Voice of Eastern India

ଲଞ୍ଚ ହେଲା ସିମକାର୍ଡ ଥିବା ଇୟରବଡ, ଆଉ ଆବଶ୍ୟକତା ନାହିଁ ସ୍ମାର୍ଟ ଫୋନର


ନୂଆଦିଲ୍ଲୀ: ଟେକ୍ନୋଲଜିର ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ (ଏଆଇ) ଏବେ କମ୍ପ୍ୟୁଟର ଓ ମୋବାଇଲରୁ ବାହାରି ସିଧା ଇୟରଫୋନକୁ ପହଞ୍ଚି ଯାଇଛି। ବଜାରରେ ‘ପ୍ଲାଉଡ୍ ୱାନ ଏଆଇ ଇୟରଫୋନ’ ଲଞ୍ଚ ହୋଇଛି। ଏହା କଲ ଓ ମିଟିଂ ରେକର୍ଡ କରିବା ସହିତ କଥାବାର୍ତ୍ତାକୁ ଟେକ୍ସଟ ରେ ବଦଳାଇବା ଓ ଏଆଇ ସହାୟତାରେ ଏହାର ସାରମର୍ମ ପ୍ରସ୍ତୁତ କରିବାକୁ ମଧ୍ୟ ସକ୍ଷମ। ଏହାର ସବୁଠୁ ଯାହା ଖାସ କଥା ତାହା ହେଉଛି ଚାର୍ଜିଂ କେସ୍ ରେ ଦିଆଯାଇଛିବା ଇ-ସିମ୍ ଓ ଫୋରଜି ଏଲଟିଇ ସପୋର୍ଟ। ଏହା ସାହାଯ୍ୟରେ କୌଣସି ଫିଚର ଲାଗି ଆଉ ସ୍ମାର୍ଟ ଫୋନ ସହ କନେକ୍ଟ ହେବା ଜରୁରି ନୁହେଁ।

ପ୍ଲାଉଡ ୱାନ୍ ର ଉଭୟ ଇୟରବଡରେ ୩ଟି ଏମଇଏମଏସ୍ ମାଇକ୍ରୋଫୋନ ଓ ଏକ ଭିପିୟୁ ମାଇକ୍ରୋଫୋନ ଦିଆଯାଇଛି। ସେହିପରି ଚାର୍ଜିଂ କେସ୍ ରେ ୪ଟି ମାଇକ୍ରୋଫୋନ ଓ ବିମଫର୍ମିଂ ଟେକ୍ନୋଲଜି ରହିଛି। ଏହି କେସ୍ ପାଖାପାଖି ୫ ମିଟର ଦୂରରେ ହେଉଥିବା କଥାବାର୍ତ୍ତାକୁ ରେକର୍ଡ କରିପାରିବ ବୋଲି କମ୍ପାନୀ ଦାବି କରୁଛି। ଇୟରଫୋନ କଲ୍ ଓ ଅନଲାଇନ୍ ମିଟିଂ ମଧ୍ୟ ରେକର୍ଡ କରିପାରିବ। ରେକର୍ଡ କରାଯାଇଥିବା କଥାବାର୍ତ୍ତାକୁ ପ୍ଲାଉଡ ଇଣ୍ଟେଲିଜେନ୍ସ ଟ୍ରାନ୍ସକ୍ରାଇବ କରିଥାଏ। ଏହା ପରେ ଏଆଇ ସେହି କଣ୍ଟେଣ୍ଟରୁ ସମରି, ଡକ୍ୟୁମେଣ୍ଟ, ପ୍ରେଜେଣ୍ଟେସନ, ସ୍ପ୍ରେଡସିଟ୍ ଓ ଟୁ-ଡୁ ଲିଷ୍ଟ ପ୍ରସ୍ତୁତ କରିପାରିବ।

କମ୍ପାନୀ ଜିମେଲ, ଗୁଗଲ କ୍ୟାଲେଣ୍ଡର, ଗୁଗଲ ଡ୍ରାଇଭ, ସ୍ଲାକ୍ ଓ ନୋସନ ଭଳି ସେବା ସହିତ ଇଣ୍ଟେଗ୍ରେସନ ମଧ୍ୟ ଦେବ। କିଛି ଫିଚର ଏବେ ବେଟାରେ ଅଛି ଓ ଭବିଷ୍ୟତର ଅପଡେଟ୍ ରେ ଆସିବ। ଇୟର ଫୋନରେ ୧୨ ଏମଏମ ଡ୍ରାଇଭର, ୪୦ ଡିବି ପର୍ଯ୍ୟନ୍ତ ଆଡପ୍ଟିଭ ଆକ୍ଟିଭ ନୟେଜ କ୍ୟାନସେଲେସନ, ଟ୍ରାନ୍ସପାରେନ୍ସୀ ମୋଡ ଓ ଏଲଡିଏସି କୋଡେକ୍ ସପୋର୍ଟ ମଧ୍ୟ ମିଳୁଛି। କନେକ୍ଟିଭିଟି ପାଇଁ ବ୍ଲୁଟୁଥ ୫.୪ ଦିଆଯାଇଛି। ରେକର୍ଡିଂ କାଳରେ ଇୟରଫୋନ ପାଖାପାଖି ୬ ଘଣ୍ଟା ଓ ଚାର୍ଜିଂ କେସ୍ ୨୫ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରିବ। ମ୍ୟୁଜିକ୍ ପ୍ଲେବ୍ୟାକ୍ କେସ୍ ସହିତ ମୋଟ ୩୬ ଘଣ୍ଟା ଥିବା ଦାବି କରାଯାଉଛି।

ଫ୍ରି ପ୍ଲାନରେ ପ୍ରତିମାସରେ ୩୦୦ ମିନିଟ୍ ଟ୍ରାନ୍ସସ୍କ୍ରିପସନ ସୁବିଧା ମିଳିବ। ଏଥିରେ ପେଡ ପ୍ଲାନ ବାର୍ଷିକ ଆଧାରରେ ମାସିକ ୮.୩୩ ଡଲାରରୁ ଆରମ୍ଭ ହେଉଛି । ଲିମିଟେଡ ଏଡିସନ ପ୍ଲାଉଡର ଗୋଟିଏ ଏକ୍ସପ୍ଲୋରର ଏଡିସନର ମୂଲ୍ୟ ୨୪୯.୯୯ ଡଲାର। ଏଥିରେ ୨୦୦ ଡଲାରର ଏଆଇ କ୍ରେଡିଟ୍ ମଧ୍ୟ ସାମିଲ ରହିଛି। ଏଥିରୁ କମ୍ପାନୀ ମାତ୍ର ୨୦୦୦ଟି କିଟ୍ ତିଆରି କରିବ ଓ ୨୦୨୬ ଚତୁର୍ଥ ତ୍ରୈମାସିକ ସୁଦ୍ଧା ବିକ୍ରି ଆରମ୍ଭ ହେବ। ତେବେ ପ୍ରି-ଅର୍ଡର ଏବେ ଆମେରିକା, କାନାଡା, ବ୍ରିଟେନ ଓ କିଛି ଇୟୁରୋପୀୟ ଦେଶରେ ଉପଲବ୍ଧ।



Source link

Leave A Reply

Your email address will not be published.