Voice of Eastern India

ସଂପର୍କୀୟ ଭାଇ ମୋ ସହ… ପିଲାବେଳେ ଘଟିଥିବା ଘଟଣାର ଖୁଲାସା କଲେ ଶ୍ରେୟା କାଲରା


ମୁମ୍ବାଇ: ରିଆଲିଟି ସୋ ‘ଲକ୍ ଅପ୍ ୨’ (Lock Upp 2) ରେ ନିଜର ଏକ ଅତ୍ୟନ୍ତ କଷ୍ଟଦାୟକ ଅତୀତର ଖୁଲାସା କରିଛନ୍ତି ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର୍ ତଥା ଅଭିନେତ୍ରୀ ଶ୍ରେୟା କାଲରା। ସୋ’ରେ ନିଜ ଜୀବନର ଏକ ବଡ଼ ରହସ୍ୟ ଉନ୍ମୋଚନ କରି ସେ କହିଛନ୍ତି ଯେ, ମାତ୍ର ୧୩ ବର୍ଷ ବୟସରେ ସେ ନିଜର ଜଣେ ସମ୍ପର୍କୀୟ ଭାଇ (କଜିନ୍)ଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ। ତାଙ୍କର ଏହି କଥା ଶୁଣିବା ପରେ ସୋ’ରେ ଥିବା ଅନ୍ୟ ପ୍ରତିଯୋଗୀମାନେ ଭାବୁକ ହୋଇଯାଇଥିଲେ।

ଶ୍ରେୟା କହିଥିଲେ ଯେ, ପିଲାଦିନେ ଆଈଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ସହ ଏହି ଘଟଣା ଘଟିଥିଲା। ସେତେବେଳେ ତାଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା ଏବଂ ତାଙ୍କ ସହ ପ୍ରକୃତରେ କଣ ଘଟୁଛି ତାହା ସେ ବୁଝିପାରି ନଥିଲେ। ସବୁଠାରୁ ଦୁଃଖର କଥା ହେଉଛି, ପରିବାରର କୌଣସି ସଦସ୍ୟ ଏପରିକି ଆଜି ପର୍ଯ୍ୟନ୍ତ ସେ ନିଜ ମା’ଙ୍କୁ ମଧ୍ୟ ଏହି ବିଷୟରେ ଜଣାଇ ନାହାନ୍ତି। ଏହି ଘଟଣା ବିଷୟରେ କେବଳ ତାଙ୍କ ପ୍ରେମିକ ଋଷଭ ଜୟସ୍ୱାଲଙ୍କୁ ହିଁ ଜଣାଥିଲା।

ଏହାର କାରଣ ଦର୍ଶାଇ ଶ୍ରେୟା କାନ୍ଦି କାନ୍ଦି କହିଥିଲେ ଯେ, ଯେଉଁ ସମ୍ପର୍କୀୟ ଭାଇ ତାଙ୍କ ସହ ଏହି ଘୃଣ୍ୟ କାମ କରିଥିଲା, ତା’ର ମା’ଙ୍କର ବହୁ ପୂର୍ବରୁ ଦେହାନ୍ତ ହୋଇସାରିଥିଲା। ତେଣୁ ଶ୍ରେୟାଙ୍କ ମା’ ଉକ୍ତ ସମ୍ପର୍କୀୟକୁ ପ୍ରାୟ ୩ ବର୍ଷ ଧରି ନିଜ ପୁଅ ଭଳି ଲାଳନପାଳନ କରିଥିଲେ। ଯଦି ତାଙ୍କ ମା’ ଏହି ସତ୍ୟ ଜାଣିବେ, ତେବେ ସେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିବେ। ନିଜ ମା’ଙ୍କ କଷ୍ଟ ଓ ପରିବାରର ଶାନ୍ତି ନଷ୍ଟ ହେବା ଭୟରେ ସେ ବର୍ଷ ବର୍ଷ ଧରି ଚୁପ୍ ରହିଥିଲେ।

ଶ୍ରେୟା ନିଜ ଭାଇଙ୍କ ବିବାହକୁ ନେଇ ମଧ୍ୟ ଭୟଭୀତ ଥିଲେ। ସେ କହିଛନ୍ତି ଯେ, ଆସନ୍ତା ନଭେମ୍ବର ମାସରେ ତାଙ୍କ ନିଜ ଭାଇଙ୍କର ବିବାହ ହେବାକୁ ଯାଉଛି। ପୂର୍ବରୁ ଇଣ୍ଡଷ୍ଟ୍ରିରେ ଶ୍ରେୟାଙ୍କର କିଛି ବିବାଦ କାରଣରୁ ତାଙ୍କ ଭାଇଙ୍କର ଏକ ନିର୍ବନ୍ଧ ଭାଙ୍ଗିଯାଇଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କ ଭାଇଙ୍କ ଜୀବନ ସ୍ୱାଭାବିକ ହେଉଥିବା ବେଳେ, ଏହି ସତ ସାମ୍ନାକୁ ଆସିଲେ ତାଙ୍କ ଖୁସିରେ ପୁଣିଥରେ ବାଧା ଉପୁଜିପାରେ ବୋଲି ସେ ଆଶଙ୍କା କରୁଥିଲେ।

ଶ୍ରେୟା ସ୍ପଷ୍ଟ କରିଛନ୍ତି ଯେ, ସେ କାହାର ସହାନୁଭୂତି ପାଇଁ ଏହି କଥା କହୁନାହାନ୍ତି। ନିଜକୁ ଜଣେ ‘ପୀଡ଼ିତା’ ଭାବରେ ଦେଖାଇ ହେବାକୁ ସେ ପସନ୍ଦ କରନ୍ତି ନାହିଁ କିମ୍ବା ଲୋକେ ତାଙ୍କ ଉପରେ ଦୟା କରନ୍ତୁ ବୋଲି ସେ ଚାହାଁନ୍ତି ନାହିଁ। ନିଜ ଉପରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ, ସେ ସବୁବେଳେ ଲୋକଙ୍କୁ ନିଜ ହକ ଓ ଅଧିକାର ପାଇଁ ଲଢ଼ିବାକୁ ପରାମର୍ଶ ଦିଅନ୍ତି, କିନ୍ତୁ ନିଜ ସହ ହୋଇଥିବା ଅନ୍ୟାୟ ବିରୋଧରେ ସେ ଦୀର୍ଘ ବର୍ଷ ଧରି ନିରବ ରହିଗଲେ। ଏପରିକି ଏତେ ସବୁ ଘଟିବା ପରେ ମଧ୍ୟ ସେ ନିଜ ପରିବାର ସହ ସେହି ସମ୍ପର୍କୀୟର ବିବାହରେ ମଧ୍ୟ ସାମିଲ ହୋଇଥିଲେ।



Source link

Leave A Reply

Your email address will not be published.