ଲଣ୍ଡନ,୧୫|୦୬: ମହିଳା ଟି୨୦ ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଦଳ ନିଜର ପ୍ରଥମ ମୁକାବିଲାରେ ପାକିସ୍ତାନକୁ ୬୪ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୭୦ରନ୍ ସ୍କୋର କରିଥିଲା । ଜବାବରେ ପାକିସ୍ତାନ ମାତ୍ର ୧୦୬ରନରେ ଅଲଆଉଟ୍ ହୋଇଯାଇଛି । ତେବେ ଭାରତ ବିଜୟର ପ୍ରମୁଖ କାରଣ ହେଲେ ଦୀପ୍ତି ଶର୍ମା । ସେ୫ଟି ଓ୍ୱିକେଟ୍ ନେଇ ପାକ୍ ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ।
ମୁକାବିଲାରେ ଦମଦାର ବୋଲିଂ କରିଥିବା ଦୀପ୍ତି ନିଜ ସଫଳତାର ଶ୍ରେୟ ଭଗବାନ ହନୁମାନଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ, ହନୁମାନ ମହାନ ଅଟନ୍ତି । ତାଙ୍କ ଆଶୀର୍ବାଦରୁ ସଫଳତା ମିଳିଛି । ଦଳଗତ ଭାବେ ସବୁ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ । ଦଳର ମଧ୍ୟ ବିଜୟରେ ଭୂମିକା ରହିଛି ।
Also Read :- Women’s T20 World Cup : ଦୀପ୍ତି ଶର୍ମାଙ୍କ ବୋଲିଂ ଆଗରେ ଆଣ୍ଠେଇଲା ପାକିସ୍ତାନ, ୬୪ ରନରେ ଜିତିଲା ଟିମ୍ ଇଣ୍ଡିଆ
ମାତ୍ର୧୦ରନ୍ ବ୍ୟୟ କରି୫ଓ୍ୱିକେଟ୍ ନେଇଥିବା ଦୀପ୍ତି କହିଛନ୍ତି ଯେ, ଏପରି ପିଚରେ ଖେଳିବାକୁ ଭଲ ଲାଗେ । ଏଠାରେ ବଲ୍ ଘୁରୁଥିଲା । ସେ ପ୍ରତି ବଲ ଏବଂ ଓଭରରେ ନିଜର ଗତି ପରିବର୍ତ୍ତନ କରୁଥିଲେ । ତାହା ଅନେକ ମାତ୍ରାରେ ସାହାଯ୍ୟ କରିଛି । ନିଜ ଉପରେ ତାଙ୍କର ବିଶ୍ୱାସ ରହିଛି । ଧିମା ବୋଲିଂ କରିବାକୁ ସେ ଭାବିଥିଲେ ।
ସେ ଆହୁରି କହିଛନ୍ତି ଯେ, ଆଇସିସି ଟୁର୍ଣ୍ଣାମେଣ୍ଟ ତାଙ୍କୁ ଭଲ ଲାଗେ । ଏହି ଟୁର୍ଣ୍ଣାମେଣ୍ଟକୁ ସେ ବହୁତ ଉପଭୋଗ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ମୁକାବିଲାରେ ଦୀପ୍ତିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ଦମଦାର ବ୍ୟାଟିଂ କରିଥିଲେ । ସେ ୬୮ରନର ଇନିଂସ ଖେଳିଥିଲେ । ଫଳରେ ଦଳ ୬ଓ୍ୱିକେଟ୍ ହରାଇ ୧୭୦ରନ୍ କରିଥିଲା । ଜବାବରେ ପାକିସ୍ତାନ ଭଲ ଆରମ୍ଭ କରିଥିଲେ ମଧ୍ୟ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ ।
