Voice of Eastern India

ରାଜଧାନୀରୁ ବୃଦ୍ଧା ନିଖୋଜ, ଖବର ଦେଲେ ମିଳିବ ପୁରସ୍କାର ରାଶି


ଭୁବନେଶ୍ୱର ୨୩।୦୮: ରାଜଧାନୀରୁ ବୃଦ୍ଧା ନିଖୋଜ । ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କଲା କମିଶନରେଟ୍ ପୋଲିସ । ଭୁବନେଶ୍ୱର ଇନ୍ ଫୋସିଟି ଥାନା ଅନ୍ତର୍ଗତ ନନ୍ଦନ ବିହାର ଅଞ୍ଚଳରୁ ଜଣେ ୭୫ ବର୍ଷୀୟା ବୃଦ୍ଧା ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ବୃଦ୍ଧାଜଣକ ହେଉଛନ୍ତି ଆଶୀର୍ବାଦ ରେସିଡେନ୍ସି ଫ୍ଲାଟ୍ ନଂ-୪୦୨ର ସରସ୍ୱତୀ ମଲ୍ଲିକ।

ଖବର ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୨ଟା ୫୦ ମିନିଟ୍ ରେ ସରସ୍ୱତୀ ନିଜ ଘରୁ କୁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ନମିଳିବାରୁ ଶେଷରେ ଇନ୍ ଫୋସିଟି ଥାନାରେ ଏକ ନିଖୋଜ ଏତଲା ଦାଖଲ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ପୋଲିସ ମାରାଥନ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି।

Also Read:-ମନ୍ଦିର ପୂଜକଙ୍କ ପାପ ସମ୍ପର୍କ : ନାବାଳିକାକୁ ବିବାହ ନାଁରେ ଦୁଷ୍କର୍ମ, ଜେଲରେ ରହିବେ ୨୦ ବର୍ଷ !

ତେବେ ଏହି ନିଖୋଜ ଘଟଣାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବୃଦ୍ଧା ସରସ୍ୱତୀ ମଲ୍ଲିକ ଚାଲିଚାଲି ଯାଉଥିବା ବେଳର ଏକ ସିସିଟିଭି ଫୁଟେଜ୍ ନ୍ୟୁଜ୍-୭ ହାତରେ ଲାଗିଛି। ବୃଦ୍ଧାଙ୍କ ସନ୍ଧାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କ ଫୋଟୋ ସହ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଯଦି କୌଣସି ବ୍ୟକ୍ତି ସରସ୍ୱତୀଙ୍କ ସମ୍ପର୍କରେ କିଛି ବି ସୂଚନା ବା ତାଙ୍କ ଠିକଣା ପୋଲିସକୁ ପ୍ରଦାନ କରନ୍ତି, ତେବେ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯିବ ଏବଂ ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୋଲିସ ସୂଚନା ଦେଇଛି।

Watch Video:-

 



Source link

Leave A Reply

Your email address will not be published.