Voice of Eastern India

ବେଶ୍ୟାବୃତ୍ତି ଓ ମାନବ ତସ୍କରୀ ରାକେଟରୁ ଉଦ୍ଧାର ହେଲେ ଜଣାଶୁଣା TV ସିରିଏଲ ଅଭିନେତ୍ରୀ,ଇଣ୍ଡଷ୍ଟ୍ରିରେ ଚାଞ୍ଚଲ୍ୟ


ଠାଣେ: ଏକ ଏପରି ମାମଲା ସାମ୍ନାକୁ ଆସିଛି ଯାହା ଟେଲିଭିଜନ ଓ ୱେବସିରିଜ ଦୁନିଆକୁ ଦୋହଲାଇ ଦେଇଛି। ଠାଣେ ପୋଲିସ ହିନ୍ଦୀ ଟିଭି ସିରିଏଲ ଏବଂ ୱେବ ସିରିଜରେ ଅଭିନୟ କରୁଥିବା ଜଣେ ୩୫ ବର୍ଷ ବୟଷ୍କା ଯୁବତୀଙ୍କୁ ବେଶ୍ୟାବୃତ୍ତି ଓ ମାନବ ତସ୍କରୀ ରାକେଟରୁ ଉଦ୍ଧାର କରିଛି। ଏକ ଏନଜିଓ ସୂଚନାରେ ପୋଲିସ ଚଢଉ କରି ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳାଙ୍କ ରାକେଟ୍ ଟିଭି ସିରିୟେଲ, ୱେବସିରିଜ ଓ ଫଟୋସୁଟ୍ କାମ କରୁଥିବା ମହିଳାଙ୍କୁ ଜୋର ଜବରଦସ୍ତ ଏହି ଧନ୍ଦାରେ ନିୟୋଜିତ କରୁଥିଲେ। ଉଦ୍ଧାର ଅଭିନେତ୍ରୀଙ୍କୁ ମୁମ୍ବାଇର ରେସ୍କ୍ୟୁ ଫେଉଣ୍ଡେସନରେ ସୁରକ୍ଷାତ୍ମକ ଅଟକରେ ରଖା ଯାଇଛି।

କିପରି ହେଲା ଚଢଉ?

ଠାଣେ ପୋଲିସକୁ ଏକ ଏନଜିଓରୁ ଦେହ ବ୍ୟବସାୟ ନେଇ ସୂଚନା ମିଳିଥିଲା। ସେହି ଅନୁସାରେ ଅକ୍ଟୋବର ୮ ତାରିଖ ଦିନ ମୀରା-ଭୟନ୍ଦର ରୋଡରେ ଥିବା ଏକ ହୋଟେଲକୁ ଡିକୟ କଷ୍ଟମର ପଠାଯାଇଥିଲା। ସେଠାରେ ଚଢଉ କରି ୩୯ ବର୍ଷ ବୟଷ୍କା ତବସୁମ ଓରଫ ସୋନିଆ ଉମର କ୍ୟୁରେସୀକୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ପୋଲିସ ଅଭିଯୋଗ ଅନୁସାରେ ସେ ପଇସା ନେଉଥିବା ବେଳେ ଧରାପଡିଛି ଓ ମହିଳାଙ୍କୁ ଜୋର ଜବରଦସ୍ତ ବେଶ୍ୟାବୃତ୍ତିରେ ଲଗାଉଥିଲା। ପୋଲିସ ଏବେ ତାର ପୁରୁଷ ବନ୍ଧୁକୁ ଖୋଜୁଛି। ସୋନିଆ କ୍ୟୁରେସୀ ଛତିଶଗଡ଼ ସରଗୁଜା ଜିଲ୍ଲାର ଓ ଏବେ ସେ ମୁମ୍ବାଇ ଜାଗେଶ୍ୱରୀରେ ରହୁଛି।

ଟାର୍ଗେଟରେ ଥିଲେ ମନୋରଞ୍ଜନ ଉଦ୍ୟୋଗ ମହିଳା

ପୋଲିସ କହିବା ଅନୁସାରେ ଏହି ରାକେଟ୍ ଖାସ କରି ଟିଭି ସିରିୟେଲ, ୱେବ୍ ସିରିଜ୍ ଓ ଫଟୋସୁଟ୍ କାମ କରୁଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲା। ଅଭିନେତ୍ରୀଙ୍କୁ ଉଦ୍ଧାର କରାଯାଇଛି, ହେଲେ ପୋଲିସ ସୁରକ୍ଷାଗତ କାରଣରୁ ତାଙ୍କ ନାମ ଓ ଡିଟେଲ ଗୋପନ ରଖିଛି। ତାଙ୍କୁ ରେସ୍କ୍ୟୁ ଫାଉଣ୍ଡେସନରେ ସୁରକ୍ଷା ଦିଆଯାଇଛି। ଅଭିଯୁକ୍ତ ସୋନିଆ କ୍ୟୁରେସୀ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଧାରା ୧୪୩ (ମାନବ ତସ୍କରୀ) ଓ ଅନୈତିକ ବ୍ୟାପାର ନିବାରଣ ଅଧିନିୟମରେ ମାମଲା ରୁଜୁ ହୋଇଛି।

ଠାଣେରୁ ପୂର୍ବରୁ ମଧ୍ୟ ମିଳିଛି ଏପରି ମାମଲା

ଗତ ଫେବୃଆରୀ ମାସରେ ଠାଣେ ପୋଲିସ ବାଗଲେ ଇଷ୍ଟେଟ ଅଞ୍ଚଳରୁ ଜଣେ ୱେବସିରିଜ ଅଭିନେତ୍ରୀଙ୍କୁ ବେଶ୍ୟାବୃତ୍ତି ରାକେଟ ଚଳାଇବା ଅଭିଯୋଗରେ ଗିରଫ କରିଥିଲା। ସେତେବେଳେ ୨ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ କ୍ଲାଏଣ୍ଟଙ୍କଠୁ ମୋଟା ଅଙ୍କରେ ଟଙ୍କା ମାଗୁଥିଲେ ଓ ଟିଭି ଆକ୍ଟ୍ରିସଙ୍କ ନାମରେ ଧନ୍ଦା ଚଳାଉଥିଲେ। ଏପରି ମାମଲା ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାରଙ୍କ ଅସହାୟତା ଓ ଶୋଷଣ ଆଡକୁ ଇଶାରା କରୁଛି।

ପୋଲିସ ଓ ଏନଜିଓର ଉଦ୍ୟମ

ଏଥର ଏନଜିଓର ସୂଚନା ଓ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ଗୋଟିଏ ଜୀବନ ବଞ୍ଚି ଯାଇଛି। ମାନବ ତସ୍କରୀ ଭଳି ମାମଲାରେ ସମୟରେ ସୂଚନା ମିଳିବା ଓ ଉଦ୍ଧାର ହେବା ବେଶ୍ ଗୁରୁତ୍ୱ ରଖେ। ପୋଲିସ ଏବେ ସହଯୋଗୀକୁ ଧରିବା ପାଇଁ ଜାଲ ବିଛାଇଛି। ସେପଟେ ଉଦ୍ଧାର ଅଭିନେତ୍ରୀଙ୍କ ସୁରକ୍ଷା ଓ ଥଇଥାନ ଉପରେ ମଧ୍ୟ ପୋଲିସ ଫୋକସ କରୁଛି।

ଇଣ୍ଡଷ୍ଟ୍ରି ଲାଗି ଚେତାବନୀ

ଟିଭି ଏବଂ ୱେବସିରିଜ ଦୁନିଆରେ ଅନେକ କଳାକାର ସଂଘର୍ଷ କରୁଛନ୍ତି। ଏଥିରେ କାମ କମ ମିଳିବା ଓ ଅଭାବ କେବେ କେବେ କଳାକାରଙ୍କୁ ଭୁଲ ଲୋକଙ୍କ ଜାଲରେ ଫସେଇ ଦେଉଛି। ଏହି ମାମଲା ପୁଣି ଥରେ ମନେ ପକାଇ ଦେଉଛି ସତର୍କତା ସଠିକ ସହାୟତା କେତେ ଜରୁରି। ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ଓ ଆଗକୁ ଆହୁରି ଅନେକ କଥା ଜଣାପଡିବ ବୋଲି ଆଶା କରାଯାଉଛି।



Source link

Leave A Reply

Your email address will not be published.