ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୮ ତାରିଖରୁ ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ୧୭ତମ ବିଧାନସଭାର ଶୀତକାଳୀନ ଅଧିବେଶନ । ମୋଟ ୪୪ ଦିନର ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିବ । ଏନେଇ ବୁଧବାର ବିଧାନସଭା ସଚିବଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୮ ତାରିଖରେ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ନଭେମ୍ବର ୨୫, ୨୬, ୨୭ରେ ଅତିରିକ୍ତ ଖର୍ଚ୍ଚ ବିବରଣୀ ନେଇ ଆଲୋଚନା ହେବ । ନଭେମ୍ବର ୩୦ରେ ଅତିରିକ୍ତ ବଜେଟ୍ ଉପରେ ବିନିଯୋଗ ବିଧେୟକ ଗୃହରେ ଉପସ୍ଥାପିତ ହେବ ।
