Voice of Eastern India

ବଦଳିବ ଟିମ୍ ଇଣ୍ଡିଆ, ଟି୨୦ ଫର୍ମାଟ୍ ଖେଳିବେ ରଜତ ପଟିଦାର ! ଆୟରଙ୍କୁ କରିବେ କି ରିପ୍ଲେସ୍ ?


ନୂଆଦିଲ୍ଲୀ,|୦୭:ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତ ଲଗାତାର ଭାବେ ଟି୨୦ ମୁକାବିଲା ହାରୁଛି । ଅଧିନାୟକ ହେଲା ପରେ ଦଳ ମ୍ୟାଚ୍ ଜିତୁନି । ଏପରିକି ଆୟରଲ୍ୟାଣ୍ଡ ଭଳି ଦୁର୍ବଳ ଦଳଠୁ ପରାସ୍ତ ହୋଇଛି । ସିରିଜରେ କ୍ଲିନ୍ ସ୍ୱିପ୍ ହୋଇଛି । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଛି । ଇଂଲମ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବି ଟିମ୍ ପରାଜୟର ସାମ୍ନା କରିଛି ।

ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ଅଧିନାୟକ ପଦରୁ ବିଦା କରାଯାଇଥିଲା । ତାଙ୍କ ଜାଗାରେ ଆୟରଙ୍କୁ ସୁଯୋଗ ମିଳିଥିଲା । ହେଲେ ସେ ନିରାଶ କରିଛନ୍ତି । ସମାଲୋଚନାର ଶିକାର ହେଉଛନ୍ତି । ତେଣୁ ଦଳରେ ଆଉ ଜଣେ ଆଇପିଏଲ ଷ୍ଟାରଙ୍କୁ ସାମିଲ କରିବାକୁ ପୂର୍ବତନ କ୍ରିକେଟର ଇରଫାନ୍ ପଠାନ ପରାମର୍ଶ ଦେଇଛନ୍ତି ।

Also Read :- ଫୁଟବଲକୁ ବାଏବାଏ କଲେ ବ୍ରାଜିଲ୍ ଷ୍ଟାର୍ ନେୟମାର ! ଖେଳିବେନି ଅନ୍ତର୍ଜାତୀୟ ମ୍ୟାଚ୍

ଇରଫାନ୍ ପଠାନ କହିଛନ୍ତି ଯେ, ବିସିସିଆଇର ସିଲେକ୍ଟର ରଜତ ପଟିଦାରଙ୍କୁ ସୁଯୋଗ ଦେବା ଦରକାର । ରଜତ ଟି୨୦ ଫର୍ମାଟରେ ଖେଳିବା ପାଇଁ ଫିଟ୍ ଅଛନ୍ତି । ଜାତୀୟ ସ୍ତରରେ ସେ ଭଲ ଖେଳିପାରିବେ । ଦଳରେ ଏବେ ବାମହାତୀ ବ୍ୟାଟର ଅଧିକ । ରଜତ ଜଣେ ଦକ୍ଷିଣହାତୀ ବ୍ୟାଟର୍ । ଫଳରେ ଦଳରେ କମ୍ୱିନେସନ ଭଲ ରହିବ । ଏବେ ଦଳ ପାଖରେ ଟି୨୦ ବିଶ୍ୱକପ୍ ପାଇଁ ପର୍ଯ୍ୟାପ୍ତ ସମୟ ରହିଛି । ଏହି ସମୟରେ ହିଁ ସିଲେକ୍ଟର ପରୀକ୍ଷାନିରୀକ୍ଷା କରିପାରିବେ ।

ଘରୋଇ ମୁକାବିଲାରେ ଦମଦାର ରେକର୍ଡ

ଯଦିଓ ରଜତ ଅନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରି ନାହାଁନ୍ତି, କିନ୍ତୁ ଘରୋଇ ମୁକାବିଲାରେ ତାଙ୍କର ରେକର୍ଡ ଭଲ ରହିଛି । ସେ ୧୦୬ଟି ଇନିଂସରେ ୩୩୫୯ ରନ୍ ସ୍କୋର କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୦ରୁ ଅଧିକ ଅଛି । ଖାଲି ଏତିକି ନୁହେଁ ଅଧିନାୟକ ଭାବେ ମଧ୍ୟ ସେ ଆରସିବିକୁ ଦୁଇ ଥର ଚାମ୍ପିଅନ୍ କରାଇଛନ୍ତି । ୨୦୨୫ ଏବଂ ୨୦୨୬ରେ ଦଳ ଆଇପିଏଲ ଚାମ୍ପିଅନ୍ ହୋଇଛି ।



Source link

Leave A Reply

Your email address will not be published.