Voice of Eastern India

ପାକିସ୍ତାନୀ କ୍ରିକେଟର୍ ସସପେଣ୍ଡ୍ ! ନେଉଥିଲେ ନିଷିଦ୍ଧ ଡ୍ରଗ୍ସ, ICCର ବଡ଼ ଆକ୍ସନ୍


ନୂଆଦିଲ୍ଲୀ, ୧୭|୦୭: ପାକିସ୍ତାନୀ କ୍ରିକେଟର ମହମ୍ମଦ ନଓ୍ୱାଜଙ୍କୁ ଝଟକା । ବଡ ଆକ୍ସନ୍ ନେଲା ଆଇସିସି । ଡୋପିଂ ଟେଷ୍ଟରେ ଫେଲ୍ ହେଲା ପରେ ନଓ୍ୱାଜଙ୍କୁ ଲାଗିଛି ଶକ୍ତ ଝଟକା ।

ରିପୋର୍ଟ ଅନୁସାରେ, ଆଇସିସି ଟି୨୦ ବିଶ୍ୱକପ୍ ସରିବା ପରେ ସବୁ ପାକ୍ ଖେଳାଳିଙ୍କ ଡୋପିଂ ଟେଷ୍ଟ୍ ହୋଇଥିଲା । ପାକ୍ କ୍ରିକେଟର ମହମ୍ମଦ ନଓ୍ୱାଜ ମଧ୍ୟ ଏହି ଟେଷ୍ଟ୍ ଦେଇଥିଲେ । ଯେଉଁଥିରେ ସେ ବିଫଳ ହୋଇଛନ୍ତି । ତାଙ୍କ ନମୂନାରେ ବେଆଇନ ତଥା ନିଷିଦ୍ଧ ସାମଗ୍ରୀର ପ୍ରମାଣ ମିଳିଛି ।

Also Read :-ଶ୍ରୀରାମୁଲୁଙ୍କଠୁ ସୋନମ୍ ଓ୍ୱାଙ୍ଗଚୁକ୍, ଦୁଇ ନେତା କିନ୍ତୁ ଭିନ୍ନ ପ୍ରସଙ୍ଗ…ନେହେରୁଙ୍କ ଶାସନରେ ବଳିଦାନ ଦେଇଥିଲେ ଆନ୍ଧ୍ର ପ୍ରଦେଶର ନିର୍ମାତା

୩୨ ବର୍ଷୀୟ ନଓ୍ୱାଜଙ୍କ ନମୂନାରେ ଆଇସିସି କାର୍ବୋକ୍ସି ଟିଏଚସି ଠାବ କରିଛି । ଯାହା ଆଇସିସିର ଆଣ୍ଟି ଡୋପିଂ ନିୟମକୁ ଉଲ୍ଲଙ୍ଘନ କରୁଛି । ଆଇସିସି କହିଛି ଯେ, ଟି୨୦ ବିଶ୍ୱକପ୍ ପରେ ନଓ୍ୱାଜଙ୍କ ଡୋପିଂ ଟେଷ୍ଟ୍ ହୋଇଥିଲା । କଲମ୍ବୋରେ ନେଦରଲ୍ୟାଣ୍ଡସ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସିରିଜ୍ ମଧ୍ୟରେ ଏହି ଟେଷ୍ଟ୍ ହୋଇଥିଲା । ଯେଉଁଥିରେ ନଓ୍ୱାଜ ନିଷିଦ୍ଧ ସାମଗ୍ରୀ ସେବନ କରୁଥିବା ଧରାପଡିଛି ।

ଆହୁରି ମଧ୍ୟ ଦଣ୍ଡସ୍ୱରୂପ ଏବେ ନଓ୍ୱାଜ ତିନି ମାସ କ୍ରିକେଟରୁ ଦୂରରେ ରହିବେ । ତାଙ୍କୁ ତିନି ମାସ ପାଇଁ ସସପେଣ୍ଡ୍ କରାଯାଇଛି । ମେ ୧ ତାରିଖରୁ ଏହି କଟକଣା ଲାଗୁ ହୋଇଛି । ସେ ନିଜେ ମଧ୍ୟ ଦଣ୍ଡକୁ ସ୍ୱୀକାର କରିଛନ୍ତି । ତେବେ ସେ ଆଇସିସିର ନିୟମ ମାନିଲେ ତାଙ୍କର ଏହି ଦଣ୍ଡ ବିଧାନକୁ ଗୋଟିଏ ମାସ କମାଇ ଦିଆଯିବ ବୋଲି ଆଇସିସି କହିଛି ।

ସୂଚନାଯୋଗ୍ୟ, ନଓ୍ୱାଜ ଏବେସୁଦ୍ଧା ଅଢେଇ ମାସର ନିଲମ୍ବନ ଦଣ୍ଡ ଭୋଗି ସାରିଛନ୍ତି । ଏବେ ସେ ନିଜକୁ ସୁଧାରୁଛନ୍ତି । । ଯାହା ତାଙ୍କର ନିଲମ୍ବନ ସମୟକୁ ଅନେକ ମାତ୍ରାରେ କମାଇପାରିବ ।



Source link

Leave A Reply

Your email address will not be published.