ଜି ଉଦୟଗିରି, ୧୨/୧୦ : ଘନ କୁହୁଡ଼ି ବଳୟରେ ଜି ଉଦୟଗିରି । ପ୍ରବଳ ମାତ୍ରାରେ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ । କିଛି ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଏହି ଅଞ୍ଚଳରେ । ବର୍ଷା ଛାଡିଥିବା ବେଳେ ଜି ଉଦୟଗିରିରେ ଏବେ କୁହୁଡିର ଚାଦର ଦେଖିବାକୁ ମିଳିଛି ।
ଚଳିତ ବର୍ଷର ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁଁ ଶୀତ ବି ଅନୁଭୂତ ହେଉଅଛି। ଜି ଉଦୟଗିରି, କଳିଙ୍ଗା ଅଞ୍ଚଳରେ କୁହୁଡ଼ି ଯୋଗୁଁ ଯାନ ବାହାନ ଚଳାଚଳ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଲୋକମାନେ ଯିବା ଆସିବା ବି ବାଧାପ୍ରାପ୍ତ ହୋଇଛି। କୁହୁଡ଼ିରେ ଯିବା ଆସିବା ବେଳେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।
Also Read :- କମୁନି ‘ସିଇସି ହଟାଅ’ ତାତି : ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟର ପଦଯାତ୍ରା
ଅନ୍ୟ ଦିଗରେ ସକାଳୁ ସକାଳୁ ଶୀତର ମଜା ନେବା ପାଇଁ ସ୍ଥାନୀୟ ଲୋକେ ବାହାରେ ବ୍ୟାୟାମ କରୁଛନ୍ତି। ମଧ୍ଯ ରାତ୍ରରେ ପାରଦ ତଳ ମୁହାଁ ହେଉଅଛି। ସକାଳୁ ପ୍ରାୟତଃ ଦୋକାନ ବଜାର ଆଉ ଖୋଲୁ ନାହିଁ।ଶୀତୁଆ ପରିବା ଦର ଆକାଶଛୁଆଁ ଥିବା ବେଳେ ଅଳ୍ପ ଅଳ୍ପ ପରିବା ବଜାରକୁ ଆସୁଥିବା ଦେଖିବାକୁ ମିଳିଛି।
