ନୂଆଦିଲ୍ଲୀ, ୨୪।୦୭ : ଅନଶନରୁ ହଟିଛନ୍ତି ସମାଜସେମୀ ସୋନମ ଓ୍ୱାଙ୍ଗଚୁକ୍ । ଅନ୍ୟ ଦିଗରେ ଯନ୍ତରମନ୍ତରରେ ଧାରଣା ଦେବା ଜାରି ରହିବ ବୋଲି କହିଛି କକରୋଚ୍ ଜନତା ପାର୍ଟି । ସେହିପରି ନିଟ୍-ୟୁଜି ପେପର୍ ଲିକ୍ ମାମଲାରେ ସରକାର ଆଲୋଚନା ପାଇଁ ରାଜି ହୋଇଥିବା ନେଇ ସିଜେପିର ମୁଖପାତ୍ର ସୌରଭ ଦାସ୍ ପ୍ରକାଶ କରିଛନ୍ତି । ଏହିମାମଲାରେ ସିଜେପିର ନେତା ଏବଂ ସରକାର ଶୁକ୍ରବାର ଦିନ ୧୨ଟା ୩୦ରେ ଆଲୋଚନା କରିବେ । ଏହି ଆଲୋଚନା କନଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ହେବ ।
Also Read :- ଅନଶନରୁ ଓହରିଲେ ସୋନମ ଓ୍ୱାଙ୍ଗଚୁକ : ୨୬ ଦିନ ପରେ ଗ୍ରହଣ କଲେ ଖାଦ୍ୟ
ସିଜେପି କହିଛି ଯେ, ସରକାରଙ୍କ ସହ ଆଲୋଚନା ପାଇଁ ଏକ ନ୍ୟୁଟ୍ରାଲ୍ ବା ନିରପେକ୍ଷ ସ୍ଥାନ ଚିହ୍ନଟ ହୋଇଛି । ସରକାର ସେମାନଙ୍କ ଅନୁରୋଧ ରକ୍ଷା କରିଛନ୍ତି । ଏନେଇ ଆଲୋଚନା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ମଧ୍ୟ ହେବ ।
ଅନଶନ ଭାଙ୍ଗିଲେ ଓ୍ୱାଙ୍ଗଚୁକ୍
ସାମାଜିକ କର୍ମୀ ତଥା ଶିକ୍ଷାବିତ ସୋନମ ଓ୍ୱାଙ୍ଗଚୁକ୍ ଦୀର୍ଘ ୨୬ ଦିନର ଧାରଣା ପରେ ଅନଶନ ଭାଙ୍ଗିଛନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସେ ସରକାରଙ୍କ ସହ ଆଲୋଚନା କରି ନିଜର ଅନଶନ ଶେଷ କରିଛନ୍ତି । ଯନ୍ତରମନ୍ତରରେ ଧାରଣା ଦେଉଥିବା ପ୍ରଦର୍ଶନକାରୀଙ୍କ ଉପରେ କୌଣସି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନନେବା ସର୍ତ୍ତରେ ସରକାର ରାଜି ହେଲା ପରେ ସେ ଓହରିଛନ୍ତି ।
ଏହାମଧ୍ୟରେ ମେଦାନ୍ତ ହସ୍ପିଟାଲର ଫଟୋ ସାମ୍ନାକୁ ଆସିଛି । ଏଥିରେ ସୋନମଙ୍କ ସହ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ନଜର ଆସିଛନ୍ତି । ଉଭୟ ସୋନମଙ୍କୁ ଏକ କପରେ କିଛି ପାନୀୟ ଦେଉଛନ୍ତି । ଯାହାକୁ ଗ୍ରହଣ କରି ସୋନମ ଆନଶନକୁ ଶେଷ କରିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।
Source link
