Voice of Eastern India

ଭାଉଜର ନଗ୍ନ ଫଟୋ ଭାଇରାଲ କରିଦେଲା ଦିଅର ! ରାତିରେ ବାନ୍ଧିଲା ପୋଲିସ


ଭାପୁର, ୨୧/୦୮ : ସମ୍ପର୍କରେ କଳଙ୍କ । ଭାଉଜର ନଗ୍ନ ଫଟୋ ଭାଇରାଲ କରିଦେଲା ସମ୍ପର୍କୀୟ ଦିଅର । ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଖାଇଲା । ଫେସବୁକ୍ରେ ସମ୍ପର୍କୀୟ ଭାଉଜଙ୍କ ନଗ୍ନ ଭିଡିଓ ଭାଇରାଲ କରି ଯୁବକ ଗିରଫ ହୋଇ ଜେଲ ଯିବା ଘଟଣା ନୟାଗଡ ଜିଲ୍ଲା ଭାପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ, ଫତେଗଡ଼ ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ନଗ୍ନ ଭିଡିଓ ଫେସବୁକ୍ରେ ଭାଇରଲ ହୋଇଥିଲା। ଏ ନେଇ ମହିଳା ଜଣକ ଚଳିତ ମାସ ୩ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ଗୋବଦ୍ଧନପୁର ଗ୍ରାମର ଦୂର ସମ୍ପର୍କୀୟ ଦିଅର ଟୁଟୁ ନାୟକ(୨୮) ତାଙ୍କର ନଗ୍ନ ଭିଡିଓ ଫେସବୁକରେ ଭାଇରାଲ କରିଛି ।

Also Read :- ଆସୁଛି ଆଉ ଏକ ଲଘୁଚାପ, ୨୫ରୁ ଅତି ପ୍ରବଳ ବର୍ଷା ! ଏଥର ଏହି ସବୁ ଜିଲ୍ଲାରେ ଛେଚିବ

ଅଭିଯୋଗକୁ ଆଧାର କରି ଫତେଗଡ଼ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ବୁଧବାର ରାତିରେ ଅଭିଯୁକ୍ତ ଟୁଟୁକୁ ପୁଲିସ ଗିରଫ କରି ଗୁରୁବାର ଭାପୁର କୋର୍ଟରେ ହାଜର କରିଥିଲା। ସେଠାରେ ତାର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।



Source link

Leave A Reply

Your email address will not be published.