Voice of Eastern India

କଥା ହେଲେ ମୋଦୀ ଏବଂ ନେତନ୍ୟାହୁ : ଆଗକୁ ଘଟିବ କି କିଛି ବଡ଼ ଘଟଣା !




ନୂଆଦିଲ୍ଲୀ,୦୭/୦୮:ଇସ୍ରାଏଲପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଗୁରୁବାରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କସହ କଥା ହୋଇଚନ୍ତି ।ଟେଲିଫୋନ୍ଯୋଗେ ଉଭୟ ନେତା କଥା ହୋଇଛନ୍ତି। ଉଭୟ ନେତା ଭାରତ-ଇସ୍ରାଏଲ ସ୍ବତନ୍ତ୍ର ରଣନୀତିକ ସହଭାଗିତା ଅଗ୍ରଗତିର ସମୀକ୍ଷା କରିବା ସହ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି।

Also Read :-ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ, ହୋଇପାରେ ଅବପାତ ! ଏହି ସବୁ ଜିଲ୍ଲାକୁ ବେଶି ବିପଦ

ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ସୁଦୃଢ଼ କରିବା ନେଇ ଉଭୟ ନେତା ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ସେହିଭଳି ଆଗକୁ ମଧ୍ୟଦୁଇ ଦେଶ ଉତ୍ତମସମ୍ପର୍କରେ ରହିବା ନେଇ ସହମତିପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସଂକ୍ରାନ୍ତ ବିବୃତ୍ତି ଜାରି କରାଯାଇଛି। ସେଥିରେ କୁହାଯାଇଛି କି ଉଭୟ ନେତା ଦୁଇଦେଶର ହିତକୁ ଦୃଷ୍ଟିରେ ରଖି ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ନିଜ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରୀରେ ସ୍ବତନ୍ତ୍ର ରଣନୀତିକ ସହଭାଗିତାର ଅଂଶସ୍ବରୂପ ଉଭୟ ଭାରତ ଓ ଇସ୍ରାଏଲ ମଧ୍ୟରେ ୧୭ ରାଜିନାମା ସ୍ବାକ୍ଷର ହୋଇଥିଲା। ସେଥିରେ ଏଆଇ,ବାଣିଜ୍ୟ,ନିବେଶ,ଶିକ୍ଷା,ବିନିର୍ମାଣ,ସଂସ୍କୃତି,କୃଷି ଓ ସାମୁଦ୍ରିକ ଐତିହ୍ୟ ଆଦି କ୍ଷେତ୍ର ସାମିଲ ଥିଲା। ସେହିଭଳି ବାଣିଜ୍ୟ ରାଜିନାମାକୁ ଆଗକୁ ବଢ଼ାଇବା ଓ ମିଳିତ ଭାବେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି କରିବା ନେଇ ମଧ୍ୟ ଦୁଇଦେଶ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଥିଲା ।

ଇରାନ ବିରୋଧରେ ଇସ୍ରାଏଲ

ଫେବ୍ରୁଆରୀ ମାସରେ ଇସ୍ରାଏଲ ଇରାନ ବିରୋଧରେ ଭୟଙ୍କର ଯୁଦ୍ଧ କରିଥିଲା । ଇରାନର ଅନେକ ଅଞ୍ଚଳକୁ ଡ୍ରୋନ୍ ଏବଂ ମିସାଇଲ୍ ମାଡ଼ କରିଥିଲା । ତେହେରାନ ମଧ୍ୟ ପଲଟା ଜବାବ ଦେଇଥିଲା । ଉଭୟ ଦେଶ ପରସ୍ପର ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ । ଖାଲି ଇରାନ ନୁହେଁ ଗାଜା ଏବଂ ହମାସ ବିରୋଧରେ ମଧ୍ୟ ଇସ୍ରାଏଲ ଲଗାତାର ଆକ୍ସନ୍ ନେଉଛି ।



Source link

Leave A Reply

Your email address will not be published.