଙ୍କ କାମ ବିକଶିତ ଭାରତର ମୂଳଦୁଆ ହେବ ।

ସେ କହିଛନ୍ତି, ମୁଁ ଆଇଆଇଟିର ଅନେକ ପ୍ରାକ୍ତନ ଛାତ୍ରଙ୍କ ସଫଳତା ଦେଖିଛି । ସେମାନେ ଏପରି ସମସ୍ୟାକୁ ଚିହ୍ନଟ କରିଛନ୍ତି, ଯାହା ଉପରେ ପୂର୍ବରୁ କାହାର ଧ୍ୟାନ ଯାଉ ନ ଥିଲା । ତେଣୁ ସର୍ବଦା ଶିଖିବା ଜାରି ରଖନ୍ତୁ, କେବଳ ପ୍ରଶ୍ନ ନକରି ତାର ସମାଧାନ ବି ଖୋଜନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ଜୀବନର ପ୍ରତିଟି ଆହ୍ୱାନର ସାମନା କରିବା ପାଇଁ ପ୍ରସ୍ତୁତ ରହିବାକୁ ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ଆଇଆଇଟିର ପୀରକ୍ଷାରେ ସିଲାବସ୍ ନିର୍ଦ୍ଧାରିତ ଥାଏ, କିନ୍ତୁ ଜୀବନ ପରୀକ୍ଷାରେ ସବୁକିଛି ଆଉଟ୍ ଅଫ୍ ସିଲାବସ୍ ହୋଇଥାଏ । ସେ କହିଛନ୍ତି, ଜୀବନରେ କୌଣସି ପୂର୍ବ ନିର୍ଦ୍ଧାରିତ କୋର୍ସ କିମ୍ୱା ପ୍ରଶ୍ନପତ୍ର ନଥାଏ । ଅନେକ ସମୟରେ ତ’ ପ୍ରକୃତ ପ୍ରଶ୍ନ କଣ ତାହା ମଧ୍ୟ କେହି କହି ନ ଥାନ୍ତି, ତା’କୁ ବି ନିଜେ ଚିହ୍ନଟ କରିବାକୁ ପଡ଼ିଥାଏ ।

ପିଏମ୍ ମୋଦୀ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରି କହିଛନ୍ତି, ସେମାନଙ୍କ ମନରେ ବର୍ତ୍ତମାନ ସମୟରେ ଅନେକ ପ୍ରକାର ବିଚାର ଚାଲୁଥିବ । ସେମାନ ମଜାଳିଆ ଢ଼ଙ୍ଗରେ କହିଛନ୍ତି, ମୁଁ ବାବା ବାଗେଶ୍ୱର ନୁହେଁ, କିନ୍ତୁ ମନରେ କିଛି ତ’ ଚାଲିଥିବ । ସେ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ମନରେ ନିଜର ଆସନ୍ତାକାଲିକୁ ନେଇ ଚିତ୍ର ରହିଥାଏ । ଆହୁରି କହିଥିଲେ, ଓରିଏଣ୍ଟଟେସନରୁ କନଭୋକେସନ ଯାଏଁର ପୂରଣ କରିବା ଆଜି ଆପଣଙ୍କୁ ସନ୍ତୋଷ ମିଳିଥିବ ।

ସେ କହିଛନ୍ତି, ଆପଣମାନେ ଏପରି ସମୟରେ ସଂସ୍ଥାନରୁ ବାହାରୁଛନ୍ତି, ଯେତେବେଳେ ସାରା ଦୁନିଆରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି । ଶିକ୍ଷା ଏବଂ ବୈଶ୍ୱିକ ଶକ୍ତିର ସନ୍ତୁଳନରେ ଲଗାତାର ପରିବର୍ତ୍ତନ ଘଟୁଛି । ଟେକ୍ନୋଲୋଜିର ଗତି ଏତେ ଅଧିକ ହୋଇଛି ଯେ ଆଗାମୀ ୨୦-୩୦ ବର୍ଷରେ ଦୁନିଆ କିପରି ଥିବ କହିବା ମୁସ୍କିଲ । ଯେବେ ବି ପରିବର୍ତ୍ତନ ଆସେ, ନିଜ ସହିତ ଆହ୍ୱାନ ଏବଂ ସୁଯୋଗ ଉଭୟ ଧରି ଆସିଥାଏ । ଇଣ୍ଡଷ୍ଟ୍ରୀ ଏବଂ ପ୍ରୋଫେସନର ରୂପ ବଦଳିଥାଏ । ଏଥିପାଇଁ ନିଜକୁ ପ୍ରସ୍ତୁତ ରଖ, ପ୍ରତ୍ୟେକ ଆହ୍ୱାନର ସାମନା କରନ୍ତୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣଙ୍କ ସାମନାରେ ଏକ ବଡ଼ ସମ୍ଭାବନା ରହିଛି । ସେ ସେକ୍ଟର ହେଉଛି ରିସର୍ଚ୍ଚର । ଆଜି ଦେଶକୁ ନୂଆ ନୂଆ ଗବେଷଣାର ଆବଶ୍ୟକତା ରହିଛି । ସରକାର ମଧ୍ୟ ରିସର୍ଚ୍ଚ ଉପରେ ଅଧିକ ଫୋକସ୍ କରୁଛନ୍ତି । ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍, ଆମର ପ୍ରତିଭାଶାଳୀ ଯୁବପିଢ଼ିଙ୍କୁ ରିସର୍ଚ୍ଚ କରିବାରେ ସୁଯୋଗ ପ୍ରଦାନ କରୁଛି ।



Source link

Leave A Reply

Your email address will not be published.