Voice of Eastern India

ଆଇପିଏଲ ବେଟିଂ ମାମଲା: ତିନି ମାସ ପରେ ତିନି ଜଣଙ୍କୁ ଗିରଫ କଲା ପୋଲିସ


ବ୍ରହ୍ମପୁର: ବେଆଇନ ପ୍ଲାଟଫର୍ମ “ସ୍କାଏ ଏକ୍ସଚେଞ୍ଜ” ମାଧ୍ୟମରେ ଅନଲାଇନ୍ ଆଇପିଏଲ ବେଟିଂ, ଜୁଆ ଏବଂ ଠକେଇର ଦୁଇଟି ପୃଥକ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ବଡ଼ ବଜାର ପୋଲିସ । ଗିରଫ ହୋଇଥିବା ପ୍ରଥମ ଅଭିଯୁକ୍ତ ମୋହନ ମୁଖୀ (୩୧) ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ସମୟରେ ଅନଲାଇନ୍ ବେଟିଂରେ ସାମିଲ ଥିଲେ। ପୋଲିସ ତା’ର ମୋବାଇଲ୍ ଫୋନ୍ ଜବତ କରିଛି।

ସେହିଭଳି ଅନ୍ୟ ଦୁଇ ଅଭିଯୁକ୍ତ କୈଳାସ ଚନ୍ଦ୍ର ଗୌଡ଼ା ଓ ପିଣ୍ଟୁ ଜୟା ସେଠୀଙ୍କୁ ବି ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟାନ୍ସ ମ୍ୟାଚ୍ ସମୟରେ ସମାନ ରାକେଟର ଅଂଶ ଥିଲେ। ସେମାନଙ୍କ ଠାରୁ ମଧ୍ୟ ଦୁଇଟି ମୋବାଇଲ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି ଶରବଣା ବିବେକ ଏମ୍। ତିନି ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନଏସ୍ର ଧାରା ୨୯୬/୧୩୨/୩୫୧(୨)/୨୯୭/୩୧୮(୪)/୩୩୮/୬୧(୨)/୩(୫), ପ୍ରାଇଜ୍ ଚିଟ୍ସ ଏବଂ ମନି ସର୍କୁଲେସନ୍ ସ୍କିମର ଧାରା ୪/୫ ଅନୁଯାୟୀ ଅଭିଯୋଗ ରହିଛି।

Also Read: ଭୂତ ବଙ୍ଗଳାରେ ଚାଞ୍ଚଲ୍ୟକର ଘଟଣା, ଛାତି ଥରାଇଦେବ ଷଡ଼ଯନ୍ତ୍ରର କାହାଣୀ



Source link

Leave A Reply

Your email address will not be published.