ଭୋଗରାଇ: ଗତ ୧୦ ଦିନ ହେବ ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ଥିବା ଟ୍ରଲର ଶେଷରେ ଉଦ୍ଧାର ହୋଇଛି। କିନ୍ତୁ ଦୁଃଖର ବିଷୟ ଟ୍ରଲରେ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ରହିଥିବା ବେଳେ ବାକି ୧୫ ଜଣ ନିଖୋଜ ଅଛନ୍ତି। ସେମାନେ ଜୀବିତ ନା ମୃତ ଅଛନ୍ତି ତାର କୌଣସି ସନ୍ଧାନ ମିଳି ପାରିନି। ଏହି ନିଖୋଜ ଟ୍ରଲରରେ ବାଲେଶ୍ଵର ଜିଲ୍ଲା ଭୋଗରାଇର ଉଲୁଡା ଗ୍ରାମର ଗୋଟିଏ ପରିବାରର ତିନି ଭାଇ ଅଛନ୍ତି। ଟ୍ରଲରଟିକୁ । ବକଖାଲିରୁ ପ୍ରାୟ ୧୬ କିଲୋମିଟର ଦୂର ରକ୍ତେଶ୍ଵରୀ ଦ୍ଵୀପରୁ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ ଚଳିତ ମାସ ୨ ତାରିଖରେ ଏହି ମାଆ କାଳୀ ଟ୍ରଲର ମାଛ ଧରିବା ପାଇଁ ୧୬ ଜଣଙ୍କୁ ନେଇ ସମୁଦ୍ରକୁ ଯାଇଥିଲା । ମାତ୍ର ଦୁଇ ଦିନ ପରେ ମାଆ କାଳୀ ଟ୍ରଲର ସହିତ ସବୁ ପ୍ରକାରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପରେ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସଦେଶ ରଞ୍ଜନ ନାୟକ ଖୋଜାଖୋଜି କରିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ । ସମୁଦ୍ର ଭିତରେ ଏକ ଦ୍ଵୀପରେ ପ୍ରାୟ ୧୦ରୁ ଅଧିକ ମତ୍ସ୍ୟଜୀବୀ ମାନେ ଫସି ରହିଛନ୍ତି ବୋଲି ସଂଘର ସମ୍ପାଦକ ସମସ୍ତ ପରିବାରକୁ ସୂଚନା ଦେଇଥିଲେ।
Also Read: ଝଗଡ଼ା ବେଳେ ମୋବାଇଲରେ ମାଡ଼ମାରି ଲହୁଲୁହାଣ କଲେ ସ୍ତ୍ରୀ, ହସ୍ପିଟାଲରେ ଆଖିବୁଜିଲେ ସ୍ବାମୀ
ଏହା ପରେ ୧୬ ଜଣଙ୍କ ପରିବାର ସମେତ ଭୋଗରାଇ ବିଜେଡ଼ି ଓ ବିଜେପିର ଏକ ଟିମ ଶଙ୍କରପୁର ଯା ଦୀର୍ଘ ସମୟ ସମ୍ପାଦକଙ୍କ ସହିତ ଆଲୋଚନା କରି ନିରାଶ ହୋଇ ଫେରିଥିଲେ। ଦ୍ଵୀପରେ ୧୦ରୁ ଅଧିକ ମତ୍ସ୍ୟଜୀବୀ ଫସି ରହିଥିବା ଖବର ଭୁଲ ଥିଲା ବୋଲି ସନ୍ଧ୍ୟାରେ ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସଦେଶ ରଞ୍ଜନ ନାୟକ କ୍ଷମା ପ୍ରାଥନା କରିଥିଲେ । ଆଜି ଟ୍ରଲରଟିକୁ ଟାଣି ଟାଣି ଆଣିବା ପରେ ମତ୍ସ୍ୟଜୀବୀଙ୍କ ମୃତ ଦେହ ଟ୍ରଲରରେ ଥିବା ବେଳେ ଅନ୍ୟ ମାନଙ୍କ ପତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ । କେତେ ଜଣଙ୍କ ମୃତ ଦେହ ଟ୍ରଲର ଭିତରେ ରହିଛି ବା ଅନ୍ୟ ମାନଙ୍କ ସନ୍ଧାନ ନେଇ ତଦନ୍ତ ଚଳାଇଛି ପଶ୍ଚିମବଙ୍ଗ ପୋଲିସ ।
