Voice of Eastern India

ସିଭିଲ୍ ଟାଉନସିପ୍‌ରେ ସେକ୍ସ ରାକେଟ୍‌ ଠାବ ; ଯୁବତୀ ଓ ନାବାଳିକା ଉଦ୍ଧାର, ୩ ଯୁବକ ଅଟକ


ରାଉରକେଲା ୩।୮: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍ । ଷ୍ଟିଲ୍‌ ସିଟି ରାଉରକେଲାର ସମ୍ଭ୍ରାନ୍ତ ଅଞ୍ଚଳ ଭାବେ ପରିଚିତ ସିଭିଲ ଟାଉନସିପ୍‌ରେ ଚାଲିଥିଲା ଦେହ ବେପାର । ରଘୁନାଥପାଲି ପୋଲିସ ଏହି ଅଞ୍ଚଳରୁ ଦେହ ବ୍ୟବସାୟ ରାକେଟ୍‌କୁ ଠାବ କରିଛି । ପୋଲିସ ଚଢ଼ାଉ କରି ଜଣେ ଯୁବତୀ ଓ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି ।

ଜଣେ ମହିଳା ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ସିଭିଲ ଟାଉନସିପ୍‌ ଅଞ୍ଚଳରେ ଘର ଭଡ଼ା ନେଇ ଏହି କାରବାର ଚଳାଇଥିଲେ । ଖବର ପାଇ ରବିବାର ରାତି ପ୍ରାୟ ୯ଟା ବେଳେ ରଘୁନାଥପାଲି ପୋଲିସ ସେଠାରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପୋଲିସ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ମହିଳାଙ୍କ ସହ ୩ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।

Also Read:- ବନ୍ୟା କ୍ଷୟକ୍ଷତିର ଆକଳନ ଆରମ୍ଭ, ରିଲିଫ୍ ସେଣ୍ଟର ପରିଚାଳନା ପାଇଁ ଦିଆଯାଇଛି ୨୬ କୋଟି

ଅଟକ ଥିବା ମହିଳା ପୂର୍ବରୁ ରାଉରକେଲାର ଫର୍ଟିଲାଇଜର ଅଞ୍ଚଳରେ ଏଭଳି ଦେହ ବ୍ୟବସାୟରେ ଥିଲେ ଏବଂ ଜେଲ୍‌ ଯାଇ ଜାମିନରେ ଆସିବା ପରେ ପୁଣି ଏହି କାରବାର ଆରମ୍ଭ କରିଥିବା ଜଣାପଡିଛି । ଅଟକ ଥିବା ତିନି ଯୁବକ ରାଉରକେଲା ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।



Source link

Leave A Reply

Your email address will not be published.