Voice of Eastern India

ଇସ୍ରାଏଲ ସଂସଦ ଭଙ୍ଗ, ସାଧାରଣ ନିର୍ବାଚନ ରାସ୍ତା ସଫା, କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ରହିବେ ନେତନ୍ୟାହୁ


ତେଲ ଅଭିଭ: ଇସ୍ରାଏଲରେ ଅକ୍ଟୋବର ୨୭ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ସଂସଦ ବିଘଟିତ ହୋଇଛି। ଏହା ପୂର୍ବରୁ ସଂସଦ ବେଞ୍ଜାମିନ ନେତନ୍ୟାହୁ ସରକାରର ଲମ୍ବିତ ବିଧେୟକକୁ ପାରିତ କରାଇଛି। ଇସ୍ରାଏଲ ସଂସଦ ନିସେଟ୍ ଅଧିବେଶନ ଗ୍ରୀଷ୍ମବକାଶ ପରେ ଶୁକ୍ରବାର ଆରମ୍ଭ ହୋଇଥିଲା। ମାତ୍ର କିଛି ଘଣ୍ଟାର କାର୍ଯ୍ୟକ୍ରମ ପରେ ସଂସଦ ଭଙ୍ଗ ଲାଗି ପ୍ରସ୍ତାବ ଗୃହୀତ ହୋଇଛି।

ଏବେ ୨୭ ଅକ୍ଟୋବରରେ ଅନୁଷ୍ଠିତ ନିର୍ବାଚନରେ ନବ ନିର୍ବାଚିତ ସଦସ୍ୟ ସଂସଦର ନୂଆ ସଦନକୁ ଗଠନ କରିବେ। ପାଖାପାଖି ୩ ମାସ ପରେ ହେବାକୁ ଥିବା ନିର୍ବାଚନ ପର୍ଯ୍ୟନ୍ତ ନେତନ୍ୟାହୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ରହିବେ। ଯଦିଓ ତାଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇବାକୁ ପଡିବ ତେବେ ସେ ସରକାରଙ୍କ ବଡ଼ ନୀତିଗତ ନିଷ୍ପତ୍ତି ନେଇ ପାରିବେନି। ଯଦିଓ ଗାଜା ଓ ଲେବାନନରେ ଯୁଦ୍ଧ ପରିସ୍ଥିତି ଓ ଇରାନ ପଟରୁ ଆସନ୍ନ ଆକ୍ରମଣର ଭୟ ରହୁଛି ତେବେ ଇସ୍ରାଏଲ ପାଇଁ ଏହା ଏକ ସଂକଟମୟ ଘଡ଼ି ହେବ।

ଏମିତିରେ ଇସ୍ରାଏଲ ଗତ ୩ ବର୍ଷ ହେଲା ଯୁଦ୍ଧ ମଧ୍ୟ ଦେଇ ଗତି କରୁଛି। ତେବେ ଆଗାମୀ ନିର୍ବାଚନରେ ନେତନ୍ୟାହୁଙ୍କ ନେତୃତ୍ୱାଧୀନ ମେଣ୍ଟକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଲୋକପ୍ରିୟ ମଧ୍ୟମମାର୍ଗି ନେତା ନପ୍ତାଲୀ ବେନେଟଙ୍କ ନେତୃତ୍ୱାଧୀନ ବିରୋଧୀ ମେଣ୍ଟର ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ ପଡିବ।



Source link

Leave A Reply

Your email address will not be published.