Voice of Eastern India

‘ବିଶୁଦ୍ଧ ପେଟ୍ରୋଲ କ’ଣ ତୁମ ବାପା ଦେବ’ ? ବିଜେପି ସାଂସଦଙ୍କ ବିବାଦୀୟ ବୟାନ, ଘେରିଲେ Gen-z


ଭୋପାଳ,୧୦/୦୮ବିଜେପି ସାଂସଦଙ୍କ ବିବାଦୀୟ ବୟାନ । ମଧ୍ୟପ୍ରଦେଶର ରେଓ୍ୱା ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ସେ ପେଟ୍ରୋଲରେ ଇଥାନଲ ମିଶ୍ରଣ ଉପପେ ଟିପ୍ପଣୀ ଦେଇଛନ୍ତି । ଯେଉଁମାନେ ବିଶୁଦ୍ଧ ପେଟ୍ରୋଲ ମାଗୁଛନ୍ତି ଜନାର୍ଦ୍ଦନ ତାଙ୍କୁ ତାତ୍ସଲ୍ୟ କରିଛନ୍ତି । ଏପରିକି ବିଶୁଦ୍ଧ ପେଟ୍ରୋଲ କଣ ତୁମ ବାପାଙ୍କ ପାଖରୁ ଆସିବ କି ବୋଲି ସେ ପଚାରିଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Also Read :- ଆତ୍ମ ସମର୍ପଣ କଲେ ଟ୍ରମ୍ପ୍, ହାରିଲା ଆମେରିକା ! ଇରାନର ସବୁ ସର୍ତ୍ତ ମାନିବାକୁ ରାଜି ୟୁଏସଏ

ରିପୋର୍ଟ ଅନୁସାରେ, ରେଓ୍ୱା ବିମାନବନ୍ଦରରେ କୋଲକାତାରୁ ଏକ ୭୨ ସିଟର ବିମାନ ପହଁଚିଥିଲା । ଏଠାରୁ ଭୋପାଳ ଗସ୍ତ କରିଥିଲା । ଏହି ସମୟରେ ସାଂସଦ ଜନାର୍ଦ୍ଦନ ମିଶ୍ର କେନ୍ଦ୍ରରେ ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ବାବଦରେ ଭାଷଣ ଦେଇଥିଲେ । ନିଜ ଭାଷଣରେ ସେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ବାବଦରେ ସରକାରୀ ନୀତିକୁ ଜୋରଦାର ସମର୍ଥନ ଦେଇଥିଲେ । ସେ କହିଥିଲେ ଯେ, ବ୍ରାଜିଲ ଭଳି ଦେଶରେ ବିପୁଳ ମାତ୍ରାରେ ଇଥାନଲ ବ୍ୟବହୃତ ହେଉଛି । ଭାରତୀୟ ଗାଡି଼ରେ ଏହାକୁ ସମ୍ପୂର୍ଣ୍ଣ ବ୍ୟବହାର କରାଯାଇ ପାରିବ ।

ତେବେ ଇଥାନଲ ଉପରେ କହୁଥିବା ବେଳେ ସେ ନିଜର ସଂଯମତା ହରାଇଥିଲେ । ମଞ୍ଚ ଉପରୁ ସେ କହିଥିଲେ ଯେ, ବିଶୁଦ୍ଧ ପେଟ୍ରୋଲ ବାବଦରେ ସମସ୍ତେ ଦାବି କରୁଛନ୍ତି । ଏହା କଣ ତୁମମାନଙ୍କ ବାପାଙ୍କ ପାଖରୁ ଆସିବ । ଏହି ସମୟରେ ମଞ୍ଚ ଉପରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା, ରାଜ୍ୟମନ୍ତ୍ରୀ ପ୍ରତିଭା ବାଗଡୀ ଏବଂ ସତନା ସାଂସଦ ଗଣେଶ ସିଂଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ତାଙ୍କର ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସାଂସଦଙ୍କ ବୟାନ ସାମ୍ନାକୁ ଆସିଲା ପରେ ରାଜନୈତିକ ବୟାନବାଜି ଜୋର୍ ଧରିଛି । ସୋସିଆଲ ମିଡିଆରେ ନେଟିଜେନ୍ସ ସାଂସଦଙ୍କ ଏପରି ବୟାନକୁ ଜୋରଦାର ବିରୋଧ କରୁଛନ୍ତି । ଏପରିକି ଏଥିପାଇଁ ସେ କ୍ଷମା ମାଗନ୍ତୁ ବୋଲି କେହି କେହି ଦାବି କରୁଛନ୍ତି ।



Source link

Leave A Reply

Your email address will not be published.