Voice of Eastern India

ସକାଳର ଏହି ୫ ଅଭ୍ୟାସ କିଡନୀ ପାଇଁ ହୋଇପାରେ କ୍ଷତିକାରକ; ୟୁରୋଲୋଜିଷ୍ଟଙ୍କ ଚେତାବନୀ, ଆଜିଠୁ ଛାଡ଼ନ୍ତୁ ଏସବୁ ଅଭ୍ୟାସ


ଭୁବନେଶ୍ୱର: ସକାଳର ଅଭ୍ୟାସ ଆମ ପୂରା ଦିନକୁ ପ୍ରଭାବିତ କରିଥାଏ। ସକାଳେ କ’ଣ ଖାଉଛନ୍ତି, କେତେ ପାଣି ପିଉଛନ୍ତି ଏବଂ ଦିନର ଆରମ୍ଭ କିପରି କରୁଛନ୍ତି, ତାହା ଶରୀର ଉପରେ ପ୍ରଭାବ ପକାଇଥାଏ। କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ।

ହନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ୟୁରୋଲୋଜିଷ୍ଟ ଡାକ୍ତର ଭେଙ୍କଟସୁବ୍ରମଣିଆମ୍ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସକାଳର ୫ଟି ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି, ଯାହା କିଡନୀ ପାଇଁ କ୍ଷତିକାରକ ହୋଇପାରେ। ତାଙ୍କ ଅନୁସାରେ, ସକାଳେ ଉଠି ପାଣି ନପିଇବା, ପରିସ୍ରା ଚାପି ରଖିବା, ଖାଲି ପେଟରେ ପେନକିଲର୍ ଖାଇବା, ବ୍ୟାୟାମ ପରେ ପାଣି ନପିଇବା ଏବଂ ଜଳଖିଆ ନକରିବା ଭଳି ଅଭ୍ୟାସରୁ ଦୂରେଇ ରହିବା ଉଚିତ।

୧. କଫି ପୂର୍ବରୁ ପିଅନ୍ତୁ ପାଣି

ରାତିସାରା ଶୋଇବା ପରେ ଶରୀରରେ ସାମାନ୍ୟ ଡିହାଇଡ୍ରେସନ୍ ବା ଜଳୀୟ ଅଭାବ ହୋଇପାରେ। ତେଣୁ ସକାଳେ ଉଠିବା ପରେ ପ୍ରଥମେ ଚା କିମ୍ବା କଫି ପିଇବା ପରିବର୍ତ୍ତେ ଅତିକମ୍ରେ ଗୋଟିଏ ଗ୍ଲାସ୍ ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାୟକ ହୋଇପାରେ।

୨. ପରିସ୍ରା ଚାପି ରଖନ୍ତୁ ନାହିଁ

ସକାଳେ ଉଠିବା ପରେ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଚାପି ରଖିବା ଅଭ୍ୟାସରୁ ଦୂରେଇ ରହିବାକୁ ୟୁରୋଲୋଜିଷ୍ଟ କହିଛନ୍ତି। ରାତିସାରା ପରିସ୍ରା ଜମି ରହିଥିବାରୁ ସକାଳେ ବ୍ଲାଡର୍କୁ ଖାଲି କରିବା ଜରୁରୀ। କେବଳ ସକାଳେ ନୁହେଁ, ଦିନସାରା ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପରିସ୍ରା ଚାପି ରଖିବା ଉଚିତ ନୁହେଁ ବୋଲି ସେ ପରାମର୍ଶ ଦେଇଛନ୍ତି।

୩. ଖାଲି ପେଟରେ ପେନକିଲର୍ ଖାଆନ୍ତୁ ନାହିଁ

ଖାଲି ପେଟରେ ପେନ୍କିଲର୍ ବା ଯନ୍ତ୍ରଣା ନିବାରକ ଔଷଧ ଖାଇବା ଅଭ୍ୟାସକୁ ନେଇ ମଧ୍ୟ ସତର୍କ କରିଛନ୍ତି ଡାକ୍ତର। ତାଙ୍କ ଅନୁସାରେ, ପେନ୍କିଲର୍ର ଅନିୟମିତ କିମ୍ବା ଅତ୍ୟଧିକ ବ୍ୟବହାର କିଡନୀ ପାଇଁ କ୍ଷତିକାରକ ହୋଇପାରେ। ଖାଲି ପେଟରେ ଏହା ଖାଇବା ନେଇ ମଧ୍ୟ ସତର୍କ ରହିବା ଆବଶ୍ୟକ।

Also Read- ଧୂମପାନ ଛାଡ଼ିବା ପରେ କେତେ ଦିନରେ ସୁସ୍ଥ ହୁଏ ଫୁସଫୁସ ? ଜାଣନ୍ତୁ ଡ୍ୟାମେଜ୍ ଫୁସଫୁସ ରିକଭରିର ତରିକା…

୪. ବ୍ୟାୟାମ ପରେ ପାଣି ପିଅନ୍ତୁ

ସକାଳେ ବ୍ୟାୟାମ କରିବା ଶରୀର ପାଇଁ ଭଲ ହୋଇପାରେ। କିନ୍ତୁ ଅଧିକ ବ୍ୟାୟାମ ପରେ ଶରୀରରୁ ତରଳ ପଦାର୍ଥ କମିଯାଏ। ଏହି ସମୟରେ ପାଣି ନପିଇ ରହିବା ଠିକ୍ ନୁହେଁ। ବ୍ୟାୟାମ ପରେ ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ପୁଣି ହାଇଡ୍ରେଟ୍ କରିବା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି।

୫. ଜଳଖିଆ ଛାଡ଼ନ୍ତୁ ନାହିଁ

ବ୍ୟସ୍ତ ଜୀବନଶୈଳୀ ଯୋଗୁ ଅନେକ ଲୋକ ସକାଳର ଜଳଖିଆ ଛାଡ଼ି ଦିଅନ୍ତି। କିନ୍ତୁ ଏହି ଅଭ୍ୟାସକୁ ମଧ୍ୟ ଏଡ଼ାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସକାଳେ ସୁସ୍ଥ ଓ ପ୍ରୋଟିନ ଯୁକ୍ତ ଜଳଖିଆ କରିବା ଭଲ ବୋଲି ସେ କହିଛନ୍ତି।

ତାଙ୍କ ଅନୁସାରେ, ଜଳଖିଆ ନକଲେ ପରବର୍ତ୍ତୀ ସମୟରେ ଭୋକ ଲାଗି ଅଧିକ ଲୁଣ ଥିବା ସ୍ନାକ୍ସ ଖାଇବାର ସମ୍ଭାବନା ବଢ଼ିପାରେ। ଏଭଳି ଖାଦ୍ୟରେ ସୋଡିୟମର ପରିମାଣ ଅଧିକ ଥାଏ, ଯାହାକୁ ନେଇ କିଡନୀ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସତର୍କ ରହିବା ଆବଶ୍ୟକ।

ସେହିପରି ସକାଳର ଛୋଟ ଛୋଟ ଅଭ୍ୟାସ ଉପରେ ଧ୍ୟାନ ଦେବା ସହ ପର୍ଯ୍ୟାପ୍ତ ପାଣି ପିଇବା, ପରିସ୍ରା ଚାପି ନରଖିବା, ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନେବା ଏବଂ ସୁସ୍ଥ ଜଳଖିଆ କରିବା ଜରୁରୀ। କୌଣସି କିଡନୀ ସମସ୍ୟା କିମ୍ବା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିଜେ ଔଷଧ ନଖାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

ବିଦ୍ର- ଏହି ରିପୋର୍ଟ ଟି କେବଳ ସୂଚନାମୂଳକ ଉଦ୍ଦେଶ୍ୟ ପାଇଁ ଦିଆଯାଇଛି। ଏହାକୁ ଡାକ୍ତରି ଚିକିତ୍ସା ପରାମର୍ଶର ବିକଳ୍ପ ବୋଲି ଧରି ନେବା ଠିକ୍ ନୁହେଁ। କୌଣସି ବି ଶାରିରୀକ ସମସ୍ୟା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।



Source link

Leave A Reply

Your email address will not be published.