Voice of Eastern India

ଶ୍ରୀଜିଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ


ପୁରୀ ୦୪।୧୧ :  ଭକ୍ତଙ୍କ ପାଇଁ ବିଶେଷ ସୂଚନା। ଆଜି ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି। ଏଥିପାଇଁ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଦ୍ୱିତୀୟ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ତେଣୁ ଶ୍ରୀମନ୍ଦିର ଯିବାକୁ ଯୋଜନା କରୁଥିବା ଭକ୍ତମାନେ ଏହି ସମୟକୁ ଧ୍ୟାନରେ ରଖି ନିଜର ଦର୍ଶନ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରିବାକୁ ଅନୁରୋଧ।

ନଭେମ୍ବର ୪ ତାରିଖ, ବୁଧବାର। କାର୍ତ୍ତିକ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଶ୍ରୀମନ୍ଦିରର ଏକ ପାରମ୍ପରିକ ଓ ସ୍ୱତନ୍ତ୍ର ନୀତି। ଏଥିରେ ଦାରୁବିଗ୍ରହମାନଙ୍କୁ ପାରମ୍ପରିକ ପ୍ରାକୃତିକ ରଙ୍ଗ ଓ ବିଶେଷ ଦ୍ରବ୍ୟରେ ଶୃଙ୍ଗାର କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ନୂଆ ରୂପ ଦିଆଯାଏ।

Also Read:-US ମିଡଟର୍ମ୍ ନିର୍ବାଚନ : ମଇଦାନରେ ଅନେକ ଭାରତୀୟ ବଂଶୋଦ୍ଭବ, ଜାଣନ୍ତୁ କିଏ ଆଗରେ ଏବଂ ପଛରେ କିଏ ?

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ବିଶେଷ ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ କରାଯିବ। ତେଣୁ ଦୂରଦୂରାନ୍ତରୁ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନେ ଏହି ସମୟସୂଚୀ ପ୍ରତି ଧ୍ୟାନ ଦେବା ଜରୁରୀ। ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ସାଧାରଣ ଦର୍ଶନ ସ୍ୱାଭାବିକ ହେବ।



Source link

Leave A Reply

Your email address will not be published.