Voice of Eastern India

ରଥ ବି ଦେବତା, ରଥୀ ବି ଦେବତା: ଥରେ ଦେଖିଦେଲେ ପାପକ୍ଷୟ, ଜାଣନ୍ତୁ ବଡ଼ଠାକୁରଙ୍କ ‘ତାଳଧ୍ଵଜ’ ରଥର ରହସ୍ୟ


ପୁରୀ: ଜଗନ୍ନାଥ ସଂସ୍କୃତି ହେଉଛି ସମନ୍ୱୟର ସଂସ୍କୃତି। ଏହା ପଞ୍ଚ ଉପାସନାର ଶ୍ରେଷ୍ଠ ନିଦର୍ଶନ। ଶୈବ, ଶାକ୍ତ, ଗାଣପତ୍ୟ ଓ ସୌର ପରମ୍ପରାର ଅପୂର୍ବ ମିଳନରେ ସମୃଦ୍ଧ ହୋଇଛି ଏହି ବୈଷ୍ଣବୀୟ ସଂସ୍କୃତି। ରତ୍ନସିଂହାସନରେ ଶୈବ ସଂସ୍କୃତିର ପ୍ରତିନିଧି ଭାବରେ ଯେପରି ପ୍ରଭୁ ଶ୍ରୀବଳଭଦ୍ର ବିରାଜିତ, ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ବଡ଼ଦାଣ୍ଡରେ ଗଡୁଥିବା ତାଙ୍କର ‘ତାଳଧ୍ଵଜ ରଥ’ ମଧ୍ୟ ସେହିପରି ଅତ୍ୟନ୍ତ ରହସ୍ୟ ରହିଛି।

ଏହି ପାବନ ଘୋଷଯାତ୍ରାରେ ମହାପ୍ରଭୁଙ୍କୁ ସେବା ପ୍ରଦାନ କରିବା ପାଇଁ ସ୍ୱୟଂ ଦେବତା ବୃନ୍ଦ ନିଜକୁ ରଥର ବିଭିନ୍ନ ଅଙ୍ଗ ଭାବରେ ରୂପାନ୍ତରିତ କରିଥାନ୍ତି। ସେଥିପାଇଁ ଜଗନ୍ନାଥ ସଂସ୍କୃତିରେ କୁହାଯାଏ—”ରଥ ବି ଦେବତା, ରଥୀ ମଧ୍ୟ ଦେବତା।” ତାଳଧ୍ଵଜ ରଥର ପ୍ରତ୍ୟେକଟି ଅଂଶରେ ଜଣେ ଜଣେ ଋଷି ମୁନି ଓ ଦେବତା ବିରାଜମାନ କରିଥାନ୍ତି।

ତାଳଧ୍ଵଜ ରଥର ପ୍ରମୁଖ ଆଧ୍ୟାତ୍ମିକ ତଥ୍ୟ:

ରଥର ରଥୀ: ବଡ଼ଠାକୁର ଶ୍ରୀବଳଭଦ୍ର (ତାଙ୍କ ଦୁଇ ପାର୍ଶ୍ଵରେ ଚଳନ୍ତି ବିଗ୍ରହ ରାମ ଏବଂ କୃଷ୍ଣ ଉପବେଶନ କରନ୍ତି)।

ରଥ ଗର୍ଭରେ: ମହାପ୍ରଭୁ ଶ୍ରୀନୃସିଂହ

ସାରଥୀ: ମାତଳି

ରଥର ଦଉଡି (ରଜ୍ଜୁ): ସ୍ୱୟଂ ବାସୁକୀ ନାଗ

ରଥର ରଙ୍ଗ (କପଡ଼ା): ଲୋହିତ (ନାଲି) ଏବଂ ସବୁଜ।

ଶ୍ରୀବଳଭଦ୍ରଙ୍କ ରୂପକାନ୍ତି ଧବଳ (ଧଳା) ବର୍ଣ୍ଣ ହୋଇଥିବା ବେଳେ ରଥରେ ଯୋଖା ଯାଉଥିବା ୪ଟି ଅଶ୍ୱଙ୍କ ବର୍ଣ୍ଣ ହେଉଛି କଳା। ସେହି ଅଶ୍ୱମାନଙ୍କ ନାମ ତୀବ୍ର, ଘୋର, ଦୀର୍ଘଶ୍ରମ, ସ୍ବର୍ଣ୍ଣନାଭ

ଦଧିନଉତି: ହୀରଣ୍ମୟୀ

ଧ୍ୱଜପମୁର୍ତ୍ତି : ଲକ୍ଷ୍ମୀନୃସିଂହ

ରଥର ନେତ: ଉନ୍ମନୀ

ତାଳଧ୍ଵଜ ରଥର ଚତୁର୍ପାର୍ଶ୍ଵରେ ସମୁଦାୟ ନଅ ଜଣ ପାର୍ଶ୍ଵ ଦେବତା ଅବସ୍ଥାନ କରି ରଥକୁ ସ୍ୱୟଂ ଦେବତାରେ ପରିଣତ କରିଥାନ୍ତି। ସେମାନେ ହେଲେ: ପ୍ରଲମ୍ବାରି, ନୃତ୍ୟଗଣେଶ, ନାଟାମ୍ବର, ଅନନ୍ତ ବାସୁଦେବ, ସ୍କନ୍ଦ କାର୍ତ୍ତିକେୟ,ଗଜାନ୍ତକ, ତ୍ରିପୁରାରୀ, ହରିହର, ନୃସିଂହ । ରଥ, ରଥୀ ଏବଂ ପାର୍ଶ୍ଵ ଦେବତାମାନଙ୍କର ଏହି ଦୈବୀୟ ସମାହାର ହିଁ ତାଳଧ୍ଵଜ ରଥକୁ ଅନନ୍ୟ କରି ଗଢ଼ିତୋଳିଛି, ଯାହାକୁ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି।



Source link

Leave A Reply

Your email address will not be published.