Voice of Eastern India

ମହିଳା ହୋମଗାର୍ଡ ଓ ତାଙ୍କ ଭଉଣୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ପୋଲିସ କହିଲା…


ପାଟନା: ବିହାରର ବୈଶାଳୀ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ହୋମଗାର୍ଡ ଏବଂ ତାଙ୍କ ଭଉଣୀଙ୍କୁ ଅପହରଣ କରାଯିବା ପରେ ଜଣକୁ ବନ୍ଧକ ରଖି ଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି। ଗୋରୌଲ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିବା ବେଳେ ପୋଲିସର ବୟାନ କିନ୍ତୁ କିଛି ଅଲଗା କାହାଣୀ ଆଡ଼କୁ ଇସାରା କରୁଛି।

ବଜାରରୁ ଫେରିବା ବେଳେ ଉଠାଇ ନେଲେ ଦୁର୍ବୃତ୍ତ

ପରିବାର ଲୋକଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ମହିଳା ହୋମଗାର୍ଡ ଓ ତାଙ୍କ ଭଉଣୀ ବଜାରରୁ ଘରକୁ ଫେରୁଥିବା ସମୟରେ ଗ୍ରାମର ସୁବୋଧ ପାସୱାନ ନାମକ ଜଣେ ଯୁବକ ତାର ଭାଇ ଓ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଦୁହିଁଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ମହିଳା କନଷ୍ଟେବଲଙ୍କୁ ଏକ ଘରେ ବନ୍ଦୀ କରି ରଖାଯିବା ସହ ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରାଯାଇଥିବା ପରିବାର ଲୋକେ କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ତୁରନ୍ତ ଅଭିଯୁକ୍ତର ଘରେ ଚଢ଼ାଉ କରି ମହିଳା ହୋମଗାର୍ଡଙ୍କୁ ଉଦ୍ଧାର କରିଛି।

ଅପହରଣ ନୁହେଁ, ପ୍ରେମ ବ୍ୟାପାର ଓ ଚାକିରିର ବିବାଦ

ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିନାହିଁ ପୋଲିସ। ମହୁଆ ଏସଡିପିଓ ସଞ୍ଜୀବ କୁମାର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଏହା ଅପହରଣ କିମ୍ବା ଦୁଷ୍କର୍ମ ମାମଲା ପରି ଜଣାପଡ଼ୁନାହିଁ, ବରଂ ଏହା ଏକ ପୁରୁଣା ପ୍ରେମ ପ୍ରସଙ୍ଗ ଏବଂ ଆପୋଷ ବିବାଦର ପରିଣତି।

ପୋଲିସ କହିଛି ଯେ, ମହିଳା ହୋମଗାର୍ଡଙ୍କ ସେହି ଅଭିଯୁକ୍ତ ଯୁବକ ସହ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ମହିଳା ଜଣଙ୍କର ହୋମଗାର୍ଡରେ ଚାକିରି ହୋଇଯିବା ପରେ ସେ ଯୁବକ ସହ ସମ୍ପର୍କ ଛିନ୍ନ କରି ଦୂରେଇ ରହିବାକୁ ଚେଷ୍ଟା କରୁଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଯୁବକ ଜଣକ ମହିଳାଙ୍କ ସହ ଜୋର ଜବରଦସ୍ତ ଟଣାଓଟରା ଓ ଅସଦାଚରଣ କରିଛି। ପୋଲିସ ବର୍ତ୍ତମାନ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଚଳାଇଛି।



Source link

Leave A Reply

Your email address will not be published.