Voice of Eastern India

ସରକାରଙ୍କ ପଞ୍ଚାୟତ ଦଖଲ ପ୍ଲାନ, ଗାଁର ବିକାଶ ପାଇଁ ହାତ ଖୋଲି ଦେଲେ ସରକାର


ଭୁବନେଶ୍ଵର: ପଞ୍ଚାୟତ ଭୋଟ ପାଇଁ ଅଣ୍ଟା ଭିଡ଼ିଲେ ସରକାର। ପଞ୍ଚାୟତରେ ଦେଢ କୋଟିରୁ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମେଗା ପ୍ଲାନ । ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡିଆ , ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ସ୍ମଶାନ, ଗ୍ରାମୀଣ ପାର୍କ ଭଳି ବ୍ୟବସ୍ଥା । ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ ଜରିଆରେ ଗାଁର ବିକାଶ କରିବାକୁ ଏଭଳି ଲକ୍ଷ ରଖିଛନ୍ତି ସରକାର ।ସରକାରଙ୍କ ଏପରି ଯୋଯନାକୁ ସମାଲୋଚନା କରିଛନ୍ତି ବିରୋଧି । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏଭଳି କରୁଛନ୍ତି ବୋଲି ବିରୋଧି ସମାଲୋଚନା କରିଛନ୍ତି ।

ସରକାରଙ୍କ ପଞ୍ଚାୟତ ଦଖଲ ପ୍ଲାନ । ପଞ୍ଚାୟତ ପାଇଁ ହାତ ଖୋଲିଦେଲେ ସରକାର । ପ୍ରତି ପଞ୍ଚାୟତରେ ଦେଢ କୋଟିରୁ ୩ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ରୋଡ଼ ମ୍ୟାପ ପ୍ରସ୍ତୁତ କରିଛି ପଞ୍ଚାୟତି ରାଜ ବିଭାଗ । ଯୋଜନା ଅନୁଯାୟୀ ଗାଁରେ ମିଳିବ ସହରର ସବୁ ସୁବିଧା । ପ୍ରତି ଗାଁରେ ନିର୍ମାଣ ହେବ ଆଦର୍ଶ କଲ୍ୟାଣ ମଣ୍ଡପ, ଆଦର୍ଶ ଖେଳ ପଡିଆ, ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ସ୍ମଶାନ, ଗ୍ରାମୀଣ ପାର୍କ ଭଳି ବ୍ୟବସ୍ଥା । ଗ୍ରାମ ସଭା ଆଧାର ରେ ଏସବୁ ବିକାଶ କାମ କରାଯିବ ।ଆଦର୍ଶ ଖେଳ ପଡିଆ ପାଇଁ ୬୫ ଲକ୍ଷ ଟଙ୍କା , ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ଦିଆଯିବ । ଯେଉଁଥିରେ ଦୁଇଟି ଗ୍ରୀନ ରୁମ ସହ ଏକ ପେଣ୍ଡାଲ ରହିବ ନାଚ, ଗୀତ, ଡ୍ରାମା ର ସୁବିଧା ପାଇଁ ।

Also Read: MMDR ବିଲକୁ ନେଇ ତେଜିଲା ରାଜନୀତି, ନବୀନଙ୍କ ଟାର୍ଗେଟକୁ ମନ୍ତ୍ରୀଙ୍କ ଜବାବ

ସେହିପରି ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ,ଆଦର୍ଶ ସ୍ମଶାନ ପାଇଁ ୨୨ ଲକ୍ଷ,ଆଦର୍ଶ ଗ୍ରାମିଣ ପାର୍କ ପାଇଁ ୨୦ ଲକ୍ଷ ଟଙ୍କା ଦିଆଯିବ । ଯେଉଁଠି ଜିମ ସହିତ ବସିବା ପାଇଁ ସ୍ଥାନ ରହିବ । ,ଆଦର୍ଶ ଗ୍ରାମିଣ ହାଟ ପାଇଁ ୧୬ ଲକ୍ଷ ୫୦ ହଜାର, ଆଦର୍ଶ ପାଠାଗାର ପାଇଁ ୧୦ ଲକ୍ଷ ଏବଂ ପ୍ରତ୍ୟକ ପଞ୍ଚାୟତରେ ୭୦୦ ଗଛ ଲଗେଇବାକୁ ଯୋଜନା ହୋଇଛି । ଏହା ଦ୍ବାରା ଗାଁରେ ନିଯୁକ୍ତି ମିଳିବା ସହ ମନୋରଞ୍ଜନ,ଶିକ୍ଷା, କ୍ରୀଡା, ସାମାଜିକ କାର୍ଯକ୍ରମ,ପରିବେଷ ସୁରକ୍ଷା ଭଳି ଗ୍ରାମିଣ ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ।

ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି କହିଛି ସରକାର ଗ୍ରାମାଞ୍ଚଳରେ ସହରି ସୁବିଧା ଦେବା ବହୁତ୍ ଭଲ କଥା ।କିନ୍ତୁ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖିବା ଦରକାର ଯେ ତାଙ୍କ ବିଭାଗ ବଜେଟ୍ ଅର୍ଥ ଖର୍ଚ୍ଚ କରିବାରେ ସବୁଠାରୁ ତଳେ ରହିଛି କାହିଁକି ।ଗାଁରେ ମାଟି ମୁଠେ ପଡି ପାରୁନାହିଁ। ସେପଟେ କଂଗ୍ରେସ କହିଛି ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେପି ସରକାର ଏଭଳି ଘୋଷଣା କରିଛନ୍ତି। ଦିନରେ ଗୋଲାପୀ ସ୍ୱପ୍ନ ଦେଖୁଛନ୍ତି। ଗାଁରେ କାମ କିଛି ହେଉନି। କେବଳ ଲୋକଙ୍କ ଆଇୱାସ୍ ପାଇଁ ଏପରି କରିଛନ୍ତି।

Also Read: ତେଜିବାରେ ଲାଗିଛି ବନ୍ୟା ରାଜନୀତି, ନବୀନଙ୍କୁ ‘ଇନ୍ଦ୍ର’ଙ୍କ ଫୋନ ନମ୍ବର ମାଗିଲେ ରାଜସ୍ବ ମନ୍ତ୍ରୀ

ସେପଟେ ପଞ୍ଚାୟତ ବିକାଶ ପ୍ଲାନକୁ ସ୍ବାଗତ କରିଛନ୍ତି ସରପଞ ଏବଂ ଗ୍ରାମ ବାସୀ । ଏହା ଦ୍ଵାରା ପଞ୍ଚାୟତ ଅଞ୍ଚଳରେ ଜୀବନଯାପନ ର ମାନ ବୃଦ୍ଧି ହେବ। ସହରାଭିମୁଖୀ ହେଉଥିବା ଲୋକେ ଗ୍ରାମାଞ୍ଚଳ ରେ ରହିବାକୁ ପସନ୍ଦ କରିବେ। ଏହା ଦ୍ବାରା ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶ ବି ହୋଇପାରିବ । ଗାଁ ବିକାଶ ପାଇଁ ପୂର୍ବ ନବୀନ ସରକାର ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଉଥିଲେ । ବିଜେପି ସରକାର ଆସିବା ପରେ ଏହାର ନାଁ ପରିବର୍ତ୍ତନ କରି ବିକଶିତ ଗାଁ ବିକଶିତ ଓଡିଶା ରଖିଛନ୍ତି। ପଞ୍ଚାୟତ ନିର୍ବାଚନ ଆଗକୁ ଥିବାରୁ ଏବେ ଏଥିପାଇଁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ ଦେବାକୁ ସରକାର ଲକ୍ଷ୍ୟ ରଖଇଛନ୍ତି ।



Source link

Leave A Reply

Your email address will not be published.