Voice of Eastern India

ନଭେମ୍ବର ୫ରେ ରିଲିଜ୍‌ ହେବ ‘ରାମାୟଣ’, କେବେଠୁ ଆଡଭାନ୍ସ ଟିକେଟ୍‌ ବୁକିଂ ?


ମୁମ୍ବାଇ: ବହୁ ପ୍ରତିକ୍ଷୀତ ପୌରାଣିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରାମାୟଣ’ ମୁକ୍ତିଲାଭ ତାରିଖ ଘୋଷଣା ହୋଇଛି । ନଭେମ୍ବର ୫ରେ ବିଶ୍ବବ୍ୟାପୀ ମୁକ୍ତିଲାଭ କରିବ ରାମାୟଣ: ପାର୍ଟ ୧ । ଦୀପାବଳି ଅବସରରେ ଆସୁଥିବା ଏହି ସିନେମା ବିଶ୍ୱର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ ହେବ।  ଏହି ଚଳଚ୍ଚିତ୍ରଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ । ଏହାର ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳି ପୂର୍ବରୁ ସିନେମାହଲକୁ ଆସୁଛି। ଭାରତୀୟ ସିନେମାର ସବୁଠାରୁ ବଡ଼ ବ୍ଲକବଷ୍ଟର ‘ଦଙ୍ଗଲ’ର ନିର୍ଦ୍ଦେଶନା ଦେଇଥିବା ନିତେଶ ତିୱାରୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ନିର୍ଦ୍ଦେଶକ ନିତେଶ ତିୱାରୀ ଏବଂ ସିନେମାର ନିର୍ମାତାମାନେ ଏକ ନୂଆ ପୋଷ୍ଟର ଜାରି କରିଛନ୍ତି । ଏଥିରେ ୟଶଙ୍କୁ ରାବଣ ରୂପରେ, ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମ, ସାଇ ପଲ୍ଲବୀଙ୍କୁ ମାତା ସୀତା ଏବଂ ରବି ଦୁବେଙ୍କୁ ଲକ୍ଷ୍ମଣ ଭୂମିକାରେ ଦେଖିବାକୁ ମିଳୁଛି। ନବରାତ୍ରୀର ପବିତ୍ର ଅବସରରେ ପୋଷ୍ଟରର କ୍ୟାପସନରେ ପ୍ରଯୋଜକ ନମିତ ମାଲହୋତ୍ରାଙ୍କ ‘ରାମାୟଣ: ପାର୍ଟ ୧’ ନଭେମ୍ବର ୫, ୨୦୨୬ରେ ସମସ୍ତ ପ୍ରିମିୟମ ଫର୍ମାଟରେ ବିଶ୍ୱବ୍ୟାପୀ ରିଲିଜ୍ ହେବ ବୋଲି ପ୍ରକାଶ କରାଯାଇଛି। ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍  ଭାଷାରେ ମୁକ୍ତିଲାଭ କରିବ। 

ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, ‘ନବରାତ୍ରିର ଏହି ପବିତ୍ର ଅବସରରେ, ଆମେ ଏକ ନୂତନ ଯୁଗର ଶୁଭାରମ୍ଭକୁ ଉତ୍ସବ ଭାବେ ପାଳନ କରୁଛୁ। ୟେ ରାମ କେ ଯୁଗ କା ଆରମ୍ଭ ହୈ। ’ ଚଳଚ୍ଚିତ୍ର ରିଲିଜ୍‌ର ୧୬ ଦିନ ପୂର୍ବରୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯିବ। ଦଶହରା ଅବସରରେ, ଅର୍ଥାତ୍ ଅକ୍ଟୋବର ୨୦ରୁ ଟିକେଟ୍ ବୁକିଂ ଖୋଲିବ ବୋଲି ନିର୍ମାତା ଘୋଷଣା କରିଛନ୍ତି। ସିନେମାର ମୁକ୍ତିଲାଭ ତାରିଖ ଏବଂ ଆଡଭାନ୍ସ ବୁକିଂ ସଂପର୍କରେ ଜଣାପଡ଼ିବା ପରେ  ଏହି ଭବ୍ୟ ଚଳଚ୍ଚିତ୍ରକୁ ବଡ଼ ପରଦାରେ ଦେଖିବା ପାଇଁ ସିନେପ୍ରେମୀଙ୍କ ଗହଣରେ ଉତ୍ସା ବୃଦ୍ଧି ପାଇଛି ।



Source link

Leave A Reply

Your email address will not be published.