ବାଲିଗୁଡ଼ା ୨୬।୦୮ : ଦେଶୀ ଡଙ୍ଗା ଓଲଟି ୨ ନିଖୋଜ, ୬ ଉଦ୍ଧାର । କନ୍ଧମାଳ ବାଲିଗୁଡା ଥାନା ଡାକା ଗାଁ ନିକଟ ଖଡଗ ନଦୀରେ ଅଘଟଣ l ଖଡଗ ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା l ଡ଼ଙ୍ଗା ଓଲଟି ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ l ତେବେ ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଶ୍ବଶୁର ଓ ବୋହୂ ନିଖୋଜ ଅଛନ୍ତି l ନିଖୋଜ ୨ ଜଣ ହେଲେ ବାଲିଗୁଡା ଥାନା ପଲାମୀ ଗାଁର ଗୁନ୍ଦାନା ମଳିକ ଓ ତାଙ୍କ ବୋହୂ ରାଇଙ୍ଗୀ ମଳିକ ।
ମଙ୍ଗଳବାର ଅପରାହ୍ନରେ ଶୁଦ୍ଧ କାର୍ଯ୍ୟ ସାରି ଖଡଗ ନଦୀ ପାର ହୋଇ ନିଜ ଗାଁକୁ ଫେରିବା ସମୟରେ ଏହି ଅଘଟଣ ଘଟିଛି। ଫିରିଙ୍ଗିଆ ଥାନା ଏଜକ ଗାଁକୁ ଏକ ଶୁଦ୍ଧ କାର୍ଯ୍ୟରେ ଯୋଗ ଦେବାକୁ ସପରିବାର ଯାଇଥିଲେ l ଶୁଦ୍ଧ କାର୍ଯ୍ୟ ସାରି ଡ଼ଙ୍ଗାରେ ଖଡଗ ନଦୀ ପାର ହୋଇ ଫେରୁଥିବା ବେଳେ ହଠାତ ଡ଼ଙ୍ଗା ଓଲଟି ପଡ଼ିଥିଲା l ସେପଟେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ବି ନିଖୋଜ ଶ୍ବଶୁର ଓ ବୋହୂଙ୍କ ସନ୍ଧାନ ମିଳିନାହିଁ।
Also Read:- Baliyatra 2026: ନଭେମ୍ବର ୨୪ରୁ କଟକ ଐତିହାସିକ ବାଲିଯାତ୍ରା, ଉପର ଓ ତଳ ପଡ଼ିଆରେ ହେବ ଆୟୋଜନ
