Voice of Eastern India

ପୁରୀରେ ପୁଣି ଚାଞ୍ଚଲ୍ୟ, ନରେନ୍ଦ୍ର ପୁଷ୍କରିଣୀରୁ ୨ ଜଣକ ମୃତଦେହ ଉଦ୍ଧାର


ପୁରୀ: ୨୦ ଦିନ ତଳେ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଶନିବାର ପୁଣି ଦୁଇ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ, ସଦର ଖଡ଼ିପଦା ଅଞ୍ଚଳର ଜଗନ୍ନାଥ ପରିଡ଼ାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିବାବେଳେ, କୁମ୍ଭାରପଡ଼ା ପୋଲିସ ତଦନ୍ତ ଜାରି ରଖିଛି।

ସେହିଭଳି ନରେନ୍ଦ୍ର ପୁଷ୍କରିଣୀରୁ ଭୁବନେଶ୍ୱରର କେ. ଭେଙ୍କଟଶ ରାଓଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତଦେହ  ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କୁମ୍ଭାରପଡ଼ା ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

Also Read: ରାଜଧାନୀର ରାଜରାସ୍ତା ପୁଣି ରକ୍ତରେ ଭିଜିଲା, ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୃତ୍ତ

ଅନ୍ୟପଟେ, ଶନିବାର ପୁରୀରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଜଣେ ଉଠା ଦୋକାନୀଙ୍କ ମୁଣ୍ଡକୁ ଇଟା ଛେଚି ଆକ୍ରମଣ କରିଛି ଦୁର୍ବୃତ୍ତ। ଏଥିରେ ଉଠା ଦୋକାନୀ ମାର୍କଣ୍ଡେଶ୍ୱର ସାହିର ନିଖିଳ ଦାସ ଗୁରୁତର ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି। ସିଂହଦ୍ଵାର ଥାନା ପୋଲିସର ତଦନ୍ତ ଜାରି ରଖିଛି।



Source link

Leave A Reply

Your email address will not be published.