ନୂଆଦିଲ୍ଲୀ: ମାନବୀୟ ଇତିହାସର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଦେଖିଛି ନେପାଳ । ପ୍ରଳୟଙ୍କରୀ ବନ୍ୟା ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଇଛି । ଏହି ବନ୍ୟା ସହ ବୁଧବାର ତିବ୍ଦତର ଗିରୋଙ୍ଗ କାଉଣ୍ଟିସ୍ଥିତ ଚୀନ୍-ନେପାଳ ସୀମାରେ ଏକ ବଡ଼ ଧରଣର ଲ୍ୟାଣ୍ଡସ୍ଲାଇଡ୍ ଘଟିଛି । ଚୀନର ସରକାରୀ ସମ୍ବାଦ ସଂସ୍ଥା ‘ସିନହୁଆ’ ଅନୁଯାୟୀ, ଗିରୋଙ୍ଗ ବନ୍ଦର ଅଞ୍ଚଳରେ ଏହି ଦୁର୍ଘଟଣା ଯୋଗୁଁ ବହୁ ସଂଖ୍ୟାରେ ଲୋକ ମୃତାହତ ହୋଇଛନ୍ତି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି ।
ସ୍ଥାନୀୟ ସମୟ ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ନେପାଳ ପାର୍ଶ୍ୱରୁ ଏହି ଭୂସ୍ଖଳନ ଆରମ୍ଭ ହୋଇ ଚୀନର ଏହି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ମାଡ଼ି ଆସିଥିଲା । ଚୀନ୍-ନେପାଳ ସୀମାରୁ ଆସିଥିବା ଏହି ଭୟଙ୍କର ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଲି, କାଦୁଅ, ପାଣି ଏବଂ ପଥରର ଏକ ବିଶାଳ ସ୍ରୋତ ତିବ୍ଦତର ଗିରୋଙ୍ଗ ପୋର୍ଟ ଆଡ଼କୁ ମାଡ଼ି ଆସୁଛି । ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ୁଛନ୍ତି । Xiaohongshuରେ ପୋଷ୍ଟ କରାଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଯେ, କିଛି ସେକେଣ୍ଡ ମଧ୍ୟରେ ରାସ୍ତାଘାଟ ଓ କୋଠାବାଡ଼ି ଜଳମଗ୍ନ ହୋଇଯାଇଥିଲା ଏବଂ ବନ୍ୟା ଜଳ ସହ ଆସିଥିବା ମାଟି ଓ ପଥର ସୀମାର ଏକ ବଡ଼ ଅଂଶକୁ ଧ୍ୱଂସ କରିଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ କର୍ତ୍ତୃପକ୍ଷ ଚେକ୍ପଏଣ୍ଟକୁ ଯାଉଥିବା ରାସ୍ତାଗୁଡ଼ିକୁ ସାତ ଦିନ ପାଇଁ ବନ୍ଦ କରିଦେଇଛନ୍ତି ।
WILD FOOTAGE: Devastating flash floods have struck the China-Nepal border. Nepal reports at least 8-16 dead and hundreds missing, including 291 foreigners. Roads, power, and communications on the Chinese side were cut. pic.twitter.com/rxxE15yzd8
— Open Source Intel (@Osint613) August 26, 2026
ଏହି ବିନାଶ ଯୋଗୁଁ ବନ୍ଦରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଛି ଏବଂ ଚୀନ୍ ପାର୍ଶ୍ୱରେ ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସେହିପରି ଅନେକ ଲୋକ ପ୍ରାଣ ହରାଇଥାଇପାରନ୍ତି । ଚୀନର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ରେସ୍ୟୁ ଅପରେସନ୍ ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ, ନେପାଳ ସୀମା ମଧ୍ୟରେ ଏହି ଆକସ୍ମିକ ବନ୍ୟା ଯୋଗୁଁ ଗାଁ, ରାସ୍ତା, ପୋଲ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ଧ୍ୱଂସ ପାଇଯାଇଛି । ନେପାଳ ଟୁରିଜିମ୍ ବୋର୍ଡର ସୂଚନା ଅନୁଯାୟୀ, ପ୍ରାରମ୍ଭିକ ଭାବେ ୨୯୧ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୩୮୪ ଜଣ ପର୍ଯ୍ୟଟକ ନିଖୋଜ ଥିବା ରିପୋର୍ଟ ହୋଇଛି । ଏହି ନିଖୋଜଙ୍କ ମଧ୍ୟରେ ଅତି କମରେ ୧୦୫ ଜଣ ଭାରତୀୟ ନାଗରିକ ଅଛନ୍ତି ।
CRAZY FOOTAGE: At least 380 people are missing and 17 dead after the devastating flash floods struck the Nepal Tibet border region.
Footage shows the scale of damage at Gyirong Port. pic.twitter.com/9CLO4QeZjw
— Open Source Intel (@Osint613) August 26, 2026
ସ୍ଥିତି ଏବେ ବି ଗମ୍ଭୀର ରହିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କ୍ଷତିଗ୍ରସ୍ତ ଓ ଧନଜୀବନ ହାନିର ପ୍ରକୃତ ଆକଳନ କରାଯାଉଛି । ଚୀନ ଘଟଣାସ୍ଥଳକୁ ଭୂବିଜ୍ଞାନୀ, ଇଞ୍ଜିନିୟର ଏବଂ ପ୍ରାୟ ୨୦୦ ଜଣ ଉଦ୍ଧାରକାରୀଙ୍କୁ ପଠାଇଛି । ଏହାସହ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାରକାରୀ ଦଳ ଡ୍ରୋନ୍, 3D ଲେଜର ସ୍କାନର ଏବଂ ଜୀବନ ସନ୍ଧାନକାରୀ ଉପକରଣ ସାଙ୍ଗରେ ନେଇଥିବା ସିନହୁଆ ରିପୋର୍ଟ କରିଛି ।
ଗିରୋଙ୍ଗ ପୋର୍ଟ ହେଉଛି ତିବ୍ଦତର ମୁଖ୍ୟ ବୈଦେଶିକ ବାଣିଜ୍ୟ ବନ୍ଦର, ଯାହା ମାଧ୍ୟମରେ ଚୀନ୍ ଏବଂ ନେପାଳ ମଧ୍ୟରେ ଅଧିକାଂଶ ବ୍ୟବସାୟ ହୋଇଥାଏ । କୋଭିଡ-୧୯ ମହାମାରୀ ପରେ ୨୦୨୨ରେ ଏଠାରେ ଯାତାୟାତ ଓ ମାଲ ପରିବହନ ପୁନର୍ବାର ଆରମ୍ଭ ହୋଇଥିଲା । ତା’ପରଠାରୁ ଇଭି ସମେତ ଚୀନର ବିଭିନ୍ନ ସାମଗ୍ରୀ ନେପାଳକୁ ରପ୍ତାନି କରିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା ପାଲଟିଛି ।
