Voice of Eastern India

‘ମହାପ୍ରଭୁ ଶ୍ରୀଜଗନ୍ନାଥ’ ଫିଲ୍ମ ପ୍ରସଙ୍ଗରେ ବଡ଼ ବୈଠକ, ଖୁବଶୀଘ୍ର ସମସ୍ୟାର ସମାଧାନ ହେବା ନେଇ ଆଶା ପ୍ରକାଶ କଲେ ଗଜପତି ମହାରାଜା


ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଶ୍ରୀଜଗନ୍ନାଥ’କୁ ନେଇ ବଡ଼ ବୈଠକ। ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତିରେ ଫିଲ୍ମ ବ୍ୟାନ ନେଇ ହୋଇଥିବା ପିଟିସନ ଖାରଜ କରିବା ପରେ ମଙ୍ଗଳବାର ରାଜ୍ୟ ଅତିଥି ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାପ୍ରଭୁଙ୍କ ସଂସ୍କୃତି ଓ ମହିମାର ପ୍ରଚାର କିପରି ଉତ୍ତମ ଭାବେ ହୋଇପାରିବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା । ବୁଧବାର ଏହି ମାମଲା ହାଇକୋର୍ଟରେ ଶୁଣାଣି ହେବାକୁ ଥିବାରୁ, ଏବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ଏହି ପ୍ରସଙ୍ଗ ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ। ତେଣୁ ଏହାର ସମାଧାନ ଖୁବ୍‌ଶୀଘ୍ର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଗଜପତି ମହାରାଜା।

Also Read: ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ ଫିଲ୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାଣନ୍ତୁ କହିଲେ କ’ଣ?​​​​​​​

ସୂଚନାଥାଉକି, ସୁପ୍ରିମକୋର୍ଟ ଜୁଲାଇ ୨୮ରେ ଓଡ଼ିଶା ସରକାରଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ, ‘ମହାପ୍ରଭୁ ଜଗନ୍ନାଥ’ ଫିଲ୍ମର ରିଲିଜ ନିମନ୍ତେ ପୂର୍ବରୁ ଦିଆଯାଇଥିବା ଆଦେଶରେ ସଂଶୋଧନ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ, ରଚନାତ୍ମକତା, କଳା ଓ ସଂସ୍କୃତିକୁ କେବଳ ଏଥି ପାଇଁ ସୀମିତ କରାଯାଇପାରିବନି । କାରଣ କିଛି ଲୋକେ ଦେବୀ ଦେବତାଙ୍କ ଲାଗି ସମ୍ବେଦନଶୀଳ। ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଆର.ମହାଦେବନଙ୍କ ପୀଠ ଓଡ଼ିଶାରେ ରଥଯାତ୍ରା ଉତ୍ସବ ପରେ ଫିଲ୍ମକୁ ମୁକ୍ତିଲାଭ ଅନୁମତି ଦେଇଥିବା ନିଜର ପୂର୍ବ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିବା ସହ କହିଛନ୍ତି ଯେ ଆନିମେସନ ପିଲାଙ୍କୁ ସଲଗ୍ନ କରିବା ପାଇଁ ରଚନାତ୍ମକତାର ଏକ ରୂପ।



Source link

Leave A Reply

Your email address will not be published.