Voice of Eastern India

ରାସ୍ତା ଉପରେ ସୁ ସୁ ହୋଇ ଚାଲିଥିଲା ପାଣି ; ମାନିଲେନି ଯୁବକ, ବାଇକ୍ ସହ ଭାସିଗଲେ


ଉଦଳା ୨୯।୭: ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ବେହାଲ । ଫୁଲୁଛି ବିଭିନ୍ନ ନଦୀ । ଅନେକ ସ୍ଥାନରେ ସୃଷ୍ଟି ହୋଇଛି ଘାଇ । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଏମିତିକି ରାସ୍ତା ଦେଖା ନଯିବା କାରଣରୁ ପାଣି ସୁଅରେ ଜଣେ ବାଇକ୍ ଚାଳକ ଭାସିଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ବାଇକ୍ ଚାଳକଙ୍କୁ ଉଦ୍ଧାର କରିବାକୁ ଲାଗିପଡ଼ିଛନ୍ତି ।

Also Read:- ବନ୍ୟାରେ ଭାସିଲାଣି ୫ ଜିଲ୍ଲା ! ଆହୁରି ଫୁଲିବ ନଦୀ, ଆଜି ଅତି ପ୍ରବଳ ବର୍ଷା ସମ୍ଭାବନା

ସୁବର୍ଣ୍ଣପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି l ବର୍ଷା ଯୋଗୁଁ ବୁଧବାର ଜିଲ୍ଲାର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ସହ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ l ପ୍ରବଳ ବର୍ଷା ହେବାରୁ ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରୁହାଣ୍ଡି ଜୋର ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି l ଯେଉଁଥି ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଏହି ରାସ୍ତା ଦେଇ ଜଣେ ବାଇକ୍ ଚାଳକ ବିପଦସଙ୍କୁଳ ଅବସ୍ଥାରେ ପାଣିରେ ସ୍ରୋତରେ ଯାଉଥିବା ବେଳେ ଭାସିଯାଇଥିବା ଦେଖିବାକୁ ମିଳିଛି । ବାକ୍ ଚାଳକ ଭାସିଯାଉଥିବା ଦେଖି ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।



Source link

Leave A Reply

Your email address will not be published.