Voice of Eastern India

‘ସୋଫଲମାଳା’ର ପଞ୍ଚମ ଖଣ୍ଡ, ଦିବଙ୍ଗତ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ


ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟର ପାକ୍ଷିକ ବକ୍ତୃତା କାର୍ଯ୍ୟକ୍ରମ ‘ସୋଫଲ’ର ସଂକଳନ ‘ସୋଫଲମାଳା’ର ୫ମ ଖଣ୍ଡକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିବା ଅବସରରେ ଏହାକୁ ଦିବଙ୍ଗତ ପଦ୍ମଶ୍ରୀ  ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ପବିତ୍ର ସ୍କୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି ।

ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ପ୍ରଫେସର (ଡାକ୍ତର) ମହାପାତ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଏହି ବକ୍ତୃତାମାଳାକୁ ପ୍ରଫେସର ନାୟକ ଉନ୍ମୋଚନ କରିଛନ୍ତି ।

୨୦୨୧ ମସିହା ଫେବୃଆରୀ ମାସରେ ଶିକ୍ଷା ଓ ଅନୁସନ୍ଧାନ ପାକ୍ଷିକ ବକୃତାମାଳା (ସୋଫଲ) ସ୍ୱର୍ଗତ ପ୍ରଫେସର  ମହାପାତ୍ରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା । ଏହା ଷଷ୍ଠ ବର୍ଷରେ ପହଂଚିଥିବା ବେଳେ ପ୍ରତ୍ୟେକ ବର୍ଷ ୨୫ଟି ବତ୍କୃତାର ସଂକଳନ ସୋଆ ପକ୍ଷରୁ ପ୍ରକାଶିତ କରାଯାଇଥାଏ । ଏହାର ୫ମ ଖଣ୍ଡଟି ଲୀଳାବତୀଙ୍କ ଶହେ କନ୍ୟା ପୁସ୍ତକରେ ସ୍ଥାନୀତ ଭାରତର ପ୍ରଖ୍ୟାତ ମହିଳା ବିଜ୍ଞାନୀଙ୍କ ଦ୍ୱାରା ପ୍ରଦତ ବକ୍ତୃତାର ଏକ ସଙ୍କଳନ ଭାବେ ପ୍ରକାଶିତ ହୋଇଛି ।

ଏହି ଉନ୍ମୋଚନ ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପକୁଳପତି ପ୍ରଫେସର ପି. କେ. ପାତ୍ର, ଯୁଗ୍ମ କୁଳସଚିବ ଡକ୍ଟର ଶଶାଙ୍କ ମିଶ୍ର ଏବଂ ପୁସ୍ତକର ସଂପାଦକ ତଥା ଅନ୍ତର୍ଜାତୀକ ସଂପର୍କ ଓ ବିଶ୍ୱବିଦ୍ୟାଳୟ ସଂପ୍ରସାରଣ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଉପସ୍ଥିତ ଥିଲେ ।

ସୋଆ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ୱର୍ଗତ ପ୍ରଫେସର (ଡାକ୍ତର) ମହାପାତ୍ରଙ୍କର ଅମୂଲ୍ୟ ଅବଦାନ, ଦୂରଦୃଷ୍ଟି ଓ ଶିକ୍ଷାକ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ କାର୍ଯ୍ୟଧାରାକୁ ଏହି ପ୍ରକାଶନ ମାଧ୍ୟମରେ ଶ୍ରଦ୍ଧାପୂର୍ଣ୍ଣ ସ୍ମରଣ କରାଯାଇଛି ।



Source link

Leave A Reply

Your email address will not be published.