Voice of Eastern India

ସମୁଦ୍ର କୂଳରେ ଥିବା ରିସୋର୍ଟରେ ନିଆଁ : ଜଣେ ବିଦେଶୀ ମୃତ, ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଦମକଳ ବାହିନୀ


ନୂଆଦିଲ୍ଲୀ,୨୦|୦୬:ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ନିଆଁ । ହୁତୁହୁତୁ ହୋଇ ଜଳିଗଲା ସବୁକିଛି । କାରବିୟାନ ଦେଶ ଡୋମିନିକାନ୍ ଗଣରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାୟହିବେର ସମୁଦ୍ର କୂଳରେ ଥିବା ଏକ ରିସୋର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଇଟାଲୀର ଜଣେ ପର୍ଯ୍ୟଟକ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଯେଉଁ ବିଳାସପୂର୍ଣ୍ଣ ରିସୋର୍ଟରେ ନିଆଁ ଲାଗିଛି ତାହା ହେଲା ଭିଭା ଓ୍ୱାଇନ୍ଧମ ଡୋମିନିକସ ବିଚ୍ ହୋଟେଲ । ନିଆଁ ଖବର ପରେ ତୁରନ୍ତ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁ ଲିଭା ଉଦ୍ୟମ ଜାରି ରଖିଛି । ଏହାସହ ୧୭୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।

Also Read :-ଭାରତକୁ FATFର ଉପାଧ୍ୟକ୍ଷ ପଦ : ପ୍ରଥମ ଥର ପାଇଁ ମିଳିଲା ବଡ ସଫଳତା, ଏବେ ସାବାଡ୍ ହେବେ ଆତଙ୍କବାଦୀ

ନିଆଁରେ ତିନି ଜଣ ପର୍ଯ୍ୟଟକ ଗୁରୁତର ହୋଇପଡିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ କିଛି ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ରିସୋର୍ଟରୁ ଉଦ୍ଧାର ହୋଇଥିବା ପର୍ଯ୍ୟଚକଙ୍କ ଆଖପାଖ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।

ସ୍ଥାନୀୟ ପ୍ରଶାସନର କହିବାନୁସାରେ, ରିସୋର୍ଟରେ ଅନେକ ଘର କାଠରେ ତିଆରି ହୋଇଥିଲା । ଘର ଉପରେ କିଛି ଦହନୀୟ ବସ୍ତୁ ଥିଲା । ଏହା ପବନର ସଂସ୍ପର୍ଶରେ ଆସିବା ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ମିଡିଆ ପକ୍ଷରୁ ସେୟାର ହୋଇଥିବା ଭିଡିଓରେ ଆକାଶରେ କଳାଧୂଆଁ ଦେଖିବାକୁ ମିଳୁଛି । ଯେଉଁଥିରୁ ନିଆଁର ଭୟାବହତା ବାବଦରେ ଅନୁମାନ କରାଯାଇପାରେ । ଏହାକୁ ରୋକିବା ପାଇଁ ଦମକଳ ବାହିନୀକୁ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିବାକୁ ପଡିଥିଲା । ଏତେ ବଡ ଅଗ୍ନିକାଣ୍ଡ ସତ୍ତ୍ୱେ ଆଖପାଖରେ ସେତେଟା ପ୍ରଭାବ ପଡିନାହିଁ । ପର୍ଯ୍ୟଟକ ସାଧାରଣ ଭାବେ ସମୁଦ୍ର କୂଳରେ ବୁଲାବୁଲି କରୁଛନ୍ତି ।



Source link

Leave A Reply

Your email address will not be published.