ଯାଜପୁର ୨୪।୭: ଭାରସାମ୍ୟ ହରାଇଲା ୧୦୮ ଆମ୍ବୁଲାନ୍ସ । ରାସ୍ତାକଡ଼ ଡିଭାଇଡରକୁ ଦେଲା ଧକ୍କା । ଆହତ ହେଲେ ଆମ୍ବୁଲାନ୍ସର ଦୁଇ କର୍ମଚାରୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା ଖଣ୍ଡିତର ଛକରେ ଘଟିଛି ଏଭଳି ଦୁର୍ଘଟଣା । ସୌଭାଗ୍ୟ ବଶତଃ ଆମ୍ବୁଲାନ୍ସରେ ନଥିଲେ କୌଣସି ରୋଗୀ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳୁ ୧୦୮ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି କଟକରୁ ଭଦ୍ରକ ଅଭିମୁଖେ ଯାଉଥିଲା l କୁଆଖିଆ ଥାନା ଖଣ୍ଡିତର ଛକରେ ହଠାତ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା l ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସରେ ଆସିଥିବା ୨ ଜଣ କର୍ମଚାରୀ ଆହତ ହେଇଥିଲେ l
Also Read:- ପୋଲିସ ଉପରକୁ ବୋମା ମାଡ଼, ଏନ୍କାଉଣ୍ଟରରେ କାଳିଆ ଗୋଡ଼ରେ ବାଜିଛି ଗୁଳି
ସେପଟେ ଆମ୍ବୁଲାନ୍ସ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ କର୍ମଚାରୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଦ୍ରକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି l
Source link
