ହାମିଲଟନ: ହାମିଲଟନର ସେଡନ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଭାରତ ୩-୧ରେ ଅଗ୍ରଣୀ ହାସଲ କରି ସିରିଜ କବ୍ଜା କରି ସାରିଛି। ତେଣୁ ଏହି ମ୍ୟାଚ୍ ଭାରତ ପାଇଁ କେବଳ ଏକ ଔପଚାରିକତା ବୋଲି କୁହାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ସମ୍ମାନର ବିଷୟ।
ଏହି ମ୍ୟାଚ୍ରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର କୁମାର ଦଳକୁ ଫେରିଥିବା ବେଳେ ବରୁଣଚକ୍ରବର୍ତ୍ତୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ହେଲେ ଯାହା ଆଶ୍ଚର୍ଯ୍ୟର କଥା ହେଉଛି ଏଥର ପୁଣି କ୍ରିକେଟ ସେନସେସନ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦିଆଯାଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ସିରିଜ୍ ତୃତୀୟ ମ୍ୟାଚ୍ରେ ବୈଭବ ଅଭେଶଷ ଶର୍ମାଙ୍କ ସହ ଜବରଦସ୍ତ ଓପନିଂ ଦେଇ ଦଳକୁ ବିଜୟ କରାଇବାରେ ଏକ ବଡ଼ ଭୂମିକା ନିର୍ବାହ କରିଥିଲେ। ସମସ୍ତେ ଭାବିଥିଲେ ଏବେ ତାଙ୍କର ନିୟମିତ ଖେଳ ପକ୍କା। ହେଲେ ଚତୁର୍ଥ ମ୍ୟାଚ୍ ଓ ଆଜି ପଞ୍ଚମ ମ୍ୟାଚ୍ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏହି ଘଟଣାକୁ ନେଇ କ୍ରିକେଟ ଏକ୍ସପର୍ଟମାନେ ପ୍ରଶ୍ନ ଉଠାଇବା ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ରୋକଠୋକ ଜବାବ ଦେଇଛନ୍ତି। ତାଙ୍କ କାମ ସମସ୍ତଙ୍କୁ ଖୁସୀ କରିବା ନୁହେଁ, ବୋଲି ଗୌତମ କହିଛନ୍ତି। ମ୍ୟାଚ ପୂର୍ବରୁ ମିଡିଆକୁ ପ୍ରତିକ୍ରିୟା ଦେଇ ଗୌତମ କହିଛନ୍ତି “ପ୍ରଥମ କଥା ହେଲା ସମସ୍ତଙ୍କୁ ଖୁସୀ ରଖିବା ମୋ କାମ ନୁହେଁ। ମୋ କାମ ହେଲା ଉଚିତ ନିଷ୍ପତ୍ତି ନେବା, ଲୋକ୍ରିୟ ନିଷ୍ପତ୍ତି ନୁହେଁ। ଆଉ ଏଥିପାଇଁ ମୁଁ ଏଠି ଅଛି।”
Also Read- IND vs NZ: ଟି ସେଇଫର୍ଟଙ୍କ ବିସ୍ଫୋରଣ, ପଞ୍ଚମ ଟି-୨୦ ଜିତିଲା ନ୍ୟୁଜିଲାଣ୍ଡ; ସିରିଜ୍ ହାତେଇଲା ଭାରତ
ସିରିଜର ତୃତୀୟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟବଂଶୀଙ୍କୁ କାହିଁକି ଖେଳା ଯାଉ ନାହିଁ ଏ ନେଇ ସୋସିଆଲ୍ ମିଡିଆରେ ଛର୍ଚ୍ଚା ଜାରି ରହିଛି। ଦଳ ଚୟନ ପ୍ରକ୍ରିୟାକୁ ନେଇ ସମାଲୋଚନା ହେଉଛି। ସୋସିଆଲ୍ ମିଡିଆରେ କଣ ଆଲୋଚନା ହେଉଛି ତାକୁ ଗୁରୁତ୍ୱ ନ ଦେଇ ଟିମ୍ର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେବା ଦରକାର ବୋଲି ଗମ୍ବୀର ଗୁରୁତ୍ୱାରୋପ କରିଛନ୍ତି।
ମିଡିଆକୁ ସେ କହିଛନ୍ତି “ଲୋକଙ୍କ ପସନ୍ଦର ନିଷ୍ପତ୍ତି ନେବା ବହୁତ ସହଜ। କିନ୍ତୁ ମୋ ମତରେ, ସଠିକ୍ ନିଷ୍ପତ୍ତି ନେବା ଏବଂ ଡ୍ରେସିଂ ରୁମ୍ ଭିତରେ ଯଥେଷ୍ଟ ସୁରକ୍ଷା ରହିଛି ବୋଲି ନିଶ୍ଚିତ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ।” ଯଦିଓ ଭାରତରେ ପ୍ରଚୁର ପ୍ରତିଭା ରହିଛନ୍ତି। ହେଲେ ଯେଉଁ ଖେଳାଳିମାନଙ୍କର ପ୍ରଦର୍ଶନ ଦୀର୍ଘଦିନ ଧର ଭଲ ରହୁଛି, ସେମାନଙ୍କୁ ମଧ୍ୟ ଦୀର୍ଘ ସମୟ ପାଇଁ ସ୍ଥାନ ମିଳିବା ଉଚିତ୍।
ଗମ୍ଭୀର କହିଛନ୍ତି “”ଏଠାରେ ବହୁତ ପ୍ରତିଭା ରହିଛି। କିନ୍ତୁ ମୋ ମତରେ, ଯେଉଁ ଖେଳାଳିମାନେ ଦୀର୍ଘ ସମୟ ଧରି ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି। ସ୍ୱାଭାବିକ ଭାବରେ, ସେମାନେ ଆହୁରି ଅଧିକ ସୁଯୋଗ ପାଇବା ଯୋଗ୍ୟ। ଆଉ ଆମେ ଏହି ସିରିଜ୍କୁ ଠିକ୍ ସେହି ଦୃଷ୍ଟିକୋଣରୁ ହିଁ ଦେଖୁଛୁ।”
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ବୈଭବକୁ ମାତ୍ର ୨ଟି ଚାନ୍ସ
ସିରିଜ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମାତ୍ର ଦୁଇଟି ସୁଯୋଗ ମିଳିଛି। ଇଶାନ କିଶନ ଆହତ ହେବା ପରେ ତାଙ୍କୁ ଏହି ସୁଯୋଗ ଦିଆଯାଇଥିଲା। ସିରିଜ୍ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଖେଳିଥିଲେ ବୈଭବ। ଦ୍ୱିତୀୟ ମ୍ୟାଚ୍ରେ ସେ ସିଙ୍ଗଲ ସ୍କୋର କରି ଆଉଟ୍ ହେବା ପରେ ତୃତୀୟ ମ୍ୟାଚ୍ରେ ଜବରଦସ୍ତ ଓପନିଂ କରି ୪୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହାପରେ ତାଙ୍କୁ ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ବସାଇ ଦିଆଯାଇଛି।
ପଞ୍ଚମ ମୁକାବିଲା ପାଇଁ ଚୂଡ଼ାନ୍ତ ଏକାଦଶ
ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଶନ (ୱିକେଟ୍ କିପର), ଶ୍ରେୟସ୍ ଆୟର (କ୍ୟାପ୍ଟେନ), ତିଲକ ଭର୍ମା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ରାଜକୁମାର ଯାଦବ, ବରୁଣ ଚକ୍ରବର୍ତ୍ତୀ।
