Voice of Eastern India

ଗତ ୫ ଦିନରେ ୮ ହଜାର ଟଙ୍କା ଶସ୍ତା ହେଲାଣି ସୁନା: ରୁପା କମିଛି ୧୬ ହଜାର ଟଙ୍କାରୁ ଅଧିକ


ନୂଆଦିଲ୍ଲୀ: ଡଲାର ମଜଭୁତ ହେବା,ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବୃଦ୍ଧି ଓ ସୁନାକୁ ନେଇ ଆସୁଥିବା ବିଭିନ୍ନ ନକାରାତ୍ମକ ଖବର ଯୋଗୁ ସୁନା ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ଗତ ୫ ଦିନରେ ସୁନା ଦର ୮ ହଜାର ଟଙ୍କା ଶସ୍ତା ହେଲାଣି।

ଇଣ୍ଡିଆନ୍ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ମଙ୍ଗଳବାର ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦରରେ ୭୭୦ ଟଙ୍କା ହ୍ରାସ ପାଇଛି। ଫଳରେ ଦର ୧,୩୪,୨୦୧ ଟଙ୍କାକୁ ଖସି ଆସିଛି। ଗତକାଲି ଅର୍ଥାତ ସୋମବାର ଦିନ ସୁନା ୧.୩୫ ଲକ୍ଷ ଟଙ୍କା ଥିଲା।

Also Read- ପୁଣି ବଢ଼ିବ ତେଲ, ଲୁଣ ଠାରୁ ଆରମ୍ଭ କରି ମୋବାଇଲ ଓ ଟିଭିର ଦାମ: କମିବ ବିସ୍କୁଟ ପ୍ୟାକେଟ୍ ସାଇଜ୍

ସେହିପରି ଆଜି ରୁପା ଦର ୧୦୮୦ ଟଙ୍କା କମିଛି। ଫଳରେ ଏକ କିଲୋ ରୁପା ଦାମ ୧.୬୯ ଲକ୍ଷ ଟଙ୍କା ହୋଇଛି। ସୋମବାର ରୁପା କେଜି ୧.୭୦ ଲକ୍ଷ ଟଙ୍କା ଥିଲା। ସୁନା ଲଗାତର ୫ ଦିନରେ ୮,୨୧୯ ଟଙ୍କା ରୁପା ୧୬,୮୨୯ ଟଙ୍କା ଶସ୍ତା ହୋଇଛି।

୧୦ ନଭେମ୍ବରରେ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧.୪୨ ଲକ୍ଷ ଟଙ୍କା ଥିଲା ଏବଂ ରୁପାର କେଜି ଥିଲା ୧.୮୬ ଲକ୍ଷ ଟଙ୍କା। ଅନ୍ତର୍ଜାତୀୟ ବଜାରରେ ଡଲାରର ମୂଲ୍ୟ ମଜବୁତ ହେବା ଏବଂ ବଡ଼ ନିବେଶକଙ୍କ ଦ୍ୱାରା ଉଚ୍ଚ ମୂଲ୍ୟରେ ବିକ୍ରି ଯୋଗୁ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି।

ଅଲ ଟାଇମ ହାଇ ୨.୧୧ ଲକ୍ଷ ଟଙ୍କା କମିଲାଣି ରୁପା

ଚଳିତ ବର୍ଷ, ସୁନା ଏବଂ ରୁପାର ଦରରେ ଅପ୍ ଡାଉନ ଲାଗି ରହିଛି। ୩୧ ଡିସେମ୍ବର୨୦୨୫ରେ ରୁପା ମୂଲ୍ୟ ୨.୩୦ ଲକ୍ଷ ଟଙ୍କା ଥିଲା। ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ବେଳକୁ ଏହା ସର୍ବକାଳୀନ ସର୍ବାଧିକ ୩.୮୦ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ରୁପା ୨.୧୧ ଲକ୍ଷ କିମ୍ବା ପ୍ରାୟ ୧୨୫% ଶସ୍ତା ହେଲାଣି।

Also Read-କମିଶନ ବୃଦ୍ଧି ପାଇଁ ପେଟ୍ରୋଲ-ଡିଜେଲ ଓ ଏଲ୍ପିଜି ଡିଲରଙ୍କ ବଡ଼ ଦାବି, ବଢ଼ିପାରେ ଚିନ୍ତା

ସେହିପରି ଯଦି ସୁନା କଥା ଦେଖିବା ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧.୩୩ ଲକ୍ଷ ଟଙ୍କା ଥିଲା। ହେଲେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ବେଳକୁ ଏହା ୧.୭୬ ଲକ୍ଷ ଟଙ୍କା ପହଞ୍ଚି ଯାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୁନା ୪୨ ହଜାର ଟଙ୍କା ପାଖାପାଖି ୩୨ ପ୍ରତିଶତ ଶସ୍ତା ହେଲାଣି।



Source link

Leave A Reply

Your email address will not be published.