Voice of Eastern India

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ BCCIର ଖାସ୍ ପ୍ଲାନ୍ : ବଦଳିବ ଟିମ୍, ଓ୍ୱାଶିଂଟନ ସୁନ୍ଦରଙ୍କ ଉପରେ ଫୋକସ୍


ନୂଆଦିଲ୍ଲୀ, ୨୧|୦୭: ଅଗଷ୍ଟ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଭାରତ । ଦଳ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ୍ ମୁକାବିଲା ଖେଳିବ ଯାହା ଅଗଷ୍ଟ ୧୫ରୁ ଆରମ୍ଭ ହେବ । ତେବେ ଏଥିପାଇଁ ଖୁବ୍ ଶୀଘ୍ର ଦଳ ଚୟନ କରାଯିବ । ଏସବୁ ଭିତରେ ଅଜିତ ଅଗକରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଇଂଲଣ୍ଡ ଗସ୍ତରେ ଭାରତର ପ୍ରଦର୍ଶନ ପରେ ଦଳ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଶୁଣିବାକୁ ମିଳୁଛି ।

ରିପୋର୍ଟ ଅନୁସାରେ, ଚୟନ ସମିତି ଓ୍ୱାଶିଂଟନ ସୁନ୍ଦରଙ୍କ ଉପରେ ଫୋକସ୍ ରଖିଛି । ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଛନ୍ତି । ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସରୁ ଫିଟ୍ ରିପୋର୍ଟ ପାଇବା ପରେ ହିଁ ସେ ଖେଳିପାରିବେ । ଏହାସହ ଯଦି ଆହତ ସାମାନ୍ୟ ହୋଇଥିବେ ତେବେ ମଧ୍ୟ ତାଙ୍କୁ ଦଳରେ ସ୍ଥାନ ମିଳିବ ।

Also Read :-୨ ମାସ ପରେ ହୋଇଥାନ୍ତା ବାହାଘର, ଋଷ ଆକ୍ରମଣରେ ପ୍ରାଣ ହରାଇଲେ ଅଖିଲ ! ବାପାଙ୍କ ଆଖିରୁ ଶୁଖୁନି ଲୁହ…

ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଗସ୍ତ କରିବ । କିଛି ଦିନ ସେଠାରେ ରହି ଅଭ୍ୟାସ କରିବ । ଶୁଭମନ ଗିଲ୍ ଦଳର ନେତୃତ୍ୱ ନେବେ । କିନ୍ତୁ ଗତ ଆଫଗାନିସ୍ତାନ ସିରିଜରେ ଯେଉଁ ଦଳ ଥିଲା ତାହା ପରିବର୍ତ୍ତନ ହୋଇପାରେ । ରବୀନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମରା ଦଳକୁ ଫେରିବେ । ହର୍ଷ ଦୁବେଙ୍କୁ ସୁଯୋଗ ମିଳିବା ନେଇ ସମ୍ଭାବନା ରହିଛି । ଅନ୍ୟ ଦିଗରେ ସ୍ପିନ୍ ଆଟାକ୍ ପାଇଁ ସାରାଂଶ ଜୈନଙ୍କୁ ଦଳ ଚୟନ କରିପାରେ । ସେହିପରି ମାନବ ସୁତାର, କୂଲଦୀପ ଯାଦବ, ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ପେସ୍ ଆଟାକ୍ ସମ୍ଭାଳିବେ ।

ସୂଚନାଯୋଗ୍ୟ, ଗୌତମ ଗମ୍ଭୀର କୋଚ୍ ହେଲା ପରେ ଭାରତ ଟେଷ୍ଟ୍ କ୍ରିକେଟରେ ସଙ୍ଘର୍ଷ କରୁଛି । ଲଗାତାର ସିରିଜ୍ ହାରୁଛି । ଦଳ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ଲିନ୍ ସ୍ୱିପ୍ ହୋଇଛି । ଶ୍ରୀଲଙ୍କାରେ ଦଳ ପାଖରେ ସୁଯୋଗ ରହିଛି । ଯଦି ଶ୍ରୀଲଙ୍କାକୁ ଦଳ ପରାସ୍ତ କରେ ତାହାଲେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ ଆଶା ଉଜ୍ଜୀବୀତ ରହିବ ।



Source link

Leave A Reply

Your email address will not be published.