Voice of Eastern India

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ଚାଳକଙ୍କ ମୃତ୍ୟୁ, ଜଣେ ଆରୋହୀ ଆହତ


ଦିଗପହଣ୍ଡି ୨୫।୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅଙ୍କୋରଡା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଅଙ୍କୋରଡା ଛକ ନିକଟରେ ଏକ ବାଇକ ଓ ସ୍କୁଟି ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ସ୍କୁଟି ଚାଳକ ପାଟପୁର ଗ୍ରାମର କାଳିଆ ସ୍ୱାଇଁ ଏବଂ ବାଇକ୍ ଚାଳକ ଚୁଡାଙ୍ଗପୁର ଗ୍ରାମର ଶିବରାମ ସେଠୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

Also Read:- ବିଜେଡିରେ ସୁଜାତା ରାଉତଙ୍କ ଏଣ୍ଟ୍ରି, ଦଳ ସୁପ୍ରିମୋଙ୍କ ଉପସ୍ଥିତିରେ ହେଲେ ସାମିଲ

ସେହିପରି ବାଇକରେ ବସିଥିବା ସମିର ସେଠୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲକୁ ପଠାଇଥିଲେ । ତେବେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ସମୀର ସେଠୀଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଘଟଣା ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପଟେ ଦିଗପହଣ୍ଡି ମେଡିକାଲ ପରିସରରେ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ କାନ୍ଦବୋବାଳିରେ ଫାଟି ପଡୁଛି ।



Source link

Leave A Reply

Your email address will not be published.